Survey: ସ୍କୁଲମାନେ ଅନଲାଇନ୍ ଶିକ୍ଷାଦାନ କରୁଛନ୍ତି; ତେଣୁ ସେମାନେ ପୂରା ଫିସ୍ ଆଦାୟ କରିବା ଉଚିତ କି?

ଅନଲାଇନ ଶିକ୍ଷାଦାନ ହେଉଥିବା ବେଳେ ସ୍କୁଲଗୁଡ଼ିକ ପିଲାମାନଙ୍କ ଠାରୁ ସାଧାରଣ ସମୟ ପରି ପୂରା ଫିସ୍ ଆଦାୟ କରୁଥିବାରୁ ଅନେକ ଅଭିଭାବକ ଅସନ୍ତୁଷ୍ଟ ଅଛନ୍ତି । ଏହି ବିଷୟ ଉପରେ ଏହି ସର୍ଭେରେ ଭାଗ ନେଇ ଆପଣ ନିଜ ମତ ରଖନ୍ତୁ ।

Survey: ସ୍କୁଲମାନେ ଅନଲାଇନ୍ ଶିକ୍ଷାଦାନ କରୁଛନ୍ତି; ତେଣୁ ସେମାନେ ପୂରା ଫିସ୍ ଆଦାୟ କରିବା ଉଚିତ କି?
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଙ୍କଟ ଆରମ୍ଭ ହେବା ପର ଠାରୁ ଲକଡାଉନ୍‌ ଓ ସଟଡାଉନର ସ୍ଥିତି ଯୋଗୁଁ ସାରା ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଘରୋଇ ଓ ସରକାରୀ ସବୁ ସ୍କୁଲ୍‌ ଓ କଲେଜ ବନ୍ଦ ରହିଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ଅନଲାଇନ୍‌ ମାଧ୍ୟମରେ ନିଜ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଛନ୍ତି (online education) ।

ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଭିଡିଓ କନଫେରେନ୍ସିଂ କରି ପାଠ ପଢ଼ାଉଛନ୍ତି ଓ ପିଲାମାନେ ନିଜ କମ୍ପ୍ୟୁଟର ବା ମୋବାଇଲ ଫୋନର ପରଦାରେ ସେମାନଙ୍କ ଠାରୁ ଶିକ୍ଷା ପାଉଛନ୍ତି । ଏବେ ବି ଲକଡାଉନ୍‌ ଜାରି ଥିବାରୁ ଆଉ କରୋନା ସଂକ୍ରମଣର ସ୍ଥିତି ଏ ଯାଏଁ ସୁଧୁରି ନ ଥିବାରୁ କେବେ ସ୍କୁଲ୍‌ ଖୋଲିବ ତାହା ଉପରେ ସଂଶୟ ରହିଛି । ତେବେ ଅନେକ ଅଭିଭାବକ ସ୍କୁଲଗୁଡ଼ିକ ପିଲାମାନଙ୍କ ଠାରୁ ସାଧାରଣ ସମୟ ପରି ପୂରା ଫିସ୍‌ (school fees) ଆଦାୟ କରୁଥିବାରୁ ଅସନ୍ତୁଷ୍ଟ ଅଛନ୍ତି ।

ଏହି ବିଷୟ ଉପରେ ଏହି ସର୍ଭେରେ ଭାଗ ନେଇ ଆପଣ ନିଜ ମତାମତ ରଖନ୍ତୁ ।



ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ
Published by: Anand Shankar Thankur Das
First published: July 24, 2020, 7:46 PM IST
corona virus btn
corona virus btn
Loading