କରୋନା ମୁକାବିଲା: ରାଜ୍ୟରେ ସେରୋଲୋଜିକାଲ ସର୍ଭେଲାନ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି

ସେରଲୋଜିକାଲ ସର୍ଭେଲାନ୍ସ ଦ୍ୱାରା କୌଣସି ଭୂତାଣୁବାହିତ ରୋଗର ପ୍ରଭାବ ସମୟରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ସ୍ପଷ୍ଟ ଧାରଣା ମିଳିଥାଏ । ଭୁବନେଶ୍ୱରରେ ସାନି ସେରଲୋଜିକାଲ ସର୍ଭିଲାନ୍ସ ରେ ୨,୫୦୦ ସାମ୍ପୁଲ ଟେଷ୍ଟ ହେବ ।

କରୋନା ମୁକାବିଲା: ରାଜ୍ୟରେ ସେରୋଲୋଜିକାଲ ସର୍ଭେଲାନ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି
ଭୁବନେଶ୍ୱରରେ ଏକ କୋଭିଡ୍ ହସପିଟାଲ୍
  • News18 Odia
  • Last Updated: August 5, 2020, 10:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ସେରଲୋଜିକାଲ ସର୍ଭିଲାନ୍ସର ଗୁରୁତ୍ୱ । କରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକ ସଂକ୍ରମିତ ଅଞ୍ଚଳରେ ବ୍ୟାପକ ସେରୋ ସର୍ଭିଲାନସକୁ ସ୍ବାସ୍ଥ୍ୟ ବିଭାଗ ପ୍ରାଥମିକତା ଦେଇଚାଲିଛି । ଏକ୍ସପର୍ଟଙ୍କ ମତରେ ଏହା ଦ୍ୱାରା କରୋନା ସଂକ୍ରମଣର ବ୍ୟାପକତା ବାବଦରେ ବିସ୍ତୃତ ତଥ୍ୟ ମିଳିପାରିବ । ଅନ୍ୟ ରୋଗର ଉପସ୍ଥିତି ତଥା ବିଭିନ୍ନ ପ୍ରକାର ଭୂତାଣୁ ସଂକ୍ରମଣରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇପାରିଛି କି ନାହିଁ ସେ ବିଷୟରେ ବି ଜାଣିହେବ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟର କୋଭିଡ ସଂକ୍ରମଣ ବୃଦ୍ଧିର ହାର ଜାତୀୟ ହାର ତୁଳନାରେ ଅଧିକ। ଜାତୀୟ ହାର ୨.୮୮ ପ୍ରତିଶତ ଥିବା ବେଳେ ରାଜ୍ୟ ହାର ରହିଛି ୩.୮୧ ପ୍ରତିଶତ । ଦୈନିକ ସଂକ୍ରମଣ ହାର କ୍ଷେତ୍ରରେ ଜାତୀୟ ହାର ତୁଳନାରେ ମଧ୍ୟ ରାଜ୍ୟର ହାର ଅଧିକ ବୋଲି ତଥ୍ୟରେ ଉଲ୍ଲେଖ ଅଛି। ବଡ଼ କଥା ହେଲା ଜାତୀୟ ସ୍ତରରେ ପ୍ରତି ୧ ଲକ୍ଷରେ ୧,୫୧୦ ଟେଷ୍ଟ ହେଉଥିବା ବେଳେ ଓଡ଼ିଶାରେ ସେହି ସଂଖ୍ୟା ୧,୨୭୩ । ମୁଖ୍ୟତଃ ଆରଟିପିସିଆର ପଦ୍ଧତିରେ ଏହି ଟେଷ୍ଟ ହେଉଥିବାରୁ କୋଭିଡ ସଂକ୍ରମଣରେ ଶୀଘ୍ର ଲାଗି ପାରୁନି ରୋକ। ସେ ଦୃଷ୍ଟି କୋଣରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ସେରଲୋଜିକାଲ ସର୍ଭିଲାନ୍ସ ଉପରେ ରହିଛି ଫୋକସ ।

ବିଭାଗର ଏହି ନିଷ୍ପତ୍ତି ଯଥାର୍ଥ ବୋଲି ଏକ୍ସପର୍ଟଙ୍କ ମତ। ‘‘ସେରଲୋଜିକାଲ ସର୍ଭିଲାନ୍ସ ଦ୍ୱାରା କୌଣସି ଭୂତାଣୁବାହିତ ରୋଗର ପ୍ରଭାବ ସମୟରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ସ୍ପଷ୍ଟ ଧାରଣା ମିଳିଥାଏ । ଏହା ସହିତ ଅନ୍ୟ ରୋଗର ଉପସ୍ଥିତି ତଥା ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବିଷୟରେ ମଧ୍ୟ ଜାଣିହୁଏ।  ଅର୍ଥାତ ମାତ୍ର ଗୋଟିଏ ଟେଷ୍ଟିଂରେ ଏକାଧିକ ରୋଗ ବିଷୟରେ ସ୍ପଷ୍ଟ ଧାରଣା ମିଳିଯାଉଥିବାରୁ ବର୍ତ୍ତମାନ ସମୟରେ ଏହା ଅଧିକ ଉପଯୋଗୀ,’’ କହିଛନ୍ତି ଡଃ ଶୋଭନ କୁମାର ରଥ।

ରାଣ୍ଡମ୍ ବା ବିକ୍ଷିପ୍ତ ପଦ୍ଧତିରେ ସେରୋ ସର୍ଭିଲାନ୍ସ କରାଯାଇଥାଏ, ଯାହା ସମୟପଯୋଗୀ ।


ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦୀପ ମିଶ୍ର କହିଛନ୍ତି, ‘‘ସେରୋ ସର୍ଭିଲାନ୍ସ ଦ୍ବାରା ପ୍ରକାରାନ୍ତରେ କୋଭିଡ ଚେନକୁ ବ୍ରେକ କରିହେବ। କାରଣ ଏହି ଗୋଟିଏ ଟେଷ୍ଟରୁ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ସମ୍ଭାବନା ସ୍ପଷ୍ଟ ହୋଇଥାଏ। ରାଣ୍ଡମ୍‌ ବା ବିକ୍ଷିପ୍ତ ପଦ୍ଧତିରେ ଏହି ସର୍ଭିଲାନ୍ସ କରାଯାଇଥାଏ, ଯାହା ସମୟପଯୋଗୀ ।’’

ଏହା ବି ପଢ଼ନ୍ତୁ | ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ: PM ମୋଦି ରାମଲାଲାଙ୍କ ଆଗରେ ଦଣ୍ଡବତ ହେଲେ, ଦେଖନ୍ତୁ ଫଟୋ

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ଏମିତି ଦେଖାଯିବ; କଳାକାରୀ ଓ ଭବ୍ୟତାର ଅନନ୍ୟ ମିଳନ ହେବ

ସେରଲୋଜିକାଲ ଟେଷ୍ଟିଂକୁ ବିଭାଗ ଗୁରୁତ୍ୱ ଦେବା ପ୍ରସଙ୍ଗ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସ୍ବାସ୍ଥ୍ୟ ସେବା ବିଶେଷଜ୍ଞ ଓ ବୁଦ୍ଧିଜୀବୀ। ସ୍ବାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞ ଭାରତ ବେହେରା କହିଛନ୍ତି, ‘‘ସାରା ରାଜ୍ୟରେ ଏହି ସର୍ଭିଲାନ୍ସକୁ ଗୁରୁତ୍ୱ ଦୁଆଯିବାର ଆବଶ୍ୟକତା ଅଛି । କାରଣ ଜାତୀୟ ସ୍ତରରେ ମଧ୍ୟ ଏହି ସର୍ଭିଲାନ୍ସକୁ ଦିଆଯାଇଛି ଗୁରୁତ୍ୱ, ଯାହାର ସୁଫଳ ମିଳିଛି ଦିଲ୍ଲୀ ଓ ଏକାଧିକ ରାଜ୍ୟରେ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ସର୍ଭିଲାନ୍ସରୁ କିଛି ଉପଲବ୍ଧି ମିଳିପାରିଥିବା ବେଳେ ଏହି ସାନି ପର୍ଯ୍ୟାୟରୁ ଅନେକ କିଛି ସଫଳତା ମିଳିବା ଆଶା ରହିଛି ।’’



ବୁଦ୍ଧିଜୀବୀ ବଂଶୀଧର ବାରିକ କହିଛନ୍ତି ଯେ ଏହି ସର୍ଭେଲାନ୍ସରୁ ବସ୍ତି ବାସିନ୍ଦା ଅଧିକ ଉପକୃତ ହେବେ । ଆରଏମଆରସିର ସୂଚନା ଅନୁସାରେ ଭୁବନେଶ୍ୱରରେ ହେବାକୁ ଥିବା ସାନି ସେରଲୋଜିକାଲ ସର୍ଭିଲାନ୍ସ ରେ ୨,୫୦୦ ସାମ୍ପୁଲ ଟେଷ୍ଟ ହେବ। ଏଥିରେ ଅଧିକ ସମ୍ବେଦନଶୀଳ ଗୋଷ୍ଠୀକୁ ଦିଆଯିବ ଗୁରୁତ୍ୱ ।
Published by: Anand Shankar Thankur Das
First published: August 5, 2020, 10:46 PM IST
corona virus btn
corona virus btn
Loading