ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍ ଏ ବର୍ଷ ବନ୍ଦ ହେବନି; ଆଜି ଠାରୁ ନାମଲେଖା ଆରମ୍ଭ

ଗତ ବର୍ଷ ଯେଉଁ ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିଲା ପୂର୍ବ ଭଳି ସେସବୁ ସ୍କୁଲରେ ମଧ୍ୟ ଚଳିତ ବର୍ଷ ନାମଲେଖା ହେବ । ଜୁଲାଇ ୧୫ ଯାଏ ନାମଲେଖା ପ୍ରକ୍ରିୟା ଚାଲିବ ।

ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍ ଏ ବର୍ଷ ବନ୍ଦ ହେବନି; ଆଜି ଠାରୁ ନାମଲେଖା ଆରମ୍ଭ
ପୂର୍ବରୁ ଚଳିତ ବର୍ଷ ଠାରୁ ୨୦ରୁ କମ୍ ଉପସ୍ଥାନ ଥିବା ସ୍କୁଲ୍ ଗୁଡ଼ିକୁ ବନ୍ଦ କରିବା ପାଇଁ ଯୋଜନା କରିଥିଲା ବିଭାଗ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକ ଚଳିତ ବର୍ଷ ବନ୍ଦ ହେବ ନାହିଁ ଓ ଗତ ବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ସେ ସବୁ ସ୍କୁଲରେ ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ନାମଲେଖା ହେବ । ସୋମବାର (ଜୁନ୍‌ ୮) ଠାରୁ ଜୁଲାଇ ୧୫ ଯାଏ ସ୍କୁଲଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଚାଲିବ ।

ସବୁ ସ୍କୁଲରେ ନିୟମିତ ପ୍ରକ୍ରିୟାରେ ଆଡ଼ମିଶନ ପାଇଁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜ୍ୟର ୧୧ଟି ଜିଲ୍ଲାରେ ସଟଡାଉନ୍ ଜାରି ଥିବା ଯୋଗୁଁ ସେଠାରେ ମାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ ରଖାଯାଇଛି ବୋଲି ବି ସେ ଜଣାଇଛନ୍ତି ।

‘‘ଚଳିତ ବର୍ଷ ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ୍ ବନ୍ଦ ହେବନି । ଅର୍ଥାତ ଗତ ବର୍ଷ ଯେଉଁ ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିଲା ପୂର୍ବ ଭଳି ସେସବୁ ସ୍କୁଲରେ ମଧ୍ୟ ଚଳିତ ବର୍ଷ ନାମଲେଖା ହେବ । ଆସନ୍ତା ସୋମବାରଠାରୁ ଜୁଲାଇ ୧୫ ଯାଏ ନାମଲେଖା ପ୍ରକ୍ରିୟା ଚାଲିବ,’’ କହିଛନ୍ତି ଦାଶ ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


ପୂର୍ବରୁ ଚଳିତ ବର୍ଷ ଠାରୁ ୨୦ରୁ କମ୍ ଉପସ୍ଥାନ ଥିବା ସ୍କୁଲ୍ ଗୁଡ଼ିକୁ ବନ୍ଦ କରିବା ପାଇଁ ଯୋଜନା କରିଥିଲା ବିଭାଗ । ସେ ସମୟରେ ଏହାକୁ ନେଇ ଜୋର ଚର୍ଚ୍ଚା ଉଠିଥିଲା।

ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତମାନେ । ଶିକ୍ଷାବିତ ଦିଲ୍ଲୀପ ମହାରଣାଙ୍କ କହିଛନ୍ତି ଯେ ବିଭିନ୍ନ ଦୃଷ୍ଟିକୋଣରୁ ବିଭାଗର ଏହା ଏକ ଯଥାର୍ଥ ନିଷ୍ପତ୍ତି । ‘‘ସଟଡାଉନ ସମୟରେ ମାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ କରିବାର ଆବଶ୍ୟକତା ଥିଲା । କାରଣ ଏ ନେଇ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ଅସୁବିଧା ଭୋଗିଥାନ୍ତେ । ସେହି ଭଳି ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ଆଉ ଥରେ ନାମ ଲେଖା ପାଇଁ ସୁଯୋଗ ଦେଇ ବିଭାଗ ଠିକ କରିଛି । ଏହା ଦ୍ବାରା ଗାଁ ଗହଳିରେ ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟରେ ଏବେ ବି ଅନେକ ଅଞ୍ଚଳ ଅଛି ଯେଉଁଠି ଶିକ୍ଷା ଓ ସ୍ୱାସ୍ଥ୍ୟ ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ବାହାର ଦୁନିଆ କ’ଣ ସେମାନେ ଜାଣନ୍ତି ନାହିଁ। ତେଣୁ କମ ଉପସ୍ଥାନ ପାଇଁ ସ୍କୁଲ ବନ୍ଦ ନିଷ୍ପତ୍ତି କୁ ସାମୟିକଭାବେ ସ୍ଥଗିତ ରଖିବା ଏକ  ଠିକ୍‌ ନିଷ୍ପତ୍ତି,’’ କହିଛନ୍ତି ମହାରଣା ।

ପୂର୍ବରୁ ସଟଡାଉନ ସମୟରେ ମାଟ୍ରିକ ଖାତା ମୂଲ୍ୟାୟନ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଶେଷ କରି ଯାତାୟାତ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ବିଦ୍ୟାଳୟ ଶିକ୍ଷକ ସଙ୍ଘ ଓଷ୍ଟା ସଟଡାଉନ୍ ସମୟରେ ମୂଲ୍ୟାୟନ ବନ୍ଦ ରଖିବା ପାଇଁ ଦାବି କରିଥିଲା।

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାଥମିକ ସ୍କୁଲ ଖୋଲିବାକୁ ଆଉ ଟିକେ ବିଳମ୍ବ କରାଯିବା ଉଚିତ ବୋଲି ଅନେକ ଅଭିଭାବକ ମତ ରଖିଛନ୍ତି ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 7, 2020, 4:27 PM IST
corona virus btn
corona virus btn
Loading