୧୫ ତାରିଖରୁ ସାରା ଦେଶରେ ଖୋଲିବ ସ୍କୁଲ ଓ କଲେଜ; ରାଜ୍ୟରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

ରାଜ୍ୟରେ ପୂଜା ଛୁଟି ସରିବା ଯାଏଁ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ । ସ୍କୁଲ୍ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ଭାକ୍ସିନ ନ ଆସିବା ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅରାଜି ହେଉଛନ୍ତି । ରାଜ୍ୟ ସରକାର ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନେବେ ।

୧୫ ତାରିଖରୁ ସାରା ଦେଶରେ ଖୋଲିବ ସ୍କୁଲ ଓ କଲେଜ; ରାଜ୍ୟରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ; (ଡାହାଣ) ଏକ ବିଦ୍ୟାଳୟ
  • News18 Odia
  • Last Updated: October 7, 2020, 9:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶରେ କୋଭିଡ୍‌ କଟକଣା ଭିତରେ ଖୋଲିବ ସ୍କୁଲ । ଆସନ୍ତା ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଖୋଲିବାକୁ ଅନୁମତି ଦେବା ସହ ଏଥି ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ହେଲେ ରାଜ୍ୟରେ ଥିବା ବିଭିନ୍ନ ଘରୋଇ ଓ ସରକାରୀ ସ୍କୁଲ୍‌ କର୍ତ୍ତୃପକ୍ଷ ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବା ସପକ୍ଷରେ ନ ଥିବା ବେଳେ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ନିତାନ୍ତ ଆବଶ୍ୟକ ବୋଲି ଶିକ୍ଷାବିତମାନେ ମତ ରଖିଛନ୍ତି ।

କରୋନା କଟକଣା ଭିତରେ ଦେଶରେ ସ୍କୁଲ ଓ କଲେଜ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଖୋଲିବା ନେଇ ଅନୁମତି ଦେବା ସହ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛି ଶିକ୍ଷା ମନ୍ତ୍ରାଳୟ । ଏହି ଗାଇଡଲାଇନ୍‌ ଆଧାରରେ ରାଜ୍ୟ ସରକାର ଓ ଘରୋଇ ସ୍କୁଲର କର୍ତ୍ତୃପକ୍ଷ ସ୍କୁଲ୍‌ ଖୋଲିପାରିବେ ବୋଲି କୁହାଯାଇଛି ।

ଗାଇଡଲାଇନ୍‌ ଅନୁସାରେ ସ୍କୁଲ ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ସ୍କୁଲ ସାନିଟାଇଜ କରାଯିବ । ଆସବାବପତ୍ର, ଯନ୍ତ୍ରପାତି, ପାଣି ଟାଙ୍କି ଓ କ୍ୟାଣ୍ଟିନ ସାନିଟାଇଜ କରାଯିବ। କ୍ଳାସରୁମ ଭିତରକୁ ବାୟୁ ପ୍ରବାହ ଉପରେ ଗୁରୁତ୍ୱ ଦିଆଯିବ। କ୍ଳାସ ରୁମରେ ବସିବା ବେଳେ ଅତି କମରେ ୬ ଫୁଟ ଦୂରତା ରଖିବେ ପିଲାମାନେ । ଶ୍ରେଣୀ ଗୃହ ଭିତରେ ଓ ବାହାରେ ମାସ୍କ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ । ଛୁଟି ଓ ପରୀକ୍ଷାକୁ ନେଇ ଶିକ୍ଷା ବର୍ଷର କ୍ୟାଲେଣ୍ଡର ପରିବର୍ତ୍ତନ ନେଇ ଯୋଜନା କରାଯିବ ।

ସ୍କୁଲ୍‌ ଖୋଲିବା ନେଇ ଶିକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ୍‌


ସ୍କୁଲ ପରିସରରେ ତାଲିମପ୍ରାପ୍ତ କର୍ମଚାରୀ, ନର୍ସ, କିମ୍ବା ଡାକ୍ତର ରହିବା ଜରୁରୀ। ଉଭୟ କର୍ତ୍ତୃପକ୍ଷ ଓ ପିଲାଙ୍କ ପାଇଁ ଉପସ୍ଥାନ ନିୟମ କୋହଳ କରାଯିବ । ଏହା ସହ ସ୍କୁଲ ପରିସରରେ ବାର୍ଷିକ ଉତ୍ସବ, ଖେଳ କିମ୍ବା କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସରକାର ସ୍ଥିତି ଦେଖି ଅକ୍ଟୋବର ୧୫ ପରେ ସ୍କୁଲ ଓ କଲେଜ ଖୋଲିବ ନା ନାହିଁ ସେ ବିଷୟରେ ଅନୁମତି ଦେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । କେନ୍ଦ୍ର ସରକାରଙ୍କ ଅନୁମତି ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି ଓ ଏ ନେଇ ସ୍ୱତନ୍ତ୍ର ଗାଇଡ଼ଲାଇନ ମଧ୍ୟ ଜାରି ହୋଇଛି ବୋଲି ସେ କହିଛନ୍ତି ।

ହେଲେ ରାଜ୍ୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହା ପରେ ମଧ୍ୟ ସ୍କୁଲ ଖୋଲିବା ଓ ପିଲାଙ୍କୁ ପୂର୍ବ ଭଳି ଶିକ୍ଷାଦାନ କରିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ। ସ୍କୁଲରେ ହଜାର ହଜାର ପିଲାଙ୍କୁ ଏସ ଓ ପି ରେ ବାନ୍ଧି ରଖିବା କଷ୍ଟସାଧ୍ୟ ହେବ। ସେଥି ପାଇଁ ଅନଲାଇନ କ୍ଳାସ ବେଶ ଭଲ ଭାବେ ଚାଲିଥିବା ଘରୋଇ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଏହା ବି ପଢ଼ନ୍ତୁ | କୋଇଲା ଖଣି ସ୍କାମରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେଲେ; ସଜା ଆସିବ ୧୪ ତାରିଖରେ

ରାଜ୍ୟରେ ୬୦ ହଜାର ବିଦ୍ୟାଳୟ ସାନିଟାଇଜ କରି ପିଲାଙ୍କ ପାଇଁ ଆୟୋଜନ କରିବା କଷ୍ଟକର ହେବ ବୋଲି ଶିକ୍ଷକମାନେ ମତ ରଖିଛନ୍ତି । ହେଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ଆଖିରେ ରଖି ସ୍କୁଲ ଖୋଲିବାର ଆବଶ୍ୟକତା ଅଛି ବୋଲି ଶିକ୍ଷାବିତମାନେ କହିଛନ୍ତି।



‘‘ରାଜ୍ୟରେ ୬୦ ହଜାର ବିଦ୍ୟାଳୟ ଅଛି । ସେଥିରେ ୬ ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ଓ ୪୪ ହଜାରରୁ ଉର୍ଦ୍ଧ୍ବ ହାଇ ସ୍କୁଲ ରହିଛି । ସେ ସବୁକୁ ସାନିଟାଇଜ କରି ପାଠ ପଢ଼ାଇବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ସ୍କୁଲ ଖୋଲିବା କଷ୍ଟକର ହେବ,’’ କହିଛନ୍ତି ଓଷ୍ଟା ସଭାପତି ପ୍ରକାଶ ମହାନ୍ତି ।
Published by: Anand Shankar Thankur Das
First published: October 7, 2020, 9:40 PM IST
corona virus btn
corona virus btn
Loading