ନବ ବିବାହିତ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶେଷ ହେଲା ସମ୍ବଲପୁରରେ ଶୀତଳ ଷଷ୍ଠୀ

ପ୍ରତି ବର୍ଷ ଖୁବ ଜାକ ଜମକରେ ହୋଇଥାଏ ସମ୍ବଲପୁରର ଶିତଳଷଷ୍ଠୀ ଯାତ୍ରା । ଏ ବର୍ଷ କିନ୍ତୁ କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ କେବଳ ବିଧି ରକ୍ଷା ପାଇଁ ସବୁ ନୀତିକାନ୍ତି କରାଯାଇଥିଲା ।

ନବ ବିବାହିତ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶେଷ ହେଲା ସମ୍ବଲପୁରରେ ଶୀତଳ ଷଷ୍ଠୀ
ବିଧି ବିଧାନ ପୂର୍ବକ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ନୀତି ସମ୍ପନ୍ନ କରାଯାଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହ ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶିତଳଷଷ୍ଠୀ ଯାତ୍ରା । ଝାରୁଆପଡ଼ା, ନନ୍ଦପଡ଼ା ଓ ମୁଦିପଡ଼ାରେ ନବବିବାହିତ ଦେବ ଦମ୍ପତିଙ୍କୁ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ମଣ୍ଡପରେ ମହା ଆଳତି କରାଯାଇଥିଲା । ପରେ ବିଧି ବିଧାନ ପୂର୍ବକ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ନୀତି ସମ୍ପନ୍ନ କରାଯାଇଥିଲା ।

ଏ ବର୍ଷ ଲକଡାଉନ ଯୋଗୁଁ ଯୁଗଳ ଦର୍ଶନ ଶୋଭଯାତ୍ରା ହୋଇ ନ ଥିବା ବେଳେ ସରକାରୀ ନିୟମ ଅନୁଯାୟୀ ମନ୍ଦିର ପରିସରରେ ସାମଜିକ ଦୂରତ୍ବ ବଜାୟ ରଖିବା ପୂର୍ବକ ମନ୍ଦିର ପରିସରରେ ହିଁ ବିଧି କରାଯାଇଥିଲା ।

‘‘ପ୍ରତି ବର୍ଷ ଖୁବ ଜାକ ଜମକରେ ହୋଇଥାଏ ସମ୍ବଲପୁରର ଶିତଳଷଷ୍ଠୀ ଯାତ୍ରା । ଏ ବର୍ଷ କିନ୍ତୁ କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ କେବଳ ବିଧି ରକ୍ଷା ପାଇଁ ସବୁ ନୀତିକାନ୍ତି କରାଯାଇଥିଲା । ଏ ବର୍ଷ ମାତା ପାର୍ବତୀଙ୍କୁ କନ୍ୟା ଦାନ କରିଥିବା ପିତାମାତା ମନ୍ଦିରକୁ ଆସି ମନ୍ଦିର ପରିସରରେ ହିଁ କନ୍ୟାଦାନ କରିଥିଲେ । କେବଳ ନୀତିରେ ସମ୍ପୃକ୍ତ ପୂଜକ, ଯାତ୍ରା କମିଟି ସଦସ୍ୟ ଓ କନ୍ୟା ପରିବାର ଲୋକେ ହିଁ ଏଥିରେ ସାମିଲ ହୋଇଥିଲେ,’’ କହିଛନ୍ତି ପୂଜକ ଯୋଗେଶ୍ବର ନନ୍ଦ ।

ମାତା ପାର୍ବତୀଙ୍କୁ କନ୍ୟା ଦାନ କରିଥିବା ପିତାମାତା ମନ୍ଦିରକୁ ଆସି କନ୍ୟାଦାନ କରିଥିଲେ ।


ସମ୍ବଲପୁର ଶିତଳଷଷ୍ଠୀର ପ୍ରମୁଖ ଆକର୍ଷଣ ନବବିବାହିତ ଦେବ ଦମ୍ପତିଙ୍କ ନଗର ପରିକ୍ରମା ବା ଯୁଗଳ ଦର୍ଶନ ଶୋଭଯାତ୍ରା । ହେଲେ ଏ ବର୍ଷ କଟକଣା ଯୋଗୁଁ ଏହା ହୋଇ ନ ଥିଲା । କେବଳ ମନ୍ଦିର ପରିସରରେ ହିଁ ଯୁଗଳ ଦର୍ଶନ ଦେଇଥିଲେ ନବ ବିବାହିତ ଦେବ ଦବେ ମହାଦେବ ଓ ମାତା ପାର୍ବତୀ । ସାମାଜିକ ଦୂରତ୍ବ ରକ୍ଷା କରି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବୋଲି କହିଛନ୍ତି ନନ୍ଦପଡ଼ା ପୂଜକ ଶଶାଙ୍କ ମିଶ୍ର ।

ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ସମ୍ବଲପୁର ସହରର କିଛି ଯାତ୍ରା କମିଟି  ଷଷ୍ଠୀ ଦିନ ସନ୍ଧ୍ୟାରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ  ମନ୍ଦିର ପ୍ରବେଶ ନୀତି କରିଛନ୍ତି । ତିନି ପ୍ରମୁଖ ପଡ଼ା ଝାରୁଆପଡ଼ା, ନନ୍ଦପଡ଼ା ଓ ମୁଦିପଡ଼ା ପକ୍ଷରୁ ସପ୍ତମୀ ସନ୍ଧ୍ୟାରେ ମନ୍ଦିର ପ୍ରବେଶ ନୀତି କରାଯାଇଥିଲା ।

ଏହା ବି ପଢ଼ନ୍ତୁ: 

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’


ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ

First published: May 30, 2020, 8:05 PM IST
corona virus btn
corona virus btn
Loading