ସ୍ନାନ ପୂର୍ଣ୍ଣିମା: ବଡ଼ଦାଣ୍ଡରେ ଜାରି ହେଲା ଧାରା ୧୪୪; ମୁତୟନ ହେଲେ ୩୯ ପ୍ଲାଟୁନ ଫୋର୍ସ

ବଡ଼ଦାଣ୍ଡରେ ଧାରା ୧୪୪ର କଟକଣା ଜୁନ ୬ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଭକ୍ତମାନେ ଘରେ ରହି ମହାପ୍ରଭୁଙ୍କ ଦର୍ଶନ ଟିଭି ମାଧ୍ୟମରେ କରିବାକୁ ପ୍ରଶାସନ ଅନୁରୋଧ କରିଛି । ନ୍ୟୁଜ୍୧୮ ଓଡ଼ିଆରେ ଆପଣ ସିଧା ପ୍ରସାରଣ ଦେଖିପାରିବେ ।

ସ୍ନାନ ପୂର୍ଣ୍ଣିମା: ବଡ଼ଦାଣ୍ଡରେ ଜାରି ହେଲା ଧାରା ୧୪୪; ମୁତୟନ ହେଲେ ୩୯ ପ୍ଲାଟୁନ ଫୋର୍ସ
ରଙ୍ଗବେରଙ୍ଗ ଆଲୁଅ ମାଳାରେ ଝଟକୁଛି ପୁରୀର ଶ୍ରୀମନ୍ଦିର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରରେ କୋବିଡ-୧୯ କଟକଣାକୁ ଅନୁପାଳନ କରି ଆୟୋଜିତ ହେଉଛି ସ୍ନାନ ପୂର୍ଣ୍ଣିମା  । ପ୍ରଶାସନ ପକ୍ଷରୁ ଆଜି ଠାରୁ ୬ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଆରମ୍ଭ କରି ଆଖପାଖର ଅନେକ ଅଞ୍ଚଳରେ ୧୪୪ ଧାରା ଜାରୀ କରାଯାଇଛି  । ପୋଲିସ୍‌ ପକ୍ଷରୁ ୧୫୦ ଜଣ ଅଫିସର ଓ ମୋଟ ୩୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଜୁନ ୫ରେ ସ୍ନାନ ପୂର୍ଣ୍ଣିମା ଥିବାରୁ ଆଜି (ଜୁନ ୪) ରାତ୍ର ୧୦ଟାରୁ ଜୁନ ୬ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଧାରା ୧୪୪ କଟକଣା ବଳବତ୍ତର ରହିବ । ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର କୋବିଡ଼ ଟେଷ୍ଟ ମଧ୍ୟ କରାଯାଇଛି ଓ ସବୁଗୁଡ଼ିକ ରିପୋର୍ଟ ନେଗେଟିଭ ଆସିଛି । ସ୍ନାନ ପୂର୍ଣ୍ଣିମାରେ ରଥର ଚାରିନାହାକା ଉଠିବାକୁ ଥିବା ବେଳେ ତିନି ରଥର ଚାରିନାହାକା ଉଠାଇସାରିଛନ୍ତି ରଥ ନିର୍ମାଣ ସେବକ  ।

‘‘ସ୍ନାନ ପୂର୍ଣ୍ଣିମା ନୀତି ଚଳିତ ବର୍ଷ ସବୁ ଠୁ ଶୃଙ୍ଖଳିତ ହେବ । ସମୟ ଅନୁସାରେ କିଭଳି ନୀତି ସମ୍ପାଦିତ ହେବ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଛି ।  ଦୀର୍ଘ ଦୁଇ ମାସ ପରେ ଭକ୍ତମାନେ ଅପେକ୍ଷା କରି ରହିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ । ହେଲେ ଲକଡାଉନ-୫ ସରିବା ପରେ ଅନଲକ-୧ରେ ରାଜ୍ୟ ସରକାର ଅନେକ କଟକଣା କରିଛନ୍ତି । ତାକୁ ନେଇ ସ୍ନାନ ପୂର୍ଣ୍ଣିମାରେ ଲାଗୁ ହେବ ୧୪୪ ଧାରା  । ସ୍ନାନ ବେଦୀରେ ସର୍ବସାଧାରଣ ଦର୍ଶନ ବାରଣ କରାଯାଇଥିବାରୁ ମନ୍ଦିର ଚାରିପଟେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ଉପଜିଲ୍ଲାପାଳଙ୍କୁ ଏହା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ସହରବାସୀଙ୍କ ପାଇଁ ଏହା କଟକଣା ନୁହେଁ; ଏହା ହେଉଛି ଏକ ଅନୁରୋଧ । ତେଣୁ ଭକ୍ତମାନେ ଘରେ ରହି ମହାପ୍ରଭୁଙ୍କର ଦର୍ଶନ ଟିଭି ମାଧ୍ୟମରେ କରନ୍ତୁ ଓ ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ । କରୋନା ମୁକାବିଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।



ବଡ଼ଦାଣ୍ଡର ମାର୍କେଟ ଛକ ଠାରୁ ଆରମ୍ଭ କରି କାକୁଡି ଖାଇ ଛକ ପର୍ଯ୍ୟନ୍ତ କରାଯାଇଛି ୧୪୪ ଧାରା ଜାରି । ମରଚିକୋଟ ଛକରୁ ଲବଣୀଖିଆ ଛକ ଭାୟା ମରଚିକୋଚ ଲେନ, ଲବଣିଖିଆ ଛକ ଠାରୁ ଦୋଳମଣ୍ଡପ ସାହି ରାସ୍ତା ଭାୟା ଜେନାରି ଗଛ ଛକ, ବାଲି ସାହି, ମଙ୍ଗଳାହାଟ ମଲ୍ଲିକା ଛକ, ସାତବଖରା ଜାଗା ଓ ବାନାମ୍ବର ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ତା ସହ ମାର୍କେଟ ଛକରୁ ବଡଦାଣ୍ଡକୁ ସଂଯୋଗ କରୁଥିବା ସବୁ ଗଳିକୁ ସିଲ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

‘‘ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ ଶ୍ରୀଜିଉଙ୍କ ଦର୍ଶନକୁ ପୁଲିସ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବା ଅଞ୍ଚଳଗୁଡ଼ିକରେ ଭିଡ଼ ନ କରିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି,’’ କହିଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ ।

ଅକ୍ଷୟ ତୃତୀୟା ନୀତିକୁ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ଭିତରେ ପାଳନ କରିଥିଲେ  । ସେହି ଅନୁସାରେ ଚମ୍ପକ ଦ୍ୱାଦଶୀରେ ନଗର ପରିକ୍ରମା ନୀତିକୁ ମନ୍ଦିର ଭିତରେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି  । ‘‘ନିଳାଦ୍ରି ମହୋଦୟରେ ଉଲ୍ଲେଖ ରହିଛି ଯେ ମହାପ୍ରଭୁଙ୍କ ବିବାହ ପରେ ଗୁଆଲୀ ଯାତ୍ରାରେ ନଗର ପରିକ୍ରମା ନୀତି ହେବ । ପ୍ରଥମେ ଶ୍ରୀନଅର ଯାଇ ପୂଜାର୍ଚ୍ଚନା ଓ ବନ୍ଦାପନା ନୀତି ପରେ ପାଲିଙ୍କିରେ ପୁଣି ଜମ୍ବେଶ୍ୱରଙ୍କ ମନ୍ଦିର ଯାଇ ସେଠି ପଞ୍ଚୁଗ୍ରାସୀ ନୀତି ହେବ । ହେଲେ ବର୍ତମାନ କୋବିଡ-୧୯ ପରିସ୍ଥିତିରେ ତାହା କରିବା ପାଇଁ ଅନୁମତି ଦେଇନାହିଁ ପ୍ରଶାସନ । ତେଣୁ ସରକାରଙ୍କ ନିୟମକୁ ଅନୁପାଳନ କରିବାକୁ ବାଧ୍ୟ ହୋଇଛନ୍ତି ସେବାୟତମାନେ,’’ କହିଛନ୍ତି ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଦନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର ।

ତିନି ରଥ ନିର୍ମାଣ କାର୍ଯ୍ୟ ଯଥା ରୀତି ଆଗେଇ ଚାଲିଛି ।


ରଥ ନିର୍ମାଣରେ ବେଶ ଅଗ୍ରଗତି ହୋଇଛି ।  ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଉଠିସାରିଛି ତିନି ରଥର ଚାରିନାହାକା । ଚକ ଡେରା ବିଧି ମୁତାବକ ସମ୍ପନ୍ନ ହେବା ପରେ ଅଖ ଉପରେ ପଡିଛି ଦଣ୍ଡା। ନନ୍ଦିଘୋଷ ରଥ ଓ ତାଳଧ୍ୱଜ ରଥରେ ନଅଟି ଦଣ୍ଡା ସହ ଦୁଇଟି ମୁହାଁଟ, ଦେବଦଳନର ରଥରେ ସାତଟି ଦଣ୍ଡା ଓ ଦୁଇଟି ମୁହାଁଟ ଲଗାଯିବା ପରେ ସେଥିରେ ନିରାଡି, ଜଳଯନ୍ତ୍ର ଓ କଣ ଗୁଜ ଲଗାଯିବା ପରେ ଚାରିନାହାକା ଉଠିଛି ।

‘‘ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠାଯାଇଥାଏ, କିନ୍ତୁ ଏହାର ପୂର୍ବରୁ ଚାରିନାହାକା ଉଠାଯାଇଛି। କାମ ଆଗକୁ ଶୀଘ୍ର ସାରିବାକୁ ଥିବାରୁ ନଡ଼ିଆ ବାଡ଼଼େଇ ମହାର୍ଦ୍ଧ୍ୟ ଲଗାଇ ଅନୁକୁଳ କରି ଉଠିସାରିଛି ଚାରିନାହାକା । ମହାରଣା ଓ ଭୋଇ ସେବକ ମାନେ ତିନି ରଥର ଚାରିନାହାକା ଉଠାଇବା ପରେ ଛକାଠ, ୧୪ ନାହାକା ଓ ପ୍ରଥମ ଭୂଇଁ କାର୍ଯ୍ୟ ଆରମ୍ଭ କରାଯାଇଛି,’’ କହିଛନ୍ତି ତାଳଧ୍ୱଜ ରଥ ମୁଖ୍ୟମହାରଣା ନରସିଂହ ମହାପାତ୍ର ।

ସବୁ ଭକ୍ତ ବ଼ଡଦାଣ୍ଡକୁ ନ ଆସି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କଲେ ଏହି କରୋନା ଭାଇରସ୍‌ ମହାମାରୀ ସମୟରେ ସମସ୍ତଙ୍କ ମଙ୍ଗଳ ହୋବ ବୋଲି ପ୍ରଶାସନ ଓ ସେବାୟତ ନିଯୋଗମାନଙ୍କ ପକ୍ଷରୁ କୁହାଯାଇଛି । ସେଥି ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ସଂଜୟ ସିଂ ପୁରୀ ଆସି ସ୍ନାନ ବେଦୀ ସମ୍ମୁଖ ଓ ସିଧା ପ୍ରସାରଣର ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ବି କରିସାରିଛନ୍ତି ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 4, 2020, 10:36 PM IST
corona virus btn
corona virus btn
Loading