ଭୁବନେଶ୍ୱରର ସ୍କୁଲଗୁଡ଼ିକରେ କରୋନା ଚିନ୍ତା ବଢ଼ିଲା; ନୟାପଲ୍ଲୀର ଏକ ସ୍କୁଲର ଶିକ୍ଷୟତ୍ରୀ ପଜିଟିଭ୍ ହେଲେ
ଶିକ୍ଷୟତ୍ରୀ ଜଣଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ପରେ ଜ୍ୱର ବଢ଼ିବାରୁ ସେ ସ୍କୁଲ୍ ଆସି ନ ଥିଲେ । ଟେଷ୍ଟ କରିବା ପରେ ଜଣାଇଥିଲେ ଯେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି ।

ବିଦ୍ୟାଳୟ ପରିସରକୁ ସାନିଟାଇଜ୍ କରାଇବା ପରେ ପୁଣି ପାଠ ପଢ଼ା ଆରମ୍ଭ ହୋଇଛି ।
- News18 Odia
- Last Updated: February 22, 2021, 4:24 PM IST
ଭୁବନେଶ୍ୱର: ରାଜ୍ୟରେ ସ୍କୁଲଗୁଡ଼ିକ ପାଇଁ ଏବେ କୋଭିଡ ଚିନ୍ତା ଆହୁରି ବଢ଼ିଛି । ରାଜଧାନୀ ଭୁବନେଶ୍ୱରର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷୟତ୍ରୀ କରୋନା ଆକ୍ରାନ୍ତ ହେବା ସଭିଙ୍କ ଚିନ୍ତା ବଢ଼ାଇଛି । ଭୁବନେଶ୍ୱରର ସବୁ ସ୍କୁଲ୍ ଉପରେ ବି.ଏମ୍.ସି.ର ନଜର ରହିଥିବା ବେଳେ କୋଭିଡ୍ ଏସ.ଓ.ପି.କୁ କଡାକଡି ପାଳନ କରିବାକୁ ଉଭୟ ଏସ୍.ଆର୍.ସି. ଓ ଗଣ ଶିକ୍ଷା ବିଭାଗ କଡା ନିର୍ଦ୍ଦେଶ ଦେଇଛନ୍ତି ।
ନୟାପଲ୍ଲୀ ସ୍ଥିତ ଆଇ.ଆର୍.ସି. ଭିଲେଜରେ ଥିବା ସ୍କୁଲର ଜଣେ ଶିକ୍ଷୟତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନ ତଳେ ସେ ପଜିଟିଭ୍ ହୋଇଥିଲେ ଓ ବର୍ତ୍ତମାନ ହୋମ୍ ଆଇସୋଲେସନରେ ଅଛନ୍ତି । ଏହା ଜଣା ପଡ଼ିବା ପରେ ସ୍କୁଲକୁ ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ରଖାଯାଇଥିଲା । ସ୍କୁଲ୍ ପରିସରକୁ ବିଶୋଧନ କରିବା ପରେ ଆଜି ଠାରୁ ସ୍କୁଲ ଖୋଲିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଜୋ ଓ ଜିଲ୍ ବାଇଡେନଙ୍କ Love Story: ଜୋ ୫ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍

ଭୁବନେଶ୍ୱର ନୟାପଲ୍ଲୀରେ ଥିବା ସେହି ସରକାରୀ ସ୍କୁଲ୍
ଏହି ସ୍କୁଲରେ ବର୍ତ୍ତମାନ ସରକାରଙ୍କ ଏସ୍.ଓ.ପି. ମୁତାବକ ପାଠପଢ଼ା ହେଉଥିବା କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ‘‘ଆଗକୁ ଯାହା ସରକାରୀ ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ । ପିଲାମାନେ ମଧ୍ୟ ବିନା ଭୟରେ ପାଠ ପଢୁଛନ୍ତି,’’ ସେ କହିଛନ୍ତି । ଏହି ସ୍କୁଲ୍ ଉପରେ ପ୍ରଧାନ ଶିକ୍ଷୟତ୍ରୀ ଓ ଡିଇଓମାନେ ନଜର ରଖିଛନ୍ତି । ଯଦି କାହାର କୌଣସି ଲକ୍ଷଣ ଦେଖାଦିଏ ତେବେ ଟେଷ୍ଟ କରାଯିବ ବୋଲି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅଜବ! ବାଘ ପରି ଦେଖିବାକୁ ଏହି କୁକୁର; ତାକୁ ଦେଖି ଲୋକେ ଭୟରେ ଦୌଡ଼ୁଛନ୍ତି
‘‘ବର୍ତ୍ତମାନ ପରିସ୍ଥିତି ଉପରେ ବି.ଏମ୍.ସି. ପକ୍ଷରୁ କଡ଼ା ନଜର ରଖାଯାଉଛି । ଖାଲି ସେହି ସ୍କୁଲ ନୁହେଁ, ସବୁ ସ୍କୁଲଗୁଡିକୁ କଡାକଡି ନିୟମ ପାଳନ କରିବା ପାଇଁ କୁହାଯାଇଛି । ଯଦି କାହାରି ଠାରେ କିଛି ଲକ୍ଷଣ ଦେଖାଦିଏ ତୁରନ୍ତ ବି.ଏମ୍.ସି.କୁ ଜଣାଇବାକୁ କୁହାଯାଇଛି,’’ କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ତୁର୍କୀର ଏହି ଧାର୍ମିକ ନେତାଙ୍କର ୧,୦୦୦ ଜଣ ଗର୍ଲଫ୍ରେଣ୍ଡ ଥିଲେ; ତାଙ୍କୁ ୧,୦୭୫ ବର୍ଷ ଜେଲ୍ ଦଣ୍ଡ ମିଳିଛି
ରାଜଧାନୀ ଭୁବନେଶ୍ୱରରେ ମାତ୍ର ଗୋଟିଏ ସ୍କୁଲରେ ପ୍ରଥମ କରି କରୋନା ସଂକ୍ରମଣର ଏହି ଖବର ଆସିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ‘‘ଖବର ଆସିବା ମାତ୍ରେ ଆମେ ସ୍କୁଲ ବନ୍ଦ କରିଥିଲୁ । ସ୍କୁଲ୍ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରିବା ପରେ ଆଜି ସ୍କୁଲ ଖୋଲାଯାଇଛି । ଆମେ ଡିଇଓ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଯୋଗାଯୋଗରେ ଅଛୁ । କୌଣସି ଖବର ଆସିଲେ ସାଙ୍ଗେ ସାଙ୍ଗେ ଆକ୍ସନ ନିଆଯିବ,’’ କହିଛନ୍ତି ଚୌଧୁରୀ ।
ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ଓଡ଼ିଶାରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରିଥିବାରୁ ରାଜ୍ୟ ପାଇଁ ଚିନ୍ତା ବଢ଼ିଛି । ସ୍କୁଲ ପିଲାଙ୍କ ପାଇଁ ଗଣ ଶିକ୍ଷା ବିଭାଗ ବି ନୂଆ ପଦକ୍ଷେପ ନେବା ଉପରେ ଚିନ୍ତା କରୁଥିବା ଜଣାପଡ଼ିଛି ।