କରୋନା ମୁକାବିଲା: ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ସିଲ୍ କରି କଣ୍ଟେନମେଣ୍ଟ୍ ଜୋନ୍ ଘୋଷିତ କଲା BMC

ରାଜ୍ୟ ରାଜଧାନୀର ୟୁନିଟ୍-୪ ଆମିଷ ହାଟରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସେହି ଅଞ୍ଚଳ ସମେତ ଅନ୍ୟ କେତେକ ଅଞ୍ଚଳକୁ ବିଏମସି ପକ୍ଷରୁ ସିଲ୍‌ କରାଯାଇଛି ।

କରୋନା ମୁକାବିଲା: ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ସିଲ୍ କରି କଣ୍ଟେନମେଣ୍ଟ୍ ଜୋନ୍ ଘୋଷିତ କଲା BMC
BMC ସ୍କ୍ୱାର୍ଡ଼ ପହଞ୍ଚି ଦୋକାନ ବଜାର ବନ୍ଦ କରାଇଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ମେଲାଇ ଚାଲିଛି କରୋନା ଭାଇରସ୍‌ । ଚିନ୍ତା ବଢ଼ାଇଛନ୍ତି ପ୍ରତି ଦିନ ସଂକ୍ରମିତ ହେଉଥିବା ସ୍ଥାନୀୟ ବାସିନ୍ଦାମାନେ । ସେମାନଙ୍କ ବଢ଼ୁଥିବା ସଂଖ୍ୟା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ବିଏମସି ରାଜଧାନୀର ବିଭିନ୍ନ ଅଞ୍ଚଳକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।

୧୬ ତାରିଖ ରାତି ୧୨ଟାରେ ବିଏମସି ବିଧିବଦ୍ଧ ଭାବେ ନୋଟିସ ଜାରି କରିବା ପରେ ଆଜି ସକାଳୁ ୟୁନିଟ-୪ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍‌ କରିଛି । ସକାଳୁ ବିଏମସି ସ୍କ୍ୱାର୍ଡ଼ ହାଟ ନିକଟରେ ପହଞ୍ଚି ଆନାଉନ୍ସର ଯୋଗେ ବଜାର ବନ୍ଦ କରିବାକୁ କହିଥିଲା। ଏପରିକି ଜୋର ଜବରଦସ୍ତ କିଛି ଦୋକାନକୁ ବନ୍ଦ ମଧ୍ୟ କରାଯାଇଥିଲା । ଅମାନିଆଙ୍କୁ ସାବଡ଼ କରିବାକୁ ଜିନିଷ ଉଠାଇ ନେବା ସହ ଚିକେନ୍ ଓ ମାଂସ ଦୋକାନରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା ।

ଗତ କାଲି ୪-ନମ୍ବର ଆମିଷ ହାଟ ଗୋଦାମର ମାଲିକଙ୍କ ସମେତ ପାଞ୍ଚ ଜଣ କର୍ମଚାରୀ କୋଭିଡ ପଜିଟିଭ୍ ବାହାରିବା ପରେ ଉକ୍ତ ଅଞ୍ଚଳକୁ ସିଲ କରାଯାଇଛି। ୟୁନିଟ-୪ ହାଟ ଭିତରେ ଥିବା ମେଡିସିନ ଦୋକାନକୁ ବାଦ ଦେଲେ ସବୁ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପ୍ରବେଶ ଓ ପ୍ରସ୍ଥାନ ପଥକୁ ବାରିକେଡ କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ବାହାରକୁ ଯିବା ଆସିବା ଉପରେ କଟକଣା ଲଗାଯାଇଛି । ବାହାର ଲୋକଙ୍କ ପ୍ରବେଶ ଉପରେ ବି ବାରଣ ଲଗାଯାଇଛି । ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ନେଇ ବିଏମସି ସୂଚନା ଦେଇଛି ।

BMC ସ୍କ୍ୱାର୍ଡ଼ ସହ ପୋଲିସ ପହଞ୍ଚି ପରିବା ଦୋକାନ ବି ବନ୍ଦ କରାଇଥିଲା ।


‘‘ହାଟ ଭିତରେ କରୋନା ରୋଗୀ ଥିବା ପ୍ରଥମେ ଜଣେ ସ୍ଥାନୀୟ ଲୋକ କହିଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆଜି ବିଏମସି ସକ୍ରିୟ ହୋଇଛି,’’ କହିଛନ୍ତି ବିଏମସିର ଏନଫୋର୍ସମେଣ୍ଟ ଅଧିକାରୀ ।

ହଠାତ ବିଏମସିର ଏ ଚଢ଼ାଉକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବ୍ୟବସାୟୀମାନେ । ଆମିଷ ବାରରେ ସକାଳୁ ଭଲ ବ୍ୟବସାୟ ନେଇ ପସରା ମେଲିଥିବା ବେଳେ ବିଏମସି ସ୍କ୍ୱାର୍ଡ଼କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ।

ଏହା ବି ପଢ଼ନ୍ତୁ: ଇଏ ଓଡ଼ିଆ ଝିଅ ଅପ୍ସରା ରାଣୀ; ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ‘ଥ୍ରୀଲର୍’ରେ ସେ ହିରୋଇନ୍

ଏହା ବି ପଢ଼ନ୍ତୁ: ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା

ଆଜି ରାତି ୯ଟା ଠାରୁ ଲକଡାଉନ ଜାରି ହେବା ପୂର୍ବରୁ ବିଭିନ୍ନ ସ୍ଥାନ ସିଲ ହୋଇଛି । କଣ୍ଟାକ୍ଟ ଟ୍ରେସିଂ ପରେ ଯେଉଁ ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିବା ନେଇ ନିଷ୍ପତ୍ତି ହେବ। ନୟାପଲ୍ଲୀର ସୀତାପୁର ବସ୍ତିକୁ ମଧ୍ୟ ଆଜି ଠୁ ସିଲ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବସ୍ତି ନିକଟରେ ଥିବା ସମସ୍ତ ରାସ୍ତା ଅବରୋଧ କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଇଛି ।
Published by: Anand Shankar Thankur Das
First published: July 17, 2020, 6:42 PM IST
corona virus btn
corona virus btn
Loading