News18 Odia Digital
ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରକାଶ ରିଥିବା ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ୍ ୨୭ ମଙ୍ଗଳବାରଠାରୁ ନାମଲେଖା ଆରମ୍ଭ ହେବ ଓ ମେ ୩୧ ତାରିଖ ପୂର୍ବରୁ ଶେଷ ହେବ ।
ବିଭାଗର ସୂଚନା ଅନୁସାରେ ସ୍କୁଲଗୁଡ଼ିକରେ ନାମଲେଖା ପ୍ରକ୍ରିୟା ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଚାଲିବ । କରୋନା ଭାଇରସ୍ ସଂକ୍ରାନ୍ତୀୟ କଟକଣା ଯୋଗୁଁ ଏକ ସମୟରେ ପାଞ୍ଚରୁ ଅଧିକ ପିତାମାତାଙ୍କୁ ବିଦ୍ୟାଳୟ ଭିତରେ ନିଜ ପିଲାର ଆଡମିଶନ ପାଇଁ ରହିବାକୁ ଅନୁମତି ଦିଆଯିବ ନାହିଁ ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଡମିଶନ୍ ବେଳେ ସବୁ ନିୟମ ମାନିବା ପାଇଁ ସରକାର ଏକ ବିଧିବଦ୍ଧ ମାର୍ଗଦର୍ଶିକା ଜାରି କରିଛନ୍ତି । ଆଡମିଶନ ପ୍ରକ୍ରିୟା ସମୟରେ ମାସ୍କ ପିନ୍ଧୁଛନ୍ତି ଓ ସାମାଜିକ ଦୂରତା ବଜାୟ ରଖୁଛନ୍ତି ତାହା ସୁନିଶ୍ଚିତ କରିବା ଦାୟିତ୍ୱ ପ୍ରଧାନ ଶିକ୍ଷକମାନଙ୍କ ଉପରେ ରହିବ । ହେଲେ କଣ୍ଟେନମଣ୍ଟ୍ ଜୋନ ନିକଟରେ କୌଣସି ସ୍କୁଲରେ ନାମଲେଖା ପ୍ରକ୍ରିୟା ଚାଲିପାରିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି ।
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?କରୋନା ମହାମାରୀ କରାଣରୁ ସ୍କୁଲ୍ ସବୁ ଏବେ ବନ୍ଦ ଥିଲେ ବି କୌଣସି ଶିଶୁକୁ ତା’ ଶିକ୍ଷାଗତ ଅଧିକାରରୁ ବଞ୍ଚିତ କରିବାକୁ ନ ଦେବାକୁ ସରକାର ସ୍ଥିର କରିଛନ୍ତି । ରାଜ୍ୟରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯାଇଛି ।
ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତିରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଗୁରୁତର ହେଉଥିବାରୁ ଏପ୍ରିଲ୍ ୧୯ ତାରିଖରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ସବୁ ପରୀକ୍ଷା ବି ସ୍ଥଗିତ ରଖାଯାଇଥିଲା । ପରିସ୍ଥିତିକୁ ଦେଖି ପରେ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା । ହେଲେ ପରେ ମ୍ୟାଟ୍ରିକ୍ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର ।
ଏହା ପୂର୍ବରୁ ଏପ୍ରିଲ୍ ୭ ତାରିଖରେ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ କରିବାକୁ ଚିଠି କରିଥିଲା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ରାଜ୍ୟରେ ବ୍ୟାପିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ଦୁଇ କ୍ଳାସ୍ ବନ୍ଦ କରିବାକୁ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ହଷ୍ଟେଲରେ ରହୁଥିବା ପିଲାମାନେ ମଧ୍ୟ ହଷ୍ଟେଲ ଛାଡି଼ପାରିବେ ବୋଲି ଏହି ଚିଠିରେ ଉଲ୍ଲେଖ ରହିଥିଲା । ଆବଶ୍ୟକ ପଡ଼ିଲେ ପୂର୍ବ ଭଳି ଏହି ଦୁଇ କ୍ଳାସ୍ ପାଇଁ ପାଠ ପଢ଼ା ଅନଲାଇନ୍ ମାଧ୍ୟମରେ କରିବେ ଶିକ୍ଷକଶିକ୍ଷୟିତ୍ରୀମାନେ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।