ସ୍ନାନ ପୂର୍ଣ୍ଣିମା: ୧୦ଟି ନିଯୋଗର ସେବାୟତମାନଙ୍କୁ କରୋନା ଟେଷ୍ଟ କରି ନିୟୋଜିତ କରାଯିବ

ଟେଷ୍ଟ ହେବା ଦିନ ଠାରୁ ସେବାୟତମାନେ ହୋମ୍ କ୍ୱାରାଣ୍ଟାଇନରେ ରହିବେ ବୋଲି ଏକ ଅଣ୍ଡରଟେକିଂ ଲେଖିକରି ଦେବେ ବୋଲି ନିଯୋଗମାନଙ୍କୁ ଚିଠି ଲେଖି ଅବଗତ କରାଇଛି ଶ୍ରୀମନ୍ଦିର ପ୍ରଶାସନ ।

ସ୍ନାନ ପୂର୍ଣ୍ଣିମା: ୧୦ଟି ନିଯୋଗର ସେବାୟତମାନଙ୍କୁ କରୋନା ଟେଷ୍ଟ କରି ନିୟୋଜିତ କରାଯିବ
ମହାପ୍ରଭୁ ଜଗନ୍ନାଥ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଜୁନ ୫ରେ ହେବ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା । କୋବିଡ-୧୯ ଗାଇଡଲାଇନ୍ସ ଅନୁଯାୟୀ ୧୦ଟି ସେବାୟତ ନିଯୋଗର ସଦସ୍ୟଙ୍କର ହେବ କୋବିଡ-୧୯ ଟେଷ୍ଟ । ନିଯୋଗମାନଙ୍କ ପକ୍ଷରୁ ତାଲିକା ଆସିବା ପରେ ସେହି ଅନୁସାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ କରିବ ଏହି ଟେଷ୍ଟ ।

ଦଇତାପତି ନିଯୋଗର ୧୫୦ ଜଣ ସଦସ୍ୟଙ୍କର ତାଲିକା ଘୋଷଣା ହୋଇଥିବା ବେଳେ ସେମାନଙ୍କର ମେ ୨୭ ଓ ୨୮ରେ ସ୍ୱାବ ଟେଷ୍ଟ କରାଯିବ । ତା’ ପରେ ମେ ୨୯ ଓ ୩୦ରେ ଗରାବଡୁ ନିଯୋଗର ୧୨୦ ଜଣ ସଦସ୍ୟଙ୍କର ଟେଷ୍ଟ ହେବ । ଟେଷ୍ଟ ଦିନ ଠାରୁ ସେମାନେ ହୋମ କ୍ୱାରାଣ୍ଟାଇନରେ ରହିବେ ବୋଲି ଏକ ଅଣ୍ଡରଟେକିଂ ଲେଖି ଦେବେ ବୋଲି ନିଯୋଗମାନଙ୍କୁ ଚିଠି ଲେଖି ଅବଗତ କରାଇଛି ଶ୍ରୀମନ୍ଦିର ପ୍ରଶାସନ । ୧୦ଟି ନିଯୋଗରୁ ଦୁଇଟି ନିଯୋଗର କରୋନା ସଚେତନତା ଶିବିର କରାଯାଇଥିବା ବେଳେ ବାକି ୮ଟି ନିଯୋଗର ଜୁନ ୧  ଭିତରେ କରାଯିବାକୁ ସ୍ଥିର କରିଛି ଶ୍ରୀମନ୍ଦିର ପ୍ରଶାସନ ।

ରଥ ନିର୍ମାଣରେ ଲାଗିଥିବା ୧୮୯ ଜଣ ସେବକଙ୍କର କୋବିଡ-୧୯ ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବାରୁ ସେମାନେ ସୁରକ୍ଷିତ ଭାବେ କ୍ୱାରାଣ୍ଟାଇନରେ ରହି କାର୍ଯ୍ୟ କରୁଛନ୍ତି  ।

ସ୍ନାନ ପୂର୍ଣ୍ଣିମା ପାଇଁ ସ୍ନାନ ବେଦି ପ୍ରସ୍ତୁତ ହୋଇ ରହିଛି ।


ଜୁନ ୫ରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ୧୦ଟି ସେବାୟତ ନିଯୋଗକୁ ସେମାନଙ୍କ ସଦସ୍ୟ ସଂଖ୍ୟା ହ୍ରାସ କରି ଜଣାଇବା ପାଇଁ ଚିଠି କରାଯାଇଥିଲା । ଆଉ ନିଯୋଗ ସଦସ୍ୟଙ୍କର ତାଲିକା ପ୍ରସ୍ତୁତ କରି ପ୍ରଥମେ ମେ ୨୫ ଡେଡଲାଇନ କରାଯାଇଥିବା ବେଳେ କୌଣସି ଗୋଟିଏ ବି ନିଯୋଗ ଦାଖଲ ନ କରିବାରୁ ତାହାକୁ ମେ ୨୮ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।  ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଦଇତାପତି ନିଯୋଗ ପକ୍ଷରୁ ବୈଠକ କରାଯାଇ ସଦସ୍ୟଙ୍କର ତାଲିକା ପ୍ରସ୍ତୁତ ହୋଇଛି ।

‘‘ଦଇତାପତି ନିଯୋଗର ସେବା ହେଉଛି ଗୋଷ୍ଠୀଗତ ସେବା । ସେଥି ପାଇଁ ସମସ୍ତ ନିଯୋଗ ସଦସ୍ୟଙ୍କର ଅଧିକାର ରହିଛି । ହେଲେ କରୋନାକୁ ନେଇ କମାଯାଇଛି ସେବାୟତଙ୍କ ସଂଖ୍ୟା । ନିଯୋଗର ସାଧାରଣ ସଭାରେ ନିଷ୍ପତ୍ତି ଅନୁସାରେ ପହଣ୍ଡି ସମୟରେ ଜଗନ୍ନାଥଙ୍କ ନିକଟରେ ରହିବେ ୬୦ ଜଣ ସେବାୟତ, ବଳଭଦ୍ରଙ୍କ ପାଖରେ ରହିବେ ୫୦ ଜଣ, ସୁଭଦ୍ରାଙ୍କ ପାଖରେ ୩୦ ଜଣ ଓ ସୁଦର୍ଶନଙ୍କ ପାଖରେ ୧୦ ଜଣ ଦଇତାପତି ସେବାୟତ ରହି ନୀତି କରିବେ । ସେଥି ପାଇଁ ନିଯୋଗ ପକ୍ଷରୁ ୧୫୦ ଜଣ ଦଇତାପତିଙ୍କର ତାଲିକା କରାଯାଇଛି । ସେହି ଦଇତାପତିମାନେ ହୋମ କ୍ୱାରାଣ୍ଟାଇନରେ ରହିବେ,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାଶ ମହାପାତ୍ର ।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମେ ୨୭ ଓ ୨୮ ଦୁଇ ଦିନ ଧରି ଦୈନିକ ୭୫ ଜଣ ସେବାୟତଙ୍କର ସ୍ୱାବ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି । ସେହି ଅନୁସାରେ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି । ୧୫୦ ଜଣ ଦଇତାପତି ସେବାୟତଙ୍କ ଛଡା ଅନ୍ୟ ଦଇତାପତି ଭାଇମାନେ ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ଦର୍ଶନ କରିବା ପାଇଁ ଅନୁରୋଧ କରାଯିବ ।

‘‘ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ଦଇତାପତି ସେବାୟତଙ୍କର ଜନ୍ମ ହୋଇଥିବା ୨୧ ଦିନିଆ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଷ୍ଠୀଗତ ସେବାରେ ଅଧିକାର ରହିଛି । ମହାପ୍ରଭୁଙ୍କର ଅଣସରରେ ଆମେ ସମସ୍ତ ଦଇତାପତି ସେବାୟତ ସେଠି କାର୍ଯ୍ୟ କରିଥାଉ । ଆଉ ଚଳିତ ବର୍ଷ କରୋନା ଲକଡାଉନକୁ ନେଇ ଆମେ ସଚେତନ ରହିଛୁ । ଦଇତାପ୍ରବେଶ ନୀତି ଠାରୁ କୌଣସି ଦଇତାପତି ପୁରୀ ଛାଡି ବା ଅଠରନଳା ଟପି ବାହାରକୁ ଯାନ୍ତି ନାହିଁ କି କୌଣସି ଲୋକ ଆମ ଘରକୁ ଆସନ୍ତି ନାହିଁ  । ଆମେ ବାହାରକୁ ଯାଉନାହୁଁ କି ବାହାରେ ଖାଉ ନାହୁଁ  । ସମ୍ପୂର୍ଣ୍ଣ ନିୟମ କାନୁନରେ ଘରେ ରହି ଅଣସର ନୀତି କରିଥାଉ । ତେଣୁ ଏଥର କରୋନା କଟକଣା ରହିଥିବାରୁ ବନା ଭକ୍ତରେ ଯଦି ସ୍ନାନ ପୂର୍ଣ୍ଣିମା ହୁଏ ତାହାଲେ ସେହି ଦିନଠାରୁ ୧୫ ଦିନ ଅଣସର କରିବାକୁ ଲକ୍ଷ୍ୟ ରଖାଯାଇଛି  । ଏପରି ଦୀର୍ଘ ୧୦୦ ବର୍ଷ ମଧ୍ୟରେ କେବେ ବି ହୋଇନାହିଁ,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ଦୁର୍ଗାଦାଶ ମହାପାତ୍ର ।

କରୋନା କଟକଣା ଯୋଗୁଁ ସେବାୟତଙ୍କ ସଂଖ୍ୟା ହ୍ରାସ କରାଯିବା ପ୍ରସଙ୍ଗକୁ ନେଇ ଅନେକ ନିଯୋଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତଥାପି ପ୍ରଶାସନକୁ ସହଯୋଗ କରିବା ପାଇଁ ନିଯୋଗମାନଙ୍କ ପକ୍ଷରୁ ତାଲକା ପ୍ରସ୍ତୁତ କରାଯାଇଛି  । ଆଜି ଖୁଣ୍ଟିଆ ନିଯୋଗ ପକ୍ଷରୁ ୧୦ ଜଣ ସେବାୟତଙ୍କର ତାଲିକା ଦିଆଯାଇଛି  । ‘‘ହେଲେ ଗତ ବର୍ଷ ୪୦ ଜଣ ସେବାୟତ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ରହିଥିଲେ । କରୋନାକୁ ନେଇ ସଂଖ୍ୟା କମାଇ ୧୦ରେ ସିମୀତ ରଖାଯାଇଛି, ମାତ୍ର ଆମର ସମସ୍ତ ସଦସ୍ୟମାନେ ଯେଭଳି ସେହି ଦିନ ଏକ ନିର୍ଦ୍ଧିଷ୍ଟ ସମୟରେ ମନ୍ଦିର ଯାଇ ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଆଲୋଚନା କରାଯାଇଛି,’’ କହିଛନ୍ତି ଖୁଣ୍ଟିଆ ନିଯୋଗର ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ଟି ସେବାୟତ ନିଯୋଗଙ୍କୁ ଚିଠି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଯୋଗ ସେମାନଙ୍କର  ତାଲିକା ପ୍ରସ୍ତୁତ କରିସାରିଛନ୍ତି । ସେହି ଅନୁସାରେ ଦଇତାପତି ନିଯୋଗର ୧୫୦ ଜଣ ସଦସ୍ୟଙ୍କର ତାଲିକା ଘୋଷଣା ହୋଇଥିବା ବେଳେ ସେମାନଙ୍କର ମେ ୨୭ ଓ ୨୮ରେ ସ୍ୱାବ ଟେଷ୍ଟ କରାଯିବ ।

‘‘ମେ ୨୯ ଓ ୩୦ରେ ଗରାବଡୁ ନିଯୋଗର ୧୨୦ ଜଣ ସଦସ୍ୟଙ୍କର ଟେଷ୍ଟ ହେବ । ଟେଷ୍ଟ ଦିନଠାରୁ ସେମାନେ ହୋମ କ୍ୱାରାଣ୍ଟାଇନରେ ରହିବେ ବୋଲି ଏକ ଅଣ୍ଡରଟେକିଂ ଲେଖିକି ଦେବେ ବୋଲି ନିଯୋଗମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏହା ସହିତ ଦଇତାପତି ନିଯୋଗ ଓ ଗରାବଡୁ ନିଯୋଗର ସଦସ୍ୟମାନଙ୍କର କରୋନା ସଚେତନତା ଶିବିରି ସରିଥିବା ବେଳେ ବାକି ୮ଟି ନିଯୋଗର ସଚତେନତା ଶିବିର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ,’’ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନ ମଣ୍ଡପରେ ଏଏସଆଇ ପକ୍ଷରୁ ସେଡ କରାଯିବା ସହ ଚାନ୍ଦୁଆ ଟଣାଯିବା ଓ  ରଙ୍ଗ କରାଯିବା କାମର ସମୀକ୍ଷା କରାଯାଇଛି  । ଦଶଟି ନିଯୋଗର ସଦସ୍ୟ ତାଲିକା ଆସିବା ପରେ ସେ ନେଇ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା କରାଯାଇ ବିଶେଷ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି  ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 8:34 PM IST
corona virus btn
corona virus btn
Loading