ନକଲି କୋଭିଡ ଔଷଧ ମାମଲା: ଶିବ ଜେନାର ପତ୍ନୀ ଓ ୨ କର୍ମଚାରୀ ଗିରଫ ହେଲେ; ଶିବ ଫେରାର୍

ନିଜକୁ ନିର୍ଦୋଷ ବୋଲି ଗଣମାଧ୍ୟମରେ ବୟାନ ଦେଇଥିବା ଶିବ ଜେନା ଗିରଫଦାରୀ ଏଡ଼ାଇବାକୁ ମଙ୍ଗଳବାର ଦିନ ଓଡ଼ିଶା ହାଇ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା । ତାକୁ ଗରିଫ କରିବାକୁ ବିଭିନ୍ନ ସ୍ଥାନରେ ଖାନତଲାସି ଚଳାଇଛି ଏସ୍.ଟି.ଏଫ୍. ।

ନକଲି କୋଭିଡ ଔଷଧ ମାମଲା: ଶିବ ଜେନାର ପତ୍ନୀ ଓ ୨ କର୍ମଚାରୀ ଗିରଫ ହେଲେ; ଶିବ ଫେରାର୍
ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନାଙ୍କୁ ଗିରଫ କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନକଲି କୋଭିଡ ଔଷଧ କାରବାର କରୁଥିବା ଅଭିଯୋଗରେ କଟକର ଔଷଧ ହୋଲସେଲିଂ ପ୍ରତିଷ୍ଠାନ ‘ମେଡିଲଏଡ୍ ମେଡିକାମେଣ୍ଟ’ର ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ପଟଦାର ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନାଙ୍କ ସହିତ ଏହି ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ବୁଧବାର ଦିନ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚର ଏସ୍‌.ଟି.ଏଫ୍‌. । ହେଲେ ଶିବ ଜେନା କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି ।

ଶୁଭଲକ୍ଷ୍ମୀ ଜେନା ଓ ତାଙ୍କ ଦୁଇ କର୍ମଚାରୀ ପ୍ରୀତିରଞ୍ଜନ ପରିଡ଼ା ଓ ପ୍ରକାଶ ମହାନ୍ତିଙ୍କୁ କୋର୍ଟ ଚାଲାଣ କରିବା ପରେ ନ୍ୟାୟିକ ହେଫାଜତକୁ ପଠେଇ ଦିଆଯାଇଛି । ଫେରାର ଶିବ ଜେନାକୁ ଗରିଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଖାନତଲାସି ଆରମ୍ଭ କରିଛି ଏସ୍‌.ଟି.ଏଫ୍‌. । ପୂର୍ବରୁ ନିଜକୁ ନିର୍ଦୋଷ ବୋଲି ଗଣମାଧ୍ୟମରେ ବୟାନ ଦେଇଥିବା ଶିବ ଜେନା ଗିରଫଦାରୀ ଏଡ଼ାଇବାକୁ ମଙ୍ଗଳବାର ଦିନ ଓଡ଼ିଶା ହାଇ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

‘ମେଡିଲଏଡ୍ ମେଡିକାମେଣ୍ଟ’ ପ୍ରତିଷ୍ଠାନର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ମଧ୍ୟ ପ୍ରିଜ୍ କରିଛି ଏସ୍‌.ଟି.ଏଫ. । ଏହି ଆକାଉଣ୍ଟଗୁଡ଼ିକରେ ୫୦ ଲକ୍ଷ ଟଙ୍କା ଜମା ଥିବା ଏସ.ଟି.ଏଫ୍‌. ପକ୍ଷରୁ କୁହାଯାଇଛି । ନକଲି ଔଷଧ ପ୍ରସ୍ତୁତ କରୁଥିବା ଓଡ଼ିଶା ବାହାରର ଭୁତ କମ୍ପାନୀ ‘ମ୍ୟାକ୍ସ ରିଲିଫ ହେଲ୍ଥ କେୟାର୍‌’ ସହିତ ମିଶି ଓଡ଼ିଶାର ଏହି ହୋଲସେଲିଂ ସଂସ୍ଥା ଔଷଧ କାରବାର ଷଡ଼ଯନ୍ତ୍ର ରଚନା କରିଥିଲା ବୋଲି କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ ଏ.ଡି.ଜି. ଯଶୋବନ୍ତ ଯେଠୱା ।

ଶିବ ଜେନାଙ୍କ ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି ନେଉଛି କ୍ରାଇମ୍ ବ୍ରାଞ୍ଚ୍ ।


‘‘ଏହି ମାମଲାର ତଦନ୍ତ ପାଇଁ ଏସ୍‌.ଟି.ଏଫ୍‌. ତରଫରୁ ଏକାଧିକ ଟିମ୍ ଗଠନ କରାଯାଇଥିଲା ଓ ବିଭିନ୍ନ ଜାଗାରେ ତଦନ୍ତ ଆରମ୍ଭ କରାଯାଇଥିଲା । ଏବେ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ମହାରାଷ୍ଟରେ ତଦନ୍ତ ଜାରି ରହିଛି । ଏହି ତଦନ୍ତରୁ ସଂଗ୍ରହ କରାଯାଇଥିବା ପ୍ରମାଣ ଆଧାରରେ ଏହି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବେ ତଦନ୍ତ ଜାରି ରହିଛି,’’ କହିଛନ୍ତି ଜେଠୱା ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ୨୫୦ ଟଙ୍କା ବଢ଼ିଲା; ତଥାପି ସର୍ବୋଚ୍ଚ ସ୍ତର ଠାରୁ ୧୦,୭୩୧ ଟଙ୍କା କମ୍ ଅଛି

ତଦନ୍ତରୁ ସାମନାକୁ ଆସିଛି ଯେ ଶିବ ଜେନା ହିମାଚଳ ପ୍ରଦେଶର ସୋଲନ୍‌ ସ୍ଥିତ ‘ମ୍ୟାକ୍ସ ରିଲିଫ୍‌ ହେଲ୍ଥକେୟାର୍‌’ ନାମକ କମ୍ପାନୀଠାରୁ କୋଭିଡ ଔଷଧ ଫାବିମାକ୍ସ-୪୦୦କୁ ଷ୍ଟ୍ରିପ୍‌ ପିଛା ମାତ୍ର ୬୫ ଟଙ୍କାରେ କିଣି ସେଗୁଡ଼ିକୁ ପ୍ରତି ଷ୍ଟିପ୍‌ ୧,୨୯୦ ଟଙ୍କା ହିସାବରେ ବିକ୍ରି କରୁଥିଲା । ଶିବ ଜେନା ଆମଦାନୀ କରିଥିବା ସେହି ଔଷଧଗୁଡ଼ିକ ମଧ୍ୟରୁ ବିପୁଳ ପରିମାଣର ଔଷଧକୁ ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଥିବା ନିଜ ଡିଷ୍ଟିବ୍ୟୁଟରକୁ ଯୋଗାଇଥିଲା । ଶିବ ଜେନାର କଟକ କନିକା ଛକରେ ଥିବା ଗୋଦାମରେ ଏହି ଔଷଧର ୧୭,୪୦୦ଟି ଟାବଲେଟ୍‌ ଜବତ କରିଥିଲା ଡ୍ରଗ କଣ୍ଟ୍ରେଲର୍‌ କାର୍ଯ୍ୟାଳୟ ।

ଏହା ବି ପଢ଼ନ୍ତୁ | ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀ

ଶିବ ଜେନା ନିଜ ହୋଲସେଲିଂ କମ୍ପାନୀ ‘ମେଡିଲଏଡ ମେଡ଼ିକାମେଣ୍ଟ୍‌’ ଜରିଆରେ ନଅ ପ୍ରକାର ଔଷଧକୁ ଓଡ଼ିଶା ବଜାରରେ ବିକ୍ରି କରିଥିବା ବେଳେ ସେଥି ମଧ୍ୟରୁ ମେଡିଅକ୍ସି-୩୦୦ ଔଷଧଟି ବିଷାକ୍ତ ଥିବା ପ୍ରମାଣିତ ହୋଇସାରିଛି । ବାକି ଆଠଟି ଔଷଧର ନମୁନାକୁ ପରୀକ୍ଷା ପାଇଁ ପଠାଇଛି ଡ୍ରଗ୍‌ କଣ୍ଟ୍ରେଲରଙ୍କ କାର୍ଯ୍ୟାଳୟ । ଏଯାହାର ରିପୋର୍ଟ ଆସିବା ବାକି ରହିଛି ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

ଜୁନ୍‌ ୮ ତାରିଖ ଦିନ ମହାରାଷ୍ଟ ପୋଲିସ ଦେଶରେ ନକଲି କୋଭିଡ ଔଷଧର କାରବାର କରୁଥିବା ଏକ ରାକେଟର ପର୍ଦାଫାସ କରିଥିଲା । ସେଥିରେ ମ୍ୟାକ୍ସ ରିଲିଫ ହେଲ୍ଥ କେୟାର୍‌ ନାମକ ଏକ ଭୁତ କମ୍ପାନୀ ଦେଶର ବିଭିନ୍ନ ରାଜ୍ୟକୁ ନକଲି ଔଷଧ ପଠାଇଥିବା ଜଣା ପଡ଼ିବା ପରେ କମ୍ପାନୀର ମାଲିକ ସନ୍ଦୀପ ମିଶ୍ର ଓ ଏହାର ଡିଷ୍ଟିବ୍ୟୁଟର୍ ସପନ ମୁଖାର୍ଜୀଙ୍କୁ ଗିରଫ କରିଥିଲା । ଏହି ନକଲି ଔଷଧ କାରବାରର ଚେର ଓଡ଼ିଶା ଦେଇ ଗ୍ୱାଲିୟର୍‌ ପର୍ଯ୍ୟନ୍ତ ଲମ୍ବିଥିବା ଜଣା ପଡ଼ିଥିଲା ।



ମହାରାଷ୍ଟର ଡ୍ରଗ୍‌ କଣ୍ଟ୍ରୋଲର କାର୍ଯ୍ୟାଳୟ ଏ ନେଇ ଓଡ଼ିଶା ଡ୍ରଗ କଣ୍ଟ୍ରୋଲର୍‌ କାର୍ଯ୍ୟାଳୟକୁ ଅବଗତ କରାଇବା ପରେ ଜୁନ୍‌ ୧୦ ତାରିଖ ଦିନ କଟକ କନିକା ଛକରେ ଥିବା ଶିବ ଜେନାର ଗୋଦାମ ଉପରେ ରେଡ଼ କରାଯାଇଥିଲା । ଏ ନେଇ ଜୁନ୍‌ ୧୫ ତାରିଖରେ ଡ୍ରଗ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟ ଏସ୍‌.ଟି.ଏଫ୍‌.ରେ ଏକ ଏତାଲା ଦାୟର କରିଥିଲା ।
Published by: Anand ST Das
First published: June 23, 2021, 9:48 PM IST