କରୋନା ମୁକାବିଲା: କଟକରେ ଆରମ୍ଭ ହେଲା ସେରୋ ସର୍ଭେଲାନ୍ସ; ସଂକ୍ରମଣର ଦ୍ୱିତୀୟ ଲହରୀକୁ ଡର

କଟକ ସହରରେ କରୋନା ସଂକ୍ରମଣର ହାରରେ ଆସିଥିବା ସୁଧାରକୁ ନେଇ ସହରବାସୀ ଆଶ୍ୱସ୍ତ ହେଉଥିବା ବେଳେ ଆଗକୁ ସ୍ଥିତି ଚିନ୍ତାଜନକ ହୋଇପାରେ ବୋଲି ଚେତାବନୀ ଦେଇଛି CMC । ଶୀତ ଆସୁଥିବାରୁ ସଂକ୍ରମଣର ଦ୍ବିତୀୟ ଲହରର ସମ୍ଭାବନା ରହିଛି ।

କରୋନା ମୁକାବିଲା: କଟକରେ ଆରମ୍ଭ ହେଲା ସେରୋ ସର୍ଭେଲାନ୍ସ; ସଂକ୍ରମଣର ଦ୍ୱିତୀୟ ଲହରୀକୁ ଡର
ସେରୋ ସର୍ଭେ ପାଇଁ ଆଇସିଏମଆର ପକ୍ଷରୁ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି ।
  • News18 Odia
  • Last Updated: November 2, 2020, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଖୋର୍ଦ୍ଧା ଓ ବ୍ରହ୍ମପୁର ପରେ ଏବେ କଟକରେ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସ । କଟକରେ କୋଭିଡ ସଂକ୍ରମଣର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସୋମବାର ଠାରୁ ସହରରେ ଆରମ୍ଭ ହୋଇଛି ସେରୋ ଲେଜିକାଲ ସର୍ଭେ । ଚାରି ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ସହରର ୩୦ଟି ୱାର୍ଡ଼ର ପ୍ରାୟ ୨,୧୦୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିବାକୁ ଲକ୍ଷ ରଖିଛି ଆଇସିଏମଆର । ପ୍ରଥମ ଦିନରେ ପାୟ ୫୦୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି ।

ଆଇସିଏମଆର ପକ୍ଷରୁ କରାଯାଇଥିବା ଏହି ସର୍ଭେ ପାଇଁ ପାଞ୍ଚଟି ଟିମ୍‌ ଗଠନ କରାଯାଇଛି । ଟିମକୁ ସହଯୋଗ କରିବା ପାଇଁ ସିଏମସି ପକ୍ଷରୁ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ୱାର୍ଡ଼ ଅଫିସର ଓ ସାନିଟାରି ଅଫିସରଙ୍କୁ ନିୟୋଜିତ କରାଯାଇଛି । ସର୍ଭେ ହେବାକୁ ଥିବା ୱାର୍ଡ଼ଗୁଡ଼ିକୁ ୧୪ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ଏଥି ପାଇଁ ୧୪ ଜଣ ବରିଷ୍ଠ ଅଧିକାରୀଙ୍କୁ ସେକ୍ଟର ଅଫିସର ଭାବେ ଦାୟିତ୍ବ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO

ଆଗାମୀ ୧୦ ଦିନ ମଧ୍ୟରେ ସେରୋ ସର୍ଭେର ରିପୋର୍ଟ CMCର ହସ୍ତଗତ ହେବ ।


ଶନିବାର ସୁଦ୍ଧା କଟକ ସହରରେ ମୋଟ ୧୪,୮୯୩ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୪,୦୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୮ ଜଣଙ୍କର ମୃତ୍ୟୁ ଘଟିଛି ଓ ଆକ୍ଟିଭ ମାମଲାର ସଂଖ୍ୟା ରହିଛି ୮୧୦ । ସହରରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ଅତି ବେଶୀରେ ୧୦ ଦିନ ମଧ୍ୟରେ ଏହି ସର୍ଭେର ରିପୋର୍ଟ ସିଏମସିର ହସ୍ତଗତ ହେବ ଓ ଏହି ରିପୋର୍ଟରୁ କେତେ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜଣା ପଡ଼ିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | Bihar Polls: ତେଜସ୍ୱୀ ଯାଦବ ଭିଡ଼ରେ ଜଣେ ଯୁବକକୁ ଜୋରରେ ଠେଲିଦେଲେ; ଦେଖନ୍ତୁ ଭାଇରାଲ୍‌ Video

ଜୁଲାଇ ମାସରେ କଟକ ସହରରେ କୋଭିଡର ସ୍ଥିତି ଏକ ପ୍ରକାର ନିୟନ୍ତ୍ରଣ ମଧ୍ୟରେ ଥିବା ବେଳେ ଅଗଷ୍ଟ ମାସ ଠାରୁ ସହରରେ କୋଭିଡ ରୋଗୀଙ୍କ ସଂଖ୍ୟା ଦୃତ ଗତି ବଢି ଚାଲିଥିଲା । ଜୁଲାଇ ୩୧ ତାରିଖ ସୁଦ୍ଧା କଟକ ସହରରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୯୦୬ ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦ରେ ସୀମିତ ଥିଲା । ଏବଂ ସେହି ମାସ ୩୧ ତାରିଖ ସୁଦ୍ଧା ଅର୍ଥାତ ଗୋଟିଏ ମାସରେ ୪,୦୧୮ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହି ଭଳି ସେପଟେମ୍ବର ମାସରେ ୭,୧୦୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୩ ଜଣଙ୍କ ପ୍ରାଣ ହରାଇଥିଲେ । କିନ୍ତୁ ଅକ୍ଟୋବର ମାସରେ ଏହି ଧାରାରେ ସୁଧାର ଆସିଥିଲା ଏବଂ ନୂଆ ଆକ୍ରାନ୍ତ ସଂଖ୍ୟା ୨,୮୧୪କୁ ଖସିଥିଲା ଆଉ ମୃତ୍ୟୁ ସଂଖ୍ୟା ମଧ୍ୟ ୧୯କୁ ଖସିଥିଲା ।

ସିଏମସିର କୋଭିଡ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ


କିନ୍ତୁ ସହରରେ ସ୍ଥିତି ଆସିଥିବା ଏହି ସୁଧାରକୁ ନେଇ ସହର ବାସୀ ଆଶ୍ୱସ୍ତି ପ୍ରକାଶ କରୁଥିବା ବେଳେ ଆଗକୁ ଚିନ୍ତାଜନକ ସ୍ଥିତି ଆସୁଥିବା ନେଇ ପୂର୍ବାନୁମାନ କରୁଛି ସିଏମସି । ଏପରିକି ଡିସେମ୍ବରରୁ ଫେବୃଆରୀ ମାସରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆସିବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ । ସେଥି ପାଇଁ ଏହାକୁ ହାଲୁକା ଭାବରେ ନ ଦେଇ ମାସ୍କ ପରିଧାନ କରିବା, ହାତକୁ ସାନିଟାଇଜର ବା ସାବୁନରେ ପରିସ୍କାର ରଖିବା ଏବଂ ସାମାଜିକ ଦୂରତା ନିୟମକୁ ପାଳନ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି ।



‘‘ଯଦି ଡିସେମ୍ବର ମାସ ସୁଦ୍ଧା କୋଭିଡ ଟିକା ଆସି ନ ଥାଏ ତାହେଲେ ଡିସେମ୍ବର ଠାରୁ ଜାନୁଆରୀ କିମ୍ବା ଫେବୃଆରୀ ମାସ ମଧ୍ୟରେ ସଂକ୍ରମଣର ଆଉ ଏକ ସ୍ପାଇକ୍‌ (ବୃଦ୍ଧି) ଆସିବ ବୋଲି ଆମେ ଅନୁମାନ କରୁଛୁ । ଅନ୍ୟ ଦେଶ ଗୁଡିକରେ ଦ୍ବିତୀୟ ସ୍ପାଇକ୍‌ ଆରମ୍ଭ ହେଲାଣି, ଯେହେତୁ ଶୀତ ଦିନରେ ଭାଇରସଗୁଡ଼ିକ ଅଧିକ ଆକ୍ଟିଭ୍‌ ହୋଇଥାନ୍ତି । ଆମର ଏଠି ଶୀତ ଦିନ ଆସୁଥିବାରୁ ଏଠି ବି ଦ୍ବିତୀୟ ସ୍ପାଇକ୍‌ ଆସିବାର ବହୁତ ସମ୍ଭାବନା ରହିଛି । ସେପରି ସ୍ଥିତିର ମୁକାବିଲା ପାଇଁ କଣ କରାଯାଇ ପାରିବ ସେଥିପାଇଁ ଆମେ ସମୀକ୍ଷା କରୁଛୁ । ଏହି ସୋରୋ ସର୍ଭେଲାନ୍ସ ରିପୋର୍ଟରୁ କିଛି ସାହାଯ୍ୟ ମିଳିବ ବୋଲି ଆମେ ଆଶା କରୁଛୁ,’ କହିଛନ୍ତି ସିଏମସିର କୋଭିଡ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ।
Published by: Anand Shankar Thankur Das
First published: November 2, 2020, 11:55 PM IST
corona virus btn
corona virus btn
Loading