କରୋନା ମୁକାବିଲା: ଭୁବନେଶ୍ୱରରେ ଆରମ୍ଭ ହେଲା ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେଇଲାନ୍ସ

ଦୁଇ ଦିନ ଭିତରେ ଭୁବନେଶ୍ୱରର ପୂର୍ବରୁ ଯେଉଁ ୨୫ଟି ୱାର୍ଡ଼ରେ ସର୍ଭେଇଲାନ୍ସ ହୋଇଥିଲା ସେହି ୨୫ଟି ୱାର୍ଡ଼ରୁ ୧,୫୦୦ ନମୁନା ସଂଗ୍ରହ କରାଯିବ । ଟେଷ୍ଟିଙ୍ଗରୁ ଜଣାପଡ଼ିବ ରାଜଧାନୀରେ ସଂକ୍ରମଣର ତାଜା ସ୍ଥିତି ।

କରୋନା ମୁକାବିଲା: ଭୁବନେଶ୍ୱରରେ ଆରମ୍ଭ ହେଲା ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେଇଲାନ୍ସ
ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେଇଲାନ୍ସର ଏକ ଦୃଶ୍ୟ
  • News18 Odia
  • Last Updated: August 28, 2020, 9:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କୋଭିଡ ନିୟନ୍ତ୍ରଣର ଅନ୍ୟତମ ପଦକ୍ଷେପ ସ୍ୱରୂପ ଆଜି ଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେଇଲାନ୍ସ । ଗତ ଥର ଭଳି ଏହି ପର୍ଯ୍ୟାୟରେ ମଧ୍ୟ କମ୍ୟୁନିଟି ଓ ସ୍ୱତନ୍ତ୍ର ବର୍ଗ ବା ହାଇ ରିସ୍କ ବର୍ଗର ନାଗରିକମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ଚାଲୁ ରହିବ । ପୂର୍ବରୁ ଯେଉଁ ୨୫ଟି ୱାର୍ଡ଼ରେ ସର୍ଭେଇଲାନ୍ସ ହୋଇଥିଲା ସେହି ୨୫ଟି ୱାର୍ଡ଼ରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ସର୍ଭେଇଲାନ୍ସ ଆରମ୍ଭ ହୋଇଛି।

ବିଏମସି, ଆରଏମଆରସି ଓ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବୈଷୟିକ ସହଯୋଗରେ ଏହି ସର୍ଭେଇଲାନ୍ସ କରାଯାଉଛି । ବିଏମସି କମିଶନର ଓ ଆରଏମଆରସି ନିର୍ଦ୍ଦେଶକଙ୍କ ମିଳିତ ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟ ଚାଲୁଛି। କୋଭିଡ-୧୯ ପରିପ୍ରେକ୍ଷୀରେ ନାଗରିକ ଓ ଅଧିକ ସମ୍ବେଦନଶୀଳ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ କ୍ଷମତାର ସ୍ଥିତିକୁ ଜାଣିବା ପାଇଁ ମହାନଗର ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଗତ ସର୍ଭେଇଲାନ୍ସରେ ରାଜଧାନୀର ସ୍ଥିତି ଖୁବ ଭଲ ଥିଲା ଓ ୧.୨୪% ଲୋକ ସଂକ୍ରମିତ ହୋଇଥିଲେ। ବର୍ତ୍ତମାନର ସର୍ଭେଇଲାନ୍ସରେ ଦୁଇ ଦିନରେ ୧,୫୦୦ ଜଣଙ୍କ ନମୁନା ନିଆଯାଇ ଏହାର ବିବରଣୀ ପ୍ରାୟ ଏକ ସପ୍ତାହ ପରେ ଦିଆଯିବାର ଯୋଜନା ରହିଛି । ଗତ ସର୍ଭେଇଲାନ୍ସର ବିବରଣୀ ଅନୁଯାୟୀ ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତି ଭଲ ଅଛି ଓ ସହରରେ ଅଧିକ ମାତ୍ରାରେ ହୋଇନାହିଁ। ସାରା ଦେଶରେ ଭୁବନେଶ୍ୱର ସହର ଏକ ଉତ୍ତମ ସ୍ଥିତିରେ ରହିଛି ବୋଲି କିଛି ଦିନ ପୂର୍ବରୁ ସୂଚନା ଦେଇଥିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ୱରରେ ଅଗଷ୍ଟ ମାସରେ ଶୀର୍ଷରେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।


ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସି.ଭି.ଏସ.ଏନ. ରାଓଙ୍କ କହିଛନ୍ତି, ‘‘ଭୁବନେଶ୍ୱରରେ ବିବିଧ ଶିକ୍ଷା ସୂଚନା କାର୍ଯ୍ୟକ୍ରମ, ବିଏମସି ଓ ପୋଲିସ ବିଭାଗର ମିଳିତ ପ୍ରଚେଷ୍ଟା, ସ୍ୱାସ୍ଥ୍ୟ ଏବଂ ସଂଯୁକ୍ତ ବିଭାଗର ପ୍ରଚେଷ୍ଟା ଆମର ସ୍ଥତିକୁ ଭଲ ରଖିପାରିଛି। କରୋନା ଠାରୁ ଦୂରେଇ ରହିବାର କେତେକ ନିୟମ ଯଥା ସାମାଜିକ ଦୂରତା, ମାସ୍କର ଉପଯୁକ୍ତ ବ୍ୟବହାର ଓ ସ୍ୱଚ୍ଛତା ରକ୍ଷାକୁ ସମସ୍ତଙ୍କୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ହେବ। ଏହା ଏକ ସାମୁହିକ ଦାୟିତ୍ୱ ।’’

ଏହା ବି ପଢ଼ନ୍ତୁ | ରାଜ୍ୟରେ ରେକର୍ଡ଼ ଭାଙ୍ଗିଲା କରୋନା ଭାଇରସ୍: ୩,୬୮୨ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୭୭୫

ଏହା ବି ପଢ଼ନ୍ତୁ | NEET ଓ JEE ପରୀକ୍ଷା ଉପରେ ଆଦେଶକୁ ୬ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ

‘‘ଗତ ସର୍ଭେଇଲାନ୍ସରେ ସହରର ସ୍ଥିତି ଉତ୍ତମ ଥିଲା । ୯୦୦ ଜଣ କମ୍ୟୁନିଟି ସଦସ୍ୟଙ୍କ ଠାରୁ ନମୁନା ନିଆଯାଇଥିଲା। ସୁସ୍ଥ ଅଭ୍ୟାସ ଆମକୁ ସୁରକ୍ଷିତ ରଖିପାରିବ । ପ୍ରତି ଘରୁ ଜଣେ ଲେଖାଏଁ ଲୋକଙ୍କୁ ଡାକି ନମୁନା ପରୀକ୍ଷା କରୁଛୁ। ତାଙ୍କୁ ବୁଝେଇବାକୁ ପଡୁଛି। ଟେଷ୍ଟ ଦ୍ୱାରା ସେମାନଙ୍କ ଶରୀରର ଆଣ୍ଟିବଡି ଓ ଇମ୍ୟୁନିଟି ଷ୍ଟାଟସ ଜାଣିହେଉଛି,’’ କହିଛନ୍ତି ଆର.ଏମ୍.ଆର.ସି.ର ସାଇଣ୍ଟିଷ୍ଟ ଡାକ୍ତର ଜୟ ସିଂ କ୍ଷେତ୍ରୀ ।



ଅଗଷ୍ଟ ମାସରେ ଶୀର୍ଷରେ ରହିଛି କରୋନା ସ୍ଥିତି। ତିନି ହଜାର ଉପରେ ଆକ୍ଟିଭ ମାମଲା ରହିଛି । ‘‘ଏହି ସର୍ଭେଇଲାନ୍ସରୁ ଜଣାପଡ଼ିବ ଭୁବନେଶ୍ୱରରେ ସଂକ୍ରମଣର ତାଜା ସ୍ଥିତି । ୨୮ ଓ ୨୯ ତାରିଖରେ ସର୍ଭେଇଲାନ୍ସ ପରେ କରୋନାର ଅନ୍ୟ ଗତିବିଧି ବି ଜଣାପଡିବ,’’ କହିଛନ୍ତି ବିଏମସି ଜେ.ଡି.ସି. ଅଂଶୁମାନ ରଥ ।
Published by: Anand Shankar Thankur Das
First published: August 28, 2020, 9:35 PM IST
corona virus btn
corona virus btn
Loading