COVIDରେ ଦ୍ଵିତୀୟ ଥର ସଂକ୍ରମଣର ମାମଲା ବଢ଼ୁଛି; ହୋଇପାରେ ଅଧିକ ଘାତକ: ବିଶେଷଜ୍ଞ

ରାଜ୍ୟ ସରକାର ଏକ ଆଡଭାଇଜରିରେ କହିଛନ୍ତି ଯେ ଥରେ କୋଭିଡ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଅନେକ ଲୋକ ପୁଣି ଥରେ କୋଭିଡ ସଂକ୍ରମଣର ଶିକାର ହେଉଥିବା ଦେଖିବାକୁ ମିଳୁଛି ଓ ଦ୍ୱିତୀୟ ସଂକ୍ରମଣ ଅଧିକ ଘାତକ ହେଉଛି । ତେଣୁ ଅଧିକ ସାବଧାନତା ଜରୁରୀ ।

COVIDରେ ଦ୍ଵିତୀୟ ଥର ସଂକ୍ରମଣର ମାମଲା ବଢ଼ୁଛି; ହୋଇପାରେ ଅଧିକ ଘାତକ: ବିଶେଷଜ୍ଞ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 23, 2020, 5:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାବଧାନ! ପୋଷ୍ଟ-କୋଭିଡ ବା କୋଭିଡ ସଂକ୍ରମଣର ପରବର୍ତ୍ତୀ ସ୍ଥିତି ଯେ କେହି ଲୋକଙ୍କ ପାଇଁ ମାରାତ୍ମକ ହୋଇପାରେ। ଥରେ କୋଭିଡ ସଂକ୍ରମିତ ହେଲେ ଯେ ଆମକୁ ଆଉ କୋଭିଡ ସଂକ୍ରମଣ ହେବ ନାହିଁ ବା ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତିର ଯଥେଷ୍ଟ ବୃଦ୍ଧି ଘଟିବ ଏ କଥା ଭାବିବା ଭୁଲ। ବରଂ ପୂର୍ବ ଅପେକ୍ଷା ଏ ନେଇ ସଂକ୍ରମିତ ବ୍ୟକ୍ତି  ସ୍ବାସ୍ଥ୍ୟ ବିଷୟରେ ଅଧିକ ସଚେତନ ରହିବା ଜରୁରୀ । ନହେଲେ ଏହା ଘାତକ ହୋଇପାରେ । ଏହି ମର୍ମରେ ସ୍ବାସ୍ଥ୍ୟ ବିଭାଗ ଜାରୀ କରିଥିବା ଆଡ଼ଭାଇଜରି ଉପରେ ଗୁରୁତ୍ବ ଦେବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ବୋଲି ମତ ରଖିଛନ୍ତି ବିଶେଷଜ୍ଞମାନେ ।

ସମସ୍ତଙ୍କ ପାଇଁ ଏବେ ଚିନ୍ତା ବଢ଼ାଉଛି କୋଭିଡ ସଂକ୍ରମଣର ପରବର୍ତ୍ତୀ ସ୍ଥିତି। ଅର୍ଥାତ ପ୍ରଥମ କରି କୋଭିଡ ସଂକ୍ରମଣର ପ୍ରଭାବ ତୁଳନାରେ ଦ୍ଵିତୀୟ ଥର କୋଭିଡ ସଂକ୍ରମଣର ପ୍ରଭାବ ଅଧିକ ଘାତକ ହେଉଥିବା ଦେଖାଦେଉଛି । ରାଜ୍ୟରେ କୋଭିଡ ସଂକ୍ରମଣର ଏଭଳି ପରବର୍ତ୍ତୀ ସ୍ଥିତିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିବା ସହିତ ଗୁରୁବାର ଜାରୀ କରିଥିଲା ଏହି ଆଡ଼ଭାଇଜରି।

ଆଡଭାଇଜରିରେ  କୁହାଯାଇଛି ଯେ ଥରେ କୋଭିଡ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଦ୍ୱିତୀୟ ଥର କୋଭିଡ ସଂକ୍ରମଣର ହାର କ୍ରମାଗତ ଭାବେ ସାମ୍ନାକୁ ଆସିବାରେ ଲାଗିଛି। ପ୍ରଥମ ସଂକ୍ରମଣ ତୁଳନାରେ ଏହି ଦ୍ୱିତୀୟ ସଂକ୍ରମଣ ଅଧିକ ଘାତକ ହେଉଛି। ମୋଟ ଉପରେ ପୂର୍ବ ଅପେକ୍ଷା ଅଧିଜ ଜଟିଳ ହେଉଛି ସ୍ଥିତି। ତେଣୁ ପ୍ରଥମ  ସଂକ୍ରମଣରୁ ଭଲ ହେବା ପରେ ଅଧିକ ସତର୍କ ରହିବା ଓ ନିଜ ସ୍ବାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବା ଜରୁରୀ ବୋଲି ଏହି ଆଡ଼ଭାଇଜରିରେ କୁହାଯାଇଛି।

ଏହା ବି ପଢ଼ନ୍ତୁ | ଘର ତିଆରି ପାଇଁ ଗୋଲ୍ଡ ଲୋନ୍ କରିବାକୁ ପତି ଗହଣା ମାଗିଲାରୁ ସ୍ତ୍ରୀ ଛାଡ଼ପତ୍ରର ଧମକ ଦେଲେ

ସ୍ଥିତି ଯେ ବାସ୍ତବରେ ଚିନ୍ତାଜନକ ଓ ବର୍ତ୍ତମାନ ସମୟରେ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି । ଭୁବନେଶ୍ବରର ସମ୍‌ ହସ୍ପିଟାଲ ସ୍ଥିତ କୋଭିଡ ଭ୍ୟାକସିନ ହ୍ୟୁମାନ ଟ୍ରାଏଲ ସେଣ୍ଟରର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡାକ୍ତର ଇପାରି ଭେଙ୍କଟ କହିଛନ୍ତି, ‘‘ପ୍ରଥମ ଥର କୋଭିଡ ସଂକ୍ରମଣ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ କିଛିଟା ନକରାତ୍ମକ ପ୍ରଭାବ ପକାଇ ଥାଏ।  କିନ୍ତୁ ଦ୍ଵିତୀୟ ସଂକ୍ରମଣ ବା ପୁଣି ଥରେ କୋଭିଡ ଫେରିଲେ ଏହା ଶରୀର ଉପରେ ଅଧିକ ନକରାତ୍ମକ ପ୍ରଭାବ ପକାଇଥାଏ । ବିଶେଷ କରି ଶରୀରର ସମ୍ବେଦନଶୀଳ ଅଙ୍ଗଗୁଡିକୁ ଏହା ପ୍ରଭାବିତ କରିଥାଏ, ଯାହା ଘାତକ ହୋଇଥାଏ । ବର୍ତ୍ତମାନ ସମୟରେ ବିଭିନ୍ନ ହସ୍ପିଟାଲରେ ଏଭଳି ସ୍ଥିତି ସାମ୍ନାକୁ ଆସୁଛି ଓ ଚିନ୍ତା ବଢ଼ାଉଛି ।’’

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

‘‘ଚିକିତ୍ସା ଦ୍ୱାରା ହୁଏତ ପ୍ରଥମ ଥରର ସଂକ୍ରମଣ ଭଲ ହୋଇଯାଉଛି। କିନ୍ତୁ ଦ୍ୱିତୀୟ ଥର ସଂକ୍ରମଣର ଚିକିତ୍ସା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଥିରେ ଜୀବନ ମରଣର ସମସ୍ୟା ଥାଏ । ଦ୍ୱିତୀୟ ସଂକ୍ରମଣରେ ବିଭିନ୍ନ ଜଟିଳ ସମସ୍ୟା ଉପୁଜିବା ସମ୍ଭାବନା ଅଧିକ। ବିଶେଷ କରି ସ୍ନାୟୁ ଜନିତ ସମସ୍ୟା ସହିତ  ହୃଦଘାତ ଓ ଫୁସଫୁସ ଜନିତ ସମସ୍ୟା ଆଦି ସୃଷ୍ଟି ହୋଇଥାଏ । ସେ ଦୃଷ୍ଟିକୋଣରୁ ଦ୍ଵିତୀୟ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସମସ୍ତେ ସଚେତନ ରହିବା ଜରୁରୀ । ନିୟମିତ ବ୍ୟାୟାମ କରିବା ଓ ସୁଷମ ଖାଦ୍ୟ ଖାଇବା ଜରୁରୀ,’’ କହିଛନ୍ତି ଭୁବନେଶ୍ବର ସ୍ଥିତ ହେଲଥ ଭିଲେଜ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଶୋଭନ ରଥ ।



ଡାକ୍ତରମାନଙ୍କ ମତରେ ପୂର୍ବରୁ ଯେଉଁ ‘‘ଦ୍ଵିତୀୟ କୋଭିଡ ୱେଭ୍‌’’ କଥା କୁହାଯାଉଥିଲା ଏହି ସ୍ଥିତି ହୁଏତ ତା‘ର ଆରମ୍ଭ ମାତ୍ର। ତେଣୁ ଆଗକୁ ଅଧିକ ସତର୍କତା ଲୋଡ଼ା । ପରାମର୍ଶ ମୁତାବକ ପ୍ରଥମ କରି କୋଭିଡ  ସଂକ୍ରମଣରୁ ହସପିଟାଲରୁ ଡିସଚାର୍ଜ ହେବା ପରେ ସାତ ଦିନ ପରେ ପୁଣି ଥରେ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ଉଚିତ । ନିୟମିତ ନିଜର ଯତ୍ନ ନେବା ସବୁ ଠାରୁ ଅଧିକ ଜରୁରୀ ।
Published by: Anand Shankar Thankur Das
First published: October 23, 2020, 5:04 PM IST
corona virus btn
corona virus btn
Loading