ପୁଣି କରୋନା ଆତଙ୍କ: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପାଇଁ ସ୍କୁଲ୍ ଖୋଲି ନ ପାରେ
ପଡ଼ୋଶୀ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସିବା ପରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧିକ ସଜାଗ ହୋଇଛି । ସବୁ ସ୍କୁଲରେ ସାମାଜିକ ଦୂରତା କଡ଼ାକଡି଼ ପାଳନ କରିବା ଓ ମାସ୍କ ପିନ୍ଧିବା ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛି ବିଭାଗ ।
ନିକଟରେ ଏକ ବିଦ୍ୟାଳୟ ପରିଦର୍ଶନ ବେଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶ
- News18 Odia
- Last Updated: February 21, 2021, 9:51 PM IST
ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା ଭାଇରସ୍ । ଭାରତର କିଛି ରାଜ୍ୟରେ ଏହି ମାରାତ୍ମକ ଭାଇରସ୍ ଆଉ ଥରେ କାୟା ବିସ୍ତାର କରୁଥିବା ଯୋଗୁଁ ସାଧାରଣ ଲୋକେ ପୁଣି ଥରେ ଭୟଭୀତ ହୋଇଛନ୍ତି । କରୋନାର ନୂଆ ଷ୍ଟ୍ରେନ ଚିନ୍ହଟ ହେବା ଓ ରୋଗୀଙ୍କ ସଂଖ୍ୟା ବଢି଼ବା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଭଳି ସ୍ଥିତିରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପାଇଁ ସ୍କୁଲ୍ ଏବେ ଖୋଲି ନ ପାରେ ବୋଲି ଜଣାପଡିଛି ।
ପଡ଼ୋଶୀ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସିବା ପରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧିକ ସଜାଗ ହୋଇଛି । ସବୁ ସ୍କୁଲରେ କଡ଼ାକଡି଼ ଏସ୍.ଓ.ପି. ପାଳନ କରାଇବା, ସାମାଜିକ ଦୂରତା ଓ ମାସ୍କ ପ୍ରତି ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ । ବିଭାଗୀୟ ଅଧିକାରୀଙ୍କୁ ଏହା ଉପରେ ନଜର ରଖିବାକୁ ବି ନିର୍ଦ୍ଦେଶ ରହିଛି । ଅନ୍ୟ ରାଜ୍ୟରେ ଲକଡାଉନ ଫେରିବାରୁ ଆମ ରାଜ୍ୟବାସୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Valentine Dayରେ ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୨୯ ଲକ୍ଷ ଟଙ୍କା ନେବା ପରେ ବି ସନ୍ନି ଲିଓନି ଇଭେଣ୍ଟରେ ପହଞ୍ଚିଲେନି; ପୋଲିସ ତାଙ୍କୁ ଜେରା କଲା
‘‘ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ନିଷ୍ପତ୍ତି ଏ ପର୍ଯ୍ୟନ୍ତ ହୋଇନି । ଅନ୍ୟ ରାଜ୍ୟଗୁଡି଼କରେ ସଂକ୍ରମଣ ବଢି଼ଛି । ତେଣୁ ଅବସ୍ଥା ଦେଖି ବ୍ୟବସ୍ଥା ଗ୍ରହଣ କରାଯିବ,’’ କହିଛନ୍ତି ଦାଶ । ପୂର୍ବରୁ ସରସ୍ୱତୀ ପୂଜା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିପାରେ ବୋଲି ଶୁଣିବାକୁ ମିଳୁଥିଲା । ଏଥି ପାଇଁ ଏସ୍.ଓ.ପି. ମଧ୍ୟ ପ୍ରସ୍ତୁତ କରୁଥଲା ଗଣ ଶିକ୍ଷା ବିଭାଗ । ହେଲେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ନ ଖୋଲିବା ଆଶା ଅଧିକ ରହିଛି ବୋଲି ଜଣା ପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ କ୍ଳାସ୍ ଚାଲୁଛି ତାହା ଚାଲିବ ବୋଲି କହିଛନ୍ତି ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘ରଙ୍ଗୀଲା ଗର୍ଲ୍’ ଉର୍ମିଳା ମାତୋଣ୍ଡକର୍ ୪୭ ବର୍ଷର ହେଲେ; ଏବେ ବି ତାଙ୍କ ଯାଦୁ ସେମିତି ଅଛି
‘‘ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବା ନେଇ ବିଭାଗ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇ ନାହିଁ । ଯାହା ବର୍ତ୍ତମାନ ଚାଲିଛି ସେଥିରେ କିଭଳି ଭାବେ ପିଲାମାନେ କୌଣସି ପ୍ରକାରେ ଆଫେକ୍ଟ ନ ହୋଇ ପାଠପଢ଼ା ଶେଷ କରିବେ ଓ ପରୀକ୍ଷା ଦେବେ ତାହା ଫୋକସରେ ରହିଛି । ସ୍କୁଲରେ ଏସ୍.ଓ.ପି.କୁ ଆଉରି କଡ଼ାକଡି଼ ଭାବେ ପାଳନ କରିବାକୁ ଜାରି ରହିଛି ନିର୍ଦ୍ଦେଶ,’’ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ସ୍କୁଲଗୁଡି଼କରେ ରବିବାର ଦିନ ମଧ୍ୟ ପାଠ ପଢ଼ା ଜାରି ରହିଥିବା ବେଳେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଭୟ ଦେଖିବାକୁ ମିଳିଛି । ଅନ୍ୟ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଓ ସଂକ୍ରମଣକୁ ନେଇ ଡର ରହିଛି । ଏହାକୁ ନେଇ ନିୟମକୁ ବେଶ୍ ସୁଚାରୁ ରୂପେ ପାଳନ କରାଯାଉଛି ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନିଜ କୁନି ଝିଅ 'ବାମିକା'ର ପ୍ରଥମ ଫଟୋ ଉପରେ ବିରାଟ କୋହଲି ଏକ ସୁନ୍ଦର ମନ୍ତବ୍ୟ ଦେଲେ
ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ ପ୍ରବେଶ ସମୟରେ ସାନିଟାଇଜର ଦିଆଯିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସ୍କୁଲରେ ପିଲାମାନଙ୍କ ବସିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରାଯାଇଛି । ଆରମ୍ଭ ଦିନରୁ ସେହି ସ୍ଥାନରେ ପ୍ରତେକ ଦିନ ବସି ପାଠ ପଢୁଛନ୍ତି ପିଲାମାନେ ।
ସମସ୍ତ ନିୟମ ମାନି ପାଠ ପଢ଼ା ଯାଉଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ଏପରିକି ଏକାଠି ମିଶି ପ୍ରାର୍ଥନା କରିବା, ବୈଠକ କରିବା ଓ ମଧ୍ୟାନ୍ନ ଭୋଜନ କରିବା ମଧ୍ୟ ବନ୍ଦ ରହିଛି ।






