News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ଟିକାର (Coronavirus) ମୂଲ୍ୟକୁ ନେଇ ଦୀର୍ଘ ଦିନରୁ ସଂଶୟ ଲାଗି ରହିଥିଲା । କିନ୍ତୁ ରବିବାର ଦିନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (Serum Institute of India) ସିଇଓ ଆଦର୍ଶ ପୁନାୱାଲା (Adar Poonawalla) ଏହି ଟିକା ଦାମ୍ ବିଷୟରେ ଏକ ବଡ ଘୋଷଣା କରିଛନ୍ତି । ଅକ୍ସଫୋର୍ଡର (Oxford) ଟିକା ୨୦୦ ଟଙ୍କାରେ ସରକାରଙ୍କୁ ଦିଆଯିବ ବୋଲି ସେ କହିଛନ୍ତି । ଏଥି ସହିତ ଜନସାଧାରଣ ଏହି ଟିକାକୁ ୧ ହଜାର ଟଙ୍କାରେ ମିଳିବ । ପୁଣେର ସେରମ୍ ଇନଷ୍ଟିଚ୍ୟୁଟରେ ଅକ୍ସଫୋର୍ଟ-ଏଷ୍ଟ୍ରାଜାନିକାର ଟିକା କୋଭିଶିଲ୍ଡ ପ୍ରସ୍ତୁତ କରାଯାଉଛି । ସୂଚନାଯୋଗ୍ୟ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ରବିବାର ଦିନ କୋଭିଶିଲ୍ଡଙ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।
ଭାରତରେ ଖୁବ୍ ଶୀଘ୍ର ଟିକାକରଣ ଆରମ୍ଭ ହେବ । ଏଥିପାଇଁ ସରକାର ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି । ଶନିବାର ଦିନ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରାଇ ରନ୍ କରାଯାଇଥିଲା । ଭାରତ ସରକାର ବ୍ୟତୀତ ୟୁରୋପୀୟ ୟୁନିଅନ୍ ମଧ୍ୟ ଟିକା ଉତ୍ପାଦନକାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଟିକା ଉତ୍ପାଦନ ବୃଦ୍ଧି ଓ ବଣ୍ଟନକୁ ସହଜ କରିବାରେ EU ସାହାଯ୍ୟ କରିଛି ।
ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ ସେମାନେ ପ୍ରତି ମାସରେ ୫୦ ରୁ ୬୦ ନିୟୁତ ଡୋଜ ଅକ୍ସଫୋର୍ଟ-ଏଷ୍ଟ୍ରାଜାନିକା ଟିକା ଉତ୍ପାଦନ କରୁଛନ୍ତି । କମ୍ପାନୀ କହିଛି ଯେ ଏହି ଟିକା ଫାଇଜର-ବାୟୋଏଣ୍ଟେକ୍ ଅପେକ୍ଷା ଶସ୍ତା ଓ ପରିବହନ ମଧ୍ୟ ସହଜ ଅଟେ । ଏହା ସ୍ୱତନ୍ତ୍ର ଯେ ୨୦୨୧ ମଧ୍ୟଭାଗରେ ଭାରତ ୧୩୦ କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଛି ।
ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷାକମ୍ପାନୀର ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ଟିକାର ୪୦ ରୁ ୫୦ ନିୟୁତ ଡୋଜ ଟିକା ପ୍ରୟୋଗ କରିବାକୁ ପ୍ରସ୍ତୁତ ଅଛି । ସେ କହିଛନ୍ତି ଯେ କଣ୍ଟ୍ରାକ୍ଟର ସରକାରଙ୍କ ସହ ସ୍ୱାକ୍ଷର କରିବାକୁ ଆମେ ଅପେକ୍ଷା କରିଛୁ । ଏହି ଟିକା ୭ ରୁ୧୦ ଦିନ ମଧ୍ୟରେ ଉପଲବ୍ଧ ହେବ । ସେ କହିଛନ୍ତି ଯେ ଟିକା ରପ୍ତାନି କରିବାକୁ ସରକାର ଏପର୍ଯ୍ୟନ୍ତ ଆମକୁ ଅନୁମତି ଦେଇନାହାଁନ୍ତି । ଯେତେବେଳେ କି ସାଉଦି ଆରବ ଓ ଅନ୍ୟ କେତେକ ଦେଶ ସହିତ ଆମର ଦ୍ୱିପାକ୍ଷିକ ସମ୍ପର୍କ ଅଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଆମେ ସରକାରଙ୍କୁ ଅନୁମତି ଦେବାକୁ କହିବୁ । ଯାହା ଦ୍ୱାରା ଆମେ ଅନ୍ୟ ୬୮ ଟି ଦେଶକୁ ଏହି ଟିକା ପ୍ରଦାନ କରିପାରିବୁ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।