News18 Odia Digital
ଭୁବନେଶ୍ୱର: ଜୁନ ୧୭ରେ ରାଜ୍ୟରେ ଖୋଲିବ ନାହିଁ ସ୍କୁଲ । କେନ୍ଦ୍ର ସରକାରଙ୍କ ଅନଲକ୍ ୧.୦ ଗାଇଡଲାଇନ ଅନୁଯାୟୀ ଜୁଲାଇ ପ୍ରଥମ ସପ୍ତାହରେ ସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ କଲେଜ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ।
କାଲି ଠାରୁ ଯୁକ୍ତ ଦୁଇ ଖାତା ଦେଖା ଅନଲାଇନ୍ ଆରମ୍ଭ ହେବ। ଅଫଲାଇନ ଖାତା ଦେଖା ଜୁନ ୮ରୁ ଆରମ୍ଭ ହେବ । କୋଭିଡ-୧୯ ଗାଇଡଲାଇନ ସହ ମୂଲ୍ୟାୟନ କେନ୍ଦ୍ରକୁ ବିଶୋଧନ କରି ଖାତା ଦେଖା ପ୍ରକ୍ରିୟା ହେବ। ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇର ବାକି ଥିବା ୨୩ଟି ପରୀକ୍ଷା ହେବ । ତା’ ପର ୪୫ ଦିନ ଭିତରେ ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଅନଲକ ୧.୦ ଘୋଷଣା ପରେ ଏହି ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି: ‘‘ସବୁ ଖାତା ଦେଖା ସେଣ୍ଟରଗୁଡ଼ିକୁ ସାନିଟାଇଜ କରାଯାଇଛି । ହଲଗୁଡ଼ିକରେ ଏଣ୍ଟ୍ରି କରିବା ସମୟରେ ସମସ୍ତ ପ୍ରକାର ବିଶୋଧନ ସହ ସମସ୍ତଙ୍କୁ ସାନିଟାଇଜର ଦିଆଯିବ। ଏଥିପାଇଁ ୩୬ଟି ଅନଲାଇନ ସେଣ୍ଟରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।’’

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଗଣ ଶିକ୍ଷା ବିଭାଗର ଏ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ । କରୋନା ମୁକାବିଲା ପାଇଁ ସରକାର ଯେଭଳି ପ୍ରସ୍ତୁତ ଅଛନ୍ତି, ରାଜ୍ୟବାସୀ ମଧ୍ୟ ସେମିତି ପ୍ରସ୍ତୁତ ଦିଶୁଛନ୍ତି । କିନ୍ତୁ ଘୋଷଣା ମୁତାବକ ଠିକଣା ସମୟରେ ପରୀକ୍ଷା ଓ ଫଳ ପ୍ରକାଶ କରିବା ସହ ମୂଲ୍ୟାୟନ କେନ୍ଦ୍ରକୁ ଭଲ ଭାବରେ ସାନିଟାଇଜ କରାଯିବା ଉଚିତ ବୋଲି ଶିକ୍ଷାବିତମାନେ କହିଛନ୍ତି ।
‘‘ଦଶ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଆଉ ପାଞ୍ଚଟି ବିଷୟ ବାକି ରହିଛି । ପିଲାଙ୍କ ଭାଗ୍ୟ ଭବିଷ୍ୟତ ହେଉଛି ପାଠ । କରୋନା ଭଳି ମହମାରୀର ମୁକାବିଲା କରାଯାଉ, ହେଲେ ତା’ ଆଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଚୁଲିକୁ ନ ଯାଉ,’’ କହିଛନ୍ତି ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାହୁ ।
ଛାତ୍ରୀ ମୋନାସିଲା କହିଛନ୍ତି: ‘‘ଆଗକୁ ଶିକ୍ଷା ବର୍ଷ ଆରମ୍ଭ ହେବ । ପୁରୁଣା କାମ ସରିନି । ତା’ ଭିତରେ କରୋନା ପାଇଁ ଚିନ୍ତା ବି ଲାଗୁଚି । ପରୀକ୍ଷା ଓ ଫଳ ପ୍ରକାଶ ପାଇବ ନା ନାହିଁ ତାକୁ ନେଇ ଦ୍ଵନ୍ଦ୍ୱରେ ପଡ଼ିଯାଇଛୁ ।’’
ଏହା ବି ପଢ଼ନ୍ତୁ:
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।