ଲକଡାଉନ୍: ପଞ୍ଜାବରେ ରାସ୍ତାରେ ଅଟକାଇବାରୁ ପୋଲିସ କର୍ମୀଙ୍କ ହାତ ହାଣିଲେ; ୭ ଜଣ ଗିରଫ ହେଲେ

ଖଣ୍ଡାରେ ହୋଇଥିବା ଏହି ଆକ୍ରମଣରେ ଏ.ଏସ୍.ଆଇ. ହରଜିତ ସିଂଙ୍କ ଏକ ହାତ କଟି ଅଲଗା ହୋଇଯାଇଥିଲା । ପଞ୍ଜାବର ଡିଜିପି କହିଛନ୍ତି ଯେ ପ୍ଲାଷ୍ଟିକ୍ ସର୍ଜନମାନେ ଏହି କଟା ହାତକୁ ଯୋଡ଼ିବାକୁ ଅପରେସନ୍ କରିଛନ୍ତି ।

ଲକଡାଉନ୍: ପଞ୍ଜାବରେ ରାସ୍ତାରେ ଅଟକାଇବାରୁ ପୋଲିସ କର୍ମୀଙ୍କ ହାତ ହାଣିଲେ; ୭ ଜଣ ଗିରଫ ହେଲେ
ଘଟଣାର ଭିଡିଓ ଫୁଟେଜରୁ ଏକ ଛବି ।
  • News18 Odia
  • Last Updated: April 12, 2020, 5:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ଼: ପଞ୍ଜାବର ପଟିଆଲାରେ ରବିବାର ସକାଳେ କିଛି ଲୋକ ଲକଡାଉନ୍‌ ନିୟମ ଉଲ୍ଲଙ୍ଘନ କରିଥିଲେ ଓ ଏକ ପୋଲିସ ଦଳ ଉପରେ ଖଣ୍ଡାରେ ଆକ୍ରମଣ କରି ଜଣେ ଏ.ଏସ୍‌.ଆଇ.ଙ୍କ ହାତ ହାଣିଦେଇଥିଲେ । ଏହି ମରଣାନ୍ତକ ଆକ୍ରମଣ କରିଥିବା ସାତ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ଅଧିକାରୀମାନଙ୍କ କହିବାନୁସାରେ ପୋଲିସ ଦଳକୁ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିବା ଏହି ଅଭିଯୁକ୍ତମାନେ ନିକଟସ୍ଥ ଗୁରୁଦ୍ୱାରରେ ଲୁଚି ରହିଥିଲେ । ସେମାନଙ୍କୁ ଧରିବାକୁ ପଞ୍ଜାବ ପୋଲିସର ସ୍ପେଶାଲ ଅପରେସନ୍ ଗୃପ୍‌ର କମାଣ୍ଡୋମାନଙ୍କୁ ପଠାଯାଇଥିଲା । ଆକ୍ରମଣକାରୀଙ୍କୁ ଧରିବା ପାଇଁ ଗୁରୁଦ୍ୱାରରେ ପ୍ରବେଶ କରୁଥିବାବେଳେ ପୋଲିସ ଶିଖ୍ ମାନ୍ୟତାକୁ ସମ୍ପୂର୍ଣ୍ଣରୂପେ ପାଳନ କରିଥିଲା । ସର୍ବଶେଷ ସୂଚନା ଅନୁଯାୟୀ ତିନି ଆକ୍ରମଣକାରୀଙ୍କ ସମେତ ସାତ ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ କହିଛି ଯେ ଚାରି-ପାଞ୍ଚ ଜଣ 'ନିହାଙ୍ଗ' ବେଶଧାରୀ ଶିଖ୍‌ ଲୋକେ (ପାରମ୍ପରିକ ଅସ୍ତ୍ରଶସ୍ତ୍ର ରଖୁଥିବା ଓ ନୀଳ ରଙ୍ଗର ଲମ୍ବା ସାର୍ଟ ପିନ୍ଧୁଥିବା ଶିଖ୍‌) ଏକ କାରରେ ଯାତ୍ରା କରୁଥିଲେ । ଏହି ସମୟ ମଧ୍ୟରେ ମଣ୍ଡି ବୋର୍ଡର ଅଧିକାରୀମାନେ ସକାଳ ପ୍ରାୟ ୬ଟା ୧୫ ସମୟରେ ଏକ ପନିପରିବା ବଜାର ନିକଟରେ ସେମାନଙ୍କୁ ଅଟକିବାକୁ କହିଥିଲେ ।

‘‘ସେମାନଙ୍କୁ ପାସ୍ ଦେଖାଇବାକୁ କୁହାଯାଇଥିଲା, କିନ୍ତୁ ସେମାନେ ନିଜ କାରରେ ସେଠାରେ ସ୍ଥାପିତ ବ୍ୟାରିକେଡ଼ ଓ ବ୍ଲକରକୁ ଧକ୍କା ଦେଇଥିଲେ । ତା’ ପରେ କାରରୁ ବାହାରି ପୋଲିସ୍‌ ଦଳ ଉପରେ ଆକ୍ରମଣ କରିଥିଲେ,’’ କହିଛନ୍ତି ପଟିଆଲାର ବରିଷ୍ଠ ପୋଲିସ ଅଧୀକ୍ଷକ ମନଦୀପ ସିଂ ସିଦ୍ଧୁ ।

ପଞ୍ଜାବର ଡିଜିପି ଦିନକର ଗୁପ୍ତା


ଏହି ଆକ୍ରମଣରେ ଏ.ଏସ୍‌.ଆଇ. ହରଜିତ ସିଂଙ୍କ ଏକ ହାତକୁ ହାଣି ଅଲଗା ହୋଇଯାଇଥିଲା । ତାଙ୍କୁ ରାଜେନ୍ଦ୍ର ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରୁ PGIMER ଚଣ୍ଡିଗଡ଼କୁ ରେଫର୍ କରାଯାଇଥିଲା । ପଞ୍ଜାବର ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ ପ୍ଲାଷ୍ଟିକ୍‌ ସର୍ଜନମାନେ ଏହି କଟା ହାତକୁ ଯୋଡ଼ିବାକୁ ଅପରେସନ୍‌ ଆରମ୍ଭ କରିଛନ୍ତି ।

ଅନେକ ପୋଲିସ ଟିମ୍ ନିହାଙ୍ଗ ଶିଖମାନଙ୍କୁ ଗୁରୁଦ୍ୱାର କ୍ୟାମ୍ପସରୁ ବାହାର କରିବା ପାଇଁ ନିୟୋଜିତ ହୋଇଛନ୍ତି ଓ ଗୁରୁଦ୍ୱାର ଚାରି ପାଖରେ ଲୋକଙ୍କ ଗତିବିଧି ବନ୍ଦ ରଖାଯାଇଛି ।

ପଞ୍ଜାବରେ ଗତ ୨୪ ଘଣ୍ଟା ମଧ୍ୟରେ ଲକଡାଉନ୍ ଓ କର୍ଫ୍ୟୁ ନିୟମ ଲାଗୁ ହୋଇଥିବା ବେଳେ ପୋଲିସ୍ ଦଳମାନଙ୍କ ଉପରେ ତିନୋଟି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
First published: April 12, 2020, 5:13 PM IST
corona virus btn
corona virus btn
Loading