ରାଜ୍ୟରେ ଖୋଲିବ ସ୍କୁଲ୍: ଏହି ମାସ ତୃତୀୟ ସପ୍ତାହରେ ସ୍କୁଲ ଖୋଲିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି

ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଯୋଜନା କରୁଛି ଗଣ ଶିକ୍ଷା ବିଭାଗ । ଯେଉଁ ଅଭିଭାବକମାନେ ପିଲାଙ୍କୁ ସ୍କୁଲକୁ ନ ଛାଡ଼ିବାକୁ ଚାହିଁବେ ତାଙ୍କ ପାଇଁ ଅନଲାଇନ କ୍ଳାସ ବ୍ୟବସ୍ଥା ମଧ୍ୟ କରାଯିବ ।

ରାଜ୍ୟରେ ଖୋଲିବ ସ୍କୁଲ୍: ଏହି ମାସ ତୃତୀୟ ସପ୍ତାହରେ ସ୍କୁଲ ଖୋଲିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି
କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
  • News18 Odia
  • Last Updated: November 4, 2020, 7:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଏହି ମାସର ତୃତୀୟ ସପ୍ତାହରେ ସ୍କୁଲ ଖୋଲିବାକୁ ନେଇ ଚାଲିଛି ପ୍ରସ୍ତୁତି। ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଆରମ୍ଭ ହେବ। ସ୍କୁଲ ଖୋଲିବା ପାଇଁ ଏସ୍‌.ଓପି. ବନେଇବା, ସମୟରେ ସିଲାବସ ଶେଷ କରିବା ଓ ପରୀକ୍ଷା କରିବା ନେଇ ପ୍ରସ୍ତୁତ ହେଉଛି ଗାଇଡ଼ଲାଇନ। ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଖୁବ ଶୀଘ୍ର ଗାଇଡ଼ଲାଇନ ଆସିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପ୍ରାୟ ଆଠ ମାସର ବ୍ୟବଧାନ ପରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିବା ବେଳେ ବିଭିନ୍ନ ଜିଲ୍ଲାରେ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଚିନ୍ତାରେ ଅଛନ୍ତି । ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ନିୟମିତ ସ୍କୁଲ ଚାଲିବା ସହ ପାଠପଢ଼ା ଓ ପରୀକ୍ଷା କେମିତି ସ୍ୱାଭାବିକ ଢଙ୍ଗରେ ହେବ ସେଥି ପାଇଁ ଚାଲିଛି ଯୋଜନା ।

ଏହା ବି ପଢ଼ନ୍ତୁ Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ

ନଭେମ୍ବର ତୃତୀୟ ସପ୍ତାହରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଏକ  ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ଏସ୍‌.ଓ.ପି. ପ୍ରସ୍ତୁତି ବିଷୟରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ହେବ ଆଉ ଏକ ବୈଠକ। ଅଭିଭାବକମାନଙ୍କ ସହ ବି ଆଲୋଚନା କରାଯିବ।

ଯେଉଁ ଅଭିଭାବକମାନେ ପିଲାଙ୍କୁ ସ୍କୁଲକୁ ନ ଛାଡ଼ିବାକୁ ଚାହିଁବେ ତାଙ୍କ ପାଇଁ ଅନଲାଇନ କ୍ଳାସ ବ୍ୟବସ୍ଥା ମଧ୍ୟ କରାଯିବ । ଗତ କାଲି ଗଣଶିକ୍ଷା ବିଭାଗର ଏକ ବୈଠକ ବସିଥିଲା ଯେଉଁଥିରେ ଏସ୍‌.ଓ.ପି. ଡ୍ରାଫ୍ଟ ଷ୍ଟେଜରେ ରହିଥିବା ଜଣାଯାଇଛି ।

ଏହା ବି ପଢ଼ନ୍ତୁ ଚାଲିଗଲେ ଗାୟକ ଏସ୍.ପି. ବାଲାସୁବ୍ରମଣ୍ୟମ; ଦେଖନ୍ତୁ ତାଙ୍କର ଶେଷ VIDEO ଓ ଶେଷ ଗୀତ

‘‘ପିଲାମାନେ କିଭଳି ସୁବିଧାରେ ଓ ସ୍ୱାସ୍ଥ୍ୟକର ପରିବେଶରେ ପାଠ ପଢ଼ିବେ ସେଥି ପାଇଁ ଯୋଜନା ଚାଲିଛି । ଠିକ୍‌ ସମୟରେ ସିଲାବସ ଶେଷ କରିବା ଓ ପରୀକ୍ଷା ପରିଚାଳନା ନେଇ ନୂଆ କ୍ୟାଲେଣ୍ଡର ମଧ୍ୟ ପ୍ରସ୍ତୁତ ହେଉଛି । ତେଣୁ ସାମାନ୍ୟ ବିଳମ୍ବ ହେଉଛି । କିନ୍ତି ଏହି ମାସରେ ହିଁ ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି । ସିଲାବସ ଯେଉଁ ୩୦ପ୍ରତିଶତ କମିଛି ତାକୁ ସଠିକ ସମୟରେ ଶେଷ କରାଯିବ। ଆଉ କମାଯିବ ନାହିଁ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ପାଠପଢ଼ା ଆରମ୍ଭ ହେବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ମୁଣ୍ଡ ଉପରେ ବୋର୍ଡ଼ ପରୀକ୍ଷା ଥିବାରୁ ପାଠପଢ଼ା ହେବା ଦରକାର ବୋଲି କହିଛନ୍ତି ଅନେକ ଛାତ୍ରଛାତ୍ରୀ । ହେଲେ ଏବେ ବି ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକ ନା ସାନିଟାଇଜ ହୋଇଛି ନା ସଫା କରାଯାଇଛି । ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଶିକ୍ଷକ ଓ ଅଭିଭାବକମାନେ ।

ସ୍କୁଲ ଖୋଲିବା ପୂର୍ବରୁ ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର କୋଭିଡ ଟେଷ୍ଟ ଆବଶ୍ୟକ ବୋଲି ଅଭିଭାବକମାନେ କହିଛନ୍ତି । ଏହା ସହ ସ୍କୁଲ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ଦରକାର ବୋଲି କହିଛନ୍ତି ସେମାନେ।



ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ପୂର୍ବ ଭଳି ଅନଲାଇନ ମାଧ୍ୟମରେ କରାଯିବ ବୋଲି ଜଣାଯାଇଛି ।
Published by: Anand Shankar Thankur Das
First published: November 4, 2020, 7:59 PM IST
corona virus btn
corona virus btn
Loading