ଆସିଲା ଭୁବନେଶ୍ୱରରେ ଦ୍ଵିତୀୟ ସେରୋ ସର୍ଭେଲିଆନ୍ସ ରିପୋର୍ଟ; ସଂକ୍ରମଣ ହାର ୫.୧୫%

ICMRର ନିର୍ଦ୍ଦେଶାବଳୀ ଅନୁସାରେ ଭୁବନେଶ୍ୱରରେ କରାଯାଇଥିବା ସେରୋ ସର୍ଭେଇଲାନ୍ସ ସମୀକ୍ଷା ଅନୁସାରେ ବିଏମସି ଅଞ୍ଚଳରେ ଆଣ୍ଟିବଡିର ବ୍ୟାପକତା କମ ରହିଛି । ତେଣୁ ଆଗକୁ ସଂକ୍ରମଣ ଅଧିକ ହୋଇପାରେ ।

ଆସିଲା ଭୁବନେଶ୍ୱରରେ ଦ୍ଵିତୀୟ ସେରୋ ସର୍ଭେଲିଆନ୍ସ ରିପୋର୍ଟ; ସଂକ୍ରମଣ ହାର ୫.୧୫%
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 6, 2020, 12:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କିଛି ଦିନ ତଳେ ଶେଷ ହୋଇଥିବା ଦ୍ଵିତୀୟ ରାଉଣ୍ଡ ସେରୋ ସର୍ଭେଇଲାନ୍ସର ରିପୋର୍ଟ ଆସିଛି । ଏଥିରୁ ସହରରେ ସଂକ୍ରମଣର ସ୍ଥିତି ମାତ୍ର ୫.୧୫ ପ୍ରତିଶତ ରହିଥିବା ଜଣାପଡ଼ିଛି । ରାଜଧାନୀର ୨୫ଟି ୱାର୍ଡ଼ରେ ସେରୋ ସର୍ଭେଇଲାନ୍ସ କରାଯାଇଥିଲା ।

ଆଣ୍ଟିବଡି ମାତ୍ରା ଗୋଷ୍ଠୀରେ କମ ରହିଛି ବୋଲି କହିଛନ୍ତି ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ବା ଆର.ଏମ୍.ଆର.ସି. ଭୁବନେଶ୍ୱର କର୍ତ୍ତୃପକ୍ଷ । ସାରା ଦେଶରେ ସଂକ୍ରମଣର ମାତ୍ରା ଅଧିକ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏହାର ପ୍ରଭାବ କମ ରହିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶାବଳୀ ଅନୁସାରେ ସହରରେ କରାଯାଇଥିବା ସେରୋ ସର୍ଭେଇଲାନ୍ସ ସମୀକ୍ଷା ଅନୁସାରେ ବିଏମସି ଅଞ୍ଚଳରେ ଆଣ୍ଟିବଡିର ବ୍ୟାପକତା କମ ରହିଛି ଓ ଆଗକୁ ସଂକ୍ରମଣ ଅଧିକ ହୋଇପାରେ । ସେଥି ପାଇଁ ସବୁ ନାଗରିକ କରୋନା ପ୍ରତିରୋଧର ନିୟମାବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ସଙ୍କଳ୍ପ ନେବା ସହ ମାସ୍କ ଠିକ ଭାବେ ପିନ୍ଧିବା, ବାହାରକୁ ଗଲେ ପରସ୍ପର ଠାରୁ ଦୁଇ ମିଟରର ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଜନଗହଳିରୁ ଦୂରେଇ ରହିବାର ଅଭ୍ୟାସ ଚାଲୁ ରଖିବା ଆବଶ୍ୟକ।
ଅଗଷ୍ଟ ୨୮ ଓ ୨୯ ତାରିଖରେ ଆଇ.ସି.ଏମ୍.ଆର. ଦ୍ୱାରା କରାଯାଇଥିବା ଏହି ସେରୋ ସର୍ଭେଇଲାନ୍ସରେ ୧,୫୦୦ ଜଣଙ୍କ ଠାରୁ ନମୁନା ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୧,୩୨୦ ଜଣଙ୍କର ନମୁନା ସଂଗ୍ରହ ହୋଇଥିଲା । କୋଭିଡ-୧୯ ସଂକ୍ରମଣ ଜାଣିବା ପାଇଁ ତିନି ପ୍ରକାର ଟେଷ୍ଟ କରାଯାଉଥିବା ବେଳେ ପ୍ରକୃତ ପକ୍ଷେ ସେରୋ ସର୍ଭେଇଲାନ୍ସରେ ଏହା ଭିନ୍ନ ଥାଏ। ଏଥିରୁ ଗୋଷ୍ଠୀ ସଂକ୍ରମଣର ମାତ୍ରା କିପରି ଅଛି ତାହାର ଆନୁପାତିକ ହାର ଜଣାପଡ଼ିଥାଏ। ICMR ଗାଇଡ଼ଲାଇନ ଅନୁଯାୟୀ ପ୍ରଥମ ସର୍ଭେଲିଆନ୍ସର ୨୮ ଦିନ ପରେ ଦ୍ଵିତୀୟ ସର୍ଭେଲିଆନ୍ସ ହୋଇଥାଏ।

ବିଏମସି ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟେକ ୱାର୍ଡରେ ନିୟମିତ ଭାବେ କରାଯିବ ଓ କରୋନା ପ୍ରତିରୋଧର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବାର ବିଭିନ୍ନ କାର୍ଯ୍ୟକ୍ରମ ନାଗରିକମାନଙ୍କ ସହଯୋଗରେ କରାଯିବ। ଏଥି ସହ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ଏନଫୋର୍ସମେଣ୍ଟ ଜରିଆରେ ତାଗିଦ କରିବା ଓ ନିୟମିତ ଶିକ୍ଷା ସୂଚନା ଓ ଯୋଗାଯୋଗ କାର୍ଯ୍ୟକ୍ରମ ବଜାୟ ରଖାଯିବ । ଏହା ସାଙ୍ଗକୁ ସଚେତନତାକୁ ବ୍ୟାପକ କରି ବସ୍ତିରୁ ବଜାର, ବଜାରରୁ ଲୋକରଣ୍ୟ ସ୍ଥାନ ଓ ଜନବସତି ପ୍ରମୁଖ ସ୍ଥାନରେ ଘନ ଘନ ପ୍ରଚାର କାର୍ଯ୍ୟ ୧୦ଟି ଗାଡ଼ିରେ ନିୟମିତ ଭାବେ କରାଯାଉଛି।

ଏହା ବି ପଢ଼ନ୍ତୁ | ରେଳବାଇର ବଡ଼ ଘୋଷଣା: ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ଯାତ୍ରୀବାହୀ ଟ୍ରେନ୍ ଚାଲିବ; ୧୦ ତାରିଖରୁ ଆପଣ କରିପାରିବେ ବୁକିଂ

ଏହା ବି ପଢ଼ନ୍ତୁ | Teachers Day: ଏହି ଗୁରୁମାନେ ଯିଏ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ପରି ତାରକା ଟିମ୍ ଇଣ୍ଡିଆକୁ ଦେଇଛନ୍ତି

‘‘ନାଗରିକମାନେ ଅଧିକରୁ ଅଧିକ ସଚେତନ ହୋଇ କରୋନା ପ୍ରତିରୋଧ ନିୟମ ମାନିବା ଆବଶ୍ୟକ। ଏମିତି ସମ୍ବେଦନଶୀଳ ଅବସ୍ଥାରେ ଭୁଲ୍‌ ଆଚରଣ ସଂକ୍ରମଣ ବଢ଼ାଇ ଦେଇପାରେ। ଏ ଦିଗରେ ସମସ୍ତଙ୍କ ସହଯୋଗ ଦରକାର,’’ କହିଛନ୍ତି ବିଏମସି କମିଶନର।



ପ୍ରଥମ ରାଉଣ୍ଡ ସେରୋ ସର୍ଭେଇଲାନ୍ସର ଦୁଇଟି ପର୍ଯ୍ୟାୟରେ ୨,୫୬୫ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ୧.୪୨% ରହିଥିଲା ସଂକ୍ରମଣ ହାର, ଯାହା ବର୍ତ୍ତମାନ ୫.୧୫% ରହିଛି ।
Published by: Anand Shankar Thankur Das
First published: September 6, 2020, 12:06 AM IST
corona virus btn
corona virus btn
Loading