ରାଜ୍ୟରେ ଏ ମାସ ଖୋଲିବ ନାହିଁ ସ୍କୁଲ; କରୋନାର ଦ୍ବିତୀୟ ଲହରି ଆଶଙ୍କାରେ ନିଷ୍ପତ୍ତି ବଦଳାଇଲେ ସରକାର

ସ୍କୁଲ୍ ଖୋଲିବା ନିଷ୍ପତ୍ତି ପ୍ରତ୍ୟାହାର କରିବା ପଛରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଦୁଃଖଦ ଉଦାହରଣ ଅଛି ବୋଲି କୁହାଯାଉଛି । ଆନ୍ଧ୍ରରେ ସ୍କୁଲଗୁଡ଼ିକୁ ଖୋଲିବାର ତିନି ଦିନ ମଧ୍ୟରେ ୨୬୨ ଜଣ ଛାତ୍ରଛାତ୍ରୀ ଓ ୧୬୦ ଜଣ ଶିକ୍ଷକ କରୋନା ପଜିଟିଭ୍ ହୋଇଥିଲେ ।

ରାଜ୍ୟରେ ଏ ମାସ ଖୋଲିବ ନାହିଁ ସ୍କୁଲ; କରୋନାର ଦ୍ବିତୀୟ ଲହରି ଆଶଙ୍କାରେ ନିଷ୍ପତ୍ତି ବଦଳାଇଲେ ସରକାର
ମନ୍ତ୍ରୀ ସମୀର ରଞ୍ଜନ ଦାଶ; (ଡାହାଣ) ଏକ ସ୍କୁଲ୍ ଶ୍ରେଣୀର ଫାଇଲ୍ ଫଟୋ
  • News18 Odia
  • Last Updated: November 6, 2020, 3:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଏହି ମାସର (ନଭେମ୍ବର) ତୃତୀୟ ସପ୍ତାହରେ ଉଚ୍ଚ ଶ୍ରେଣୀଗୁଡ଼ିକ ପାଇଁ ସ୍କୁଲ ଖୋଲିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଡିସେମ୍ବର ମାସରେ କରୋନାର ଦ୍ବିତୀୟ ଲହରି ଆସୁଥିବା ଆଶଙ୍କା କରି ଏହି ପରବର୍ତ୍ତୀ ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସରକାରଙ୍କ ଏହି ନୂଆ ନିଷ୍ପତ୍ତି ପଛରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଦୁଃଖଦ ଉଦାହରଣ ଅଛି ବୋଲି କୁହାଯାଉଛି । ଆନ୍ଧ୍ର ପ୍ରଦେଶରେ ସରକାର ସ୍କୁଲଗୁଡ଼ିକୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୨ ତାରିଖରେ ଖୋଲିଥିଲେ । ହେଲେ ସ୍କୁଲ ଖୋଲିବାର ତିନି ଦିନ ମଧ୍ୟରେ ସେଠାରେ ୨୬୨ ଜଣ ଛାତ୍ରଛାତ୍ରୀ ଓ ପ୍ରାୟ ୧୬୦ ଜଣ ଶିକ୍ଷକ କରୋନା ପଜିଟିଭ୍‌ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ଆସନ୍ତା ମାସରେ ଓଡ଼ିଶାରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରିକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଶୁକ୍ରବାର ଦିନ ଘୋଷଣା କରିଛନ୍ତି ମନ୍ତ୍ରୀ ସମୀର ଦାଶ । ରାଜ୍ୟ ସରକାର ଏହା ପୂର୍ବରୁ ଘୋଷଣା କରିଥିଲେ ଯେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ନଭେମ୍ବରର ମାସ ତୃତୀୟ ସପ୍ତାହରେ ଆରମ୍ଭ ହେବ । ସେଥି ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ନିର୍ଦ୍ଦେଶାବଳୀ ଓ ଆବଶ୍ୟକ SOP ପ୍ରସ୍ତୁତ କରାଯାଉଥିବା କହିଥିଲେ ମନ୍ତ୍ରୀ ।

ଶୀତ ଦିନ ଆସୁଥିବାରୁ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ବୃଦ୍ଧି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଥିବାରୁ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି । ଡିସେମ୍ବର ମାସର ଦ୍ୱିତୀୟ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

‘‘ନଭେମ୍ବର ମାସରେ ସ୍କୁଲ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଆସନ୍ତା ମାସରେ ରାଜ୍ୟରେ କୋଭିଡ-୧୯ର ଦ୍ୱିତୀୟ ଲହରି ଆସିବାର ସମ୍ଭାବନା ରହିଛି । ତେଣୁ ଆମେ ସ୍ଥିର କରିଛୁ ଯେ ବିଦ୍ୟାଳୟଗୁଡ଼ିକୁ ନ ଖୋଲିବା ପାଇଁ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ୍‌ ବନ୍ଦ ରହିବ,’’ କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନର କରୋନା ପରିସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ COVID-19 ସଂକ୍ରମଣର ଦ୍ୱିତୀୟ ତରଙ୍ଗରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ‘‘ଏହି ପରିପ୍ରେକ୍ଷୀରେ ଆମେ ସ୍ୱାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶାବଳୀକୁ ଅପେକ୍ଷା କରିଛୁ । ସେହି ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ଦାଶ ।



ସ୍କୁଲ ଖୋଲିବା ଉପରେ ମନ୍ତ୍ରୀ ପୂର୍ବରୁ କରିଥିବା ଘୋଷଣା ପରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା । ଏବେକାର ନୂଆ ଘୋଷଣା ରେ ବି କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ ।
Published by: Anand Shankar Thankur Das
First published: November 6, 2020, 3:36 PM IST
corona virus btn
corona virus btn
Loading