ଖୋଲିଲା ସ୍କୁଲ୍ ଓ କଲେଜ; କ୍ଳାସ୍ ରୁମରୁ ବାହାରକୁ ଯାଇ ପିଲାଏ ଏକାଠି ହେବା ଉପରେ ବାରଣ
ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସ୍କୁଲ୍ ବୁଲି ସ୍ଥିତି ପରଖିଥିଲେ । ବିନା ଅସୁବିଧାରେ ୧୦୦ ଦିନର ପାଠପଢ଼ା ଶେଷ ହେବ ବୋଲି କହିଲେ ମନ୍ତ୍ରୀ ।

ଏକ ବିଦ୍ୟାଳୟରେ ପହଞ୍ଚିଛନ୍ତି ମନ୍ତ୍ରୀ; (ଡାହାଣ) ଏକ ଘରୋଇ ବିଦ୍ୟାଳୟର କ୍ଲାସରୁମର ଦୃଶ୍ୟ
- News18 Odia
- Last Updated: January 8, 2021, 7:17 PM IST
ଭୁବନେଶ୍ୱର: କରୋନା ସଂକ୍ରମଣ କାରଣରୁ ରାଜ୍ୟର ସ୍କୁଲ୍ ଓ କଲେଜଗୁଡ଼ିକ ଦୀର୍ଘ ନଅ ମାସ ବନ୍ଦ ରହିବା ପରେ ଶୁକ୍ରବାର ଠାରୁ ଖୋଲିଛି ଓ ଆରମ୍ଭ ହୋଇଛି ପାଠପଢ଼ା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆଜି ଠାରୁ ସ୍କୁଲ ଖୋଲାଯାଇଥିବା ବେଳେ ଉଭୟ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ପାଠପଢ଼ା।
ଅଭିଭାବକଙ୍କ ଲିଖିତ ଅନୁମତି ସହ ସକାଳେ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜରେ ପହଞ୍ଚିଥିଲେ। ସ୍କୁଲରେ ଗଣ ଶିକ୍ଷା ବିଭାଗର ଗାଇଡ଼ଲାଇନ ଅନୁଯାୟୀ ଆୟୋଜନ ହୋଇଥିଲା । ସ୍କୁଲରେ ପ୍ରବେଶ କରିବା ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କ ହାତ ସାନିଟାଇଜ କରାଇବା ସହ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ମାସ୍କ ପିନ୍ଧି ନ ଥିବା ପିଲାଙ୍କୁ ମାସ୍କ ଦିଆଯାଇଥିଲା ।
ଦେଖନ୍ତୁ ଫଟୋ | ମଲ୍ଲିକା ଶେରାୱତ୍ ବିକିନି ଅବତାରରେ କେରଳରେ ନୂଆ ବର୍ଷକୁ ସ୍ୱାଗତ କଲେ – PHOTOS

ସ୍କୁଲରେ ପ୍ରବେଶ କରିବା ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କ ହାତ ସାନିଟାଇଜ କରାଯାଇଥିଲା ।
‘‘ଆମର ବିଭାଗୀୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍କୁଲ ପରିଦର୍ଶନରେ ଅଛନ୍ତି । ସବୁଠି ପିଲାଙ୍କ ସ୍ବାସ୍ଥ୍ୟକୁ ଆଗରେ ରଖି ବେଶ୍ ଭଲ ଆୟୋଜନ କରାଯାଇଛି । ମୁଁ ଭାବୁଛି ବିନା ଅସୁବିଧାରେ ୧୦୦ ଦିନର ପାଠପଢ଼ା ଶେଷ ହେବ,’’ କହିଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏହା ବି ପଢ଼ନ୍ତୁ | ‘ଦଙ୍ଗଲ୍ ଗର୍ଲ’ ଫାତିମା ସନା ଶେଖଙ୍କ ଖୁଲାସା: ‘ମୋତେ କୁହାଗଲା ସେକ୍ସ ହିଁ କାମ ପାଇବାର ଉପାୟ’
ପ୍ରଥମ ଦିନରେ ଉପସ୍ଥାନ ସାମାନ୍ୟ କମ୍ ରହିଥିବା କହିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷମାନେ । ଉଭୟ ଘରୋଇ ଓ ସରକାରୀ ସ୍କୁଲରେ ପାଖାପାଖି ୫୦ ପ୍ରତିଶତ ପିଲା ଅନୁପସ୍ଥିତ ରହିଥିଲେ । ହଷ୍ଟେଲକୁ ପିଲାମାନେ ଏବେ ସୁଦ୍ଧା ଆସି ନ ଥିବା କର୍ତ୍ତୃପକ୍ଷ କହିଥିଲେ । ତେବେ ସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।
ଏହା ବି ପଢ଼ନ୍ତୁ | କରୋନା କାଳରେ ଟ୍ରେନ୍ ଟିକେଟ୍ ଟଙ୍କା ଫେରସ୍ତ ପାଇବାର ସମୟ ୬ ମାସରୁ ବଢ଼ି ୯ ମାସ ହେଲା
ରାଜ୍ୟର ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀମାନେ ସକାଳେ ସ୍କୁଲଗୁଡ଼ିକ ବୁଲି ସ୍ଥିତି ଦେଖିବା ସହ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଅଫଲାଇନ କ୍ଳାସ୍ ନିହାତି ଦରକାର ବୋଲି ଛାତ୍ରଛାତ୍ରୀମାନେ କହିଥିଲେ।
ଏହା ବି ପଢ଼ନ୍ତୁ | ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ
ପ୍ରାୟ ସବୁ ସ୍କୁଲରେ ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିଥିଲେ । ପ୍ରାର୍ଥନା ସଭା ଆୟୋଜିତ ହୋଇ ନ ଥିଲା ଓ ଖାଇବା ଛୁଟି ମିଳି ନ ଥିଲା ପିଲାମାନଙ୍କୁ । କ୍ଳାସ୍ ରୁମରୁ ବାହାରକୁ ଯିବା ଓ ଏକାଠି ହେବା ଉପରେ ବି ବାରଣ ଥିଲା । ନିଜ ଟିଫିନ୍ କ୍ଳାସ ରୁମ ଭିତରେ ଏକା ବସି ଖାଇବା ସହ କାହା ସହିତ ଶେୟାର ନ କରିବାକୁ ପିଲାମାନଙ୍କୁ ଶକ୍ତଭାବେ କୁହାଯାଇଥିଲା ।
‘‘ଆମର ଲକ୍ଷ ଏକ ସୁସ୍ଥ ବାତାବରଣ ଭିତରେ ପିଲା କେମିତି ୧୦୦ ଦିନ ପାଠ ପଢ଼ିବେ ତାହା ସୁନିଶ୍ଚିତ କରିବା । ନିୟମକୁ ତଦାରଖ କରିବା ପାଇଁ ଶିକ୍ଷକମାନଙ୍କ ଭିତରେ କାମ ବଣ୍ଟା ହୋଇଛି,’’ କହିଛନ୍ତି ୟୁନିଟ ୧ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ପଣ୍ଡା ।