ରାଜ୍ୟରେ କରୋନା ସଂକ୍ରମଣରେ ଦ୍ବିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେଲା; ସେ ବି ଭୁବନେଶ୍ବର ବାସିନ୍ଦା

ମୃତକ ଭୁବନେଶ୍ୱରର କିମ୍‌ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସଂକ୍ରମଣ ପୂର୍ବରୁ ଏହି ୭୭ ବର୍ଷୀୟ ମୃତକଙ୍କର ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିଲା । ସେ ହାଇପରଟେନସନ୍‌, ମଧୁମେହ ଓ କିଡନି ରୋଗରେ ପୀଡ଼ିତ ଥିଲେ ।

ରାଜ୍ୟରେ କରୋନା ସଂକ୍ରମଣରେ ଦ୍ବିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେଲା; ସେ ବି ଭୁବନେଶ୍ବର ବାସିନ୍ଦା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଦ୍ବିତୀୟ ମୃତକ ଜଣକ ମଧ୍ୟ ଭୁବନେଶ୍ବର ବାସିନ୍ଦା । ସେ ଜଣେ ୭୭ ବର୍ଷୀୟ ବୃଦ୍ଧ ଓ ରାଜଧାନୀର ମଧୁସୂଦନ ନଗର ଅଞ୍ଚଳର ବାସିନ୍ଦା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେ କିମ୍‌ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଏହି ଦ୍ୱିତୀୟ ମୃତକ ଜଣକ ରାଜ୍ୟର ୧୧୯ ନମ୍ବର କରୋନା ଆକ୍ରାନ୍ତ ଥିଲେ । ସେ ୪୧ ନମ୍ବର ଆକ୍ରାନ୍ତଙ୍କର ସଂପର୍କୀୟ ଥିଲେ । ଲକଡାଉନ୍‌ ଯୋଗୁଁ ସେ ୨୨ ମାର୍ଚ୍ଚରୁ ପରିବାର ସଦସ୍ୟଙ୍କ ସହ ନିଜ ଘରେ ରହିଥିଲେ । ଏପ୍ରିଲ ୭ ତାରିଖରେ ତାଙ୍କର ଜଣେ ପରିବାର ସଦସ୍ୟ ପଜିଟିଭି ଚିହ୍ନଟ ହୋଇଥିଲେ । ପରିବାର ସଦସ୍ୟଙ୍କର ପଜିଟିଭ ବାହାରିବା ପରେ କୌଣସି ଲକ୍ଷଣ ନ ଥାଇ ଏହି ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯାଇଥିଲା । ତାହା ନେଗେଟିଭ ବାହାରିଥିଲା ।

ପରେ ସେ ଏପ୍ରିଲ ୧୧ରୁ ୨୦ ତାରିଖ ଯାଏଁ ସରକାରୀ କ୍ବାରେଣ୍ଟାଇନରେ ଓ ତା’ ପରେ ଏପ୍ରିଲ ୨୧ରୁ ୨୭ ତାରିଖ ଯାଏଁ ହୋମ୍‌ କ୍ବାରେଣ୍ଟାଇନରେ ଥିଲେ । ତା’ ପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବାରୁ ଏପ୍ରିଲ ୨୮ରେ ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା, ଯାହାକି ପଜିଟିଭ ବାହାରିଥିଲା ।

ରାଜ୍ୟରେ ଆଜି ପର୍ଯ୍ୟନ୍ତ କରୋନା ସଂକ୍ରମଣର ସ୍ଥିତି ମ୍ୟାପ୍


ଏହା ପରେ ତାଙ୍କୁ ଭୁବନେଶ୍ୱରର କିମ୍‌ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସଂକ୍ରମଣ ପୂର୍ବରୁ ମୃତକଙ୍କ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିଲା । ସେ ହାଇପରଟେନସନ୍‌, ମଧୁମେହ ଓ କିଡନି ରୋଗରେ ପୀଡ଼ିତ ଥିଲେ ।

ଏହି ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି । ଏହା ପୂର୍ବରୁ ଏପ୍ରିଲ ୬ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ମୃତକ ଥିଲେ ଝାରପଡ଼ା ଅଞ୍ଚଳର ଜଣେ ୭୨ ବର୍ଷୀୟ ବୃଦ୍ଧ । ତାଙ୍କର ମଧ୍ୟ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା ।
First published: May 6, 2020, 1:23 PM IST
corona virus btn
corona virus btn
Loading