ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଭୁବନେଶ୍ୱରର ବଜାରରୁ ହଠାତ୍ ଅକ୍ସିମିଟିର୍ ଓ ଅନେକ ଔଷଧ କୁଆଡ଼େ ଉଭାନ୍ ହୋଇଗଲା? କାହିଁକି?

ଭୁବନେଶ୍ୱରର ବଜାରରୁ ହଠାତ୍ ଅକ୍ସିମିଟିର୍ ଓ ଅନେକ ଔଷଧ କୁଆଡ଼େ ଉଭାନ୍ ହୋଇଗଲା? କାହିଁକି?

ଅନେକଙ୍କ ମତରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ମାର୍କେଟରେ ଏକ କୃତ୍ରିମ ଅଭାବ ସୃଷ୍ଟି କରାଯାଇଛି । ହେଲେ ଔଷଧ ଦୋକାନୀମାନେ କହିଛନ୍ତି ଯେ ଏହି ଅଭାବ ସାମୟିକ ଓ ଗ୍ରାହକମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ ନୁହେଁ ।

ଭୁବନେଶ୍ୱରର ବଜାରରୁ ହଠାତ୍ ଅକ୍ସିମିଟିର୍ ଓ ଅନେକ ଔଷଧ କୁଆଡ଼େ ଉଭାନ୍ ହୋଇଗଲା? କାହିଁକି?
ଭିଟାମିନ ସି, ଆଜିଥ୍ରୋମାଇସିନ୍ ଓ ଡକ୍ସିସାଇକ୍ଲିନ୍ ପରି ଔଷଧ ବି ବଜାରରେ ମିଳୁ ନାହିଁ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜିଜିପି କଲୋନୀ ବାସିନ୍ଦା ଆଶୁତୋଷ ସାମନ୍ତରାୟ କୋଭିଡ ମହାମାରୀ ସମୟରେ ନିଜ ପରିବାରର ପାଇଁ ଏକ ଅକ୍ସିମିଟର୍‌ ଖୋଜି ଖୋଜି ନୟାନ୍ତ ହେଲେଣି । ରାଜଧାନୀର ମାର୍କେଟଗୁଡ଼ିକରୁ ଯେମିତି ହଠାତ୍‌ ଉଭାନ୍‌ ହୋଇଯାଇଛି ଅକ୍ସିମିଟର୍‌ । ଡବଲ୍‌ ଦାମ୍‌ ଦେଲେ ବି ମିଳୁନି । ତାଙ୍କ ପରି ଅନେକ ଲୋକ ଏହି ସ୍ଥିତିର ସାମନା କରିଛନ୍ତି ।

କେବଳ ଅକ୍ସିମିଟର୍‌ ନୁହେଁ, କୋଭିଡକୁ ରୋକିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ଔଷଧ ଯଥା ଭିଟାମିନ ସି, ଆଜିଥ୍ରୋମାଇସିନ୍,‌ ଡକ୍ସିସାଇକ୍ଲିନ୍‌ ଓ ବିଭିନ୍ନ ପ୍ରକାର ଷ୍ଟେରଏଡ୍‌ ବି ବଜାରରେ ମିଳୁ ନାହିଁ । ଗୋତୁଏ କମ୍ପାନୀର ଔଷଧ ମାଗିଲେ ମିଳୁଛି ଅନେକ ଅନ୍ୟ କେଉଁ ଅନାମଧେୟ କମ୍ପାନୀର ଔଷଧ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଚାଲିଥିବା ସମୟରେ ବଜାରରେ ଦେଖାଦେଇଛି କୋଭିଡ ଚିକିତ୍ସାରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକୀୟ ଔଷଧ ଓ ସାମଗ୍ରୀର ଅଭାବ ଲୋକଙ୍କ କଷ୍ଟକୁ ବଢ଼ାଇଦେଇଛି । ଅକ୍ସିମିଟର୍‌ ଠାରୁ ଆରମ୍ଭ ବିଭିନ୍ନ ଔଷଧ ଅନେକ ସ୍ଥାନରେ ଆବଶ୍ୟକ ସଂଖ୍ୟାରୁ କମ୍‌ ମିଳୁଥିବାରୁ ଲୋକେ ହତାଶ ହେଉଛନ୍ତି ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍

କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ଆସୋସିଏସନ୍ ଏହି ମାମଲାରେ ସରକାରୀ ହସ୍ତକ୍ଷେପ ଲୋଡ଼ିଛି । (ପ୍ରତୀକାତ୍ମକ ଛବି)


ଔଷଧ ବ୍ୟବସାୟୀମାନେ ଏହି ସ୍ଥିତି ବିଷୟରେ ଯୁକ୍ତି କରିଛନ୍ତି ଯେ ହଠାତ୍‌ ଲୋକେ ଆବଶ୍ୟକତା ଠାରୁ ଅଧିକ ଔଷଧ କିଣୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । କେମିଷ୍ଟ୍‌ ଓ ଡ୍ରଗିଷ୍ଟ୍‌ ଆସୋସିଏସନ୍‌ ଏହି ମାମଲାରେ ସରକାରୀ ହସ୍ତକ୍ଷେପ ଲୋଡ଼ିଛି ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

‘‘ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ମୋ’ର ଜଣେ ସମ୍ପର୍କୀୟଙ୍କ ପାଇଁ ମୁଁ ଅକ୍ସିମିଟର୍‌ ଖୋଜୁଛି । ଅଧା ଭୁବନେଶ୍ୱର ବୁଲିସାରିଲିଣି । ହେଲେ ଅକ୍ସିମିଟରରଟିଏ ମିଳୁନି । ବାଧ୍ୟ ହୋଇ ଜଣେ ବନ୍ଧୁଙ୍କ ପୁରୁଣା ଓ ଖରାପ ହୋଇଥିବା ଅକ୍ସିମିଟରକୁ ସଜାଡି଼ କାମ ଚଳାଉଛି,’’ କହିଛନ୍ତି ଭୁବନେଶ୍ୱର ସହିଦ ନଗର ବାସିନ୍ଦା ଦୀପ୍ତି ପ୍ରକାଶ ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣରେ ମଣିପୁରର BJP ସଭାପତିଙ୍କ ମୃତ୍ୟୁ ହେଲା; ଶୋକ ପ୍ରକାଶ କଲେ PM

କୋଭିଡ ସମୟରେ ଔଷଧର ଏମିତି ଅଭାବକୁ ନେଇ ଅନେକ ଅଭିଯୋଗ ସାମନାକୁ ଆସିଛି । ଅନେକଙ୍କ ମତରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ମାର୍କେଟରେ ଏକ କୃତ୍ରିମ ଅଭାବ ସୃଷ୍ଟି କରାଯାଇଛି । ହେଲେ ଗ୍ରାହକମାନଙ୍କର ଏଭଳି ଅଭିଯୋଗ ଶହେ ପ୍ରତିଶତ ସତ ନୁହେଁ ବୋଲି ମତ ରଖିଛନ୍ତି ବିଭିନ୍ନ ଔଷଧ ଦୋକାନୀମାନେ ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

‘‘କୋଭିଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ଔଷଧ ପର୍ଯ୍ୟାପ୍ତ ପରିମାଣ ରେ ଉପଲବ୍ଧ ଅଛି । କେଉଁ ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ନୁହେଁ, ବିଭିନ୍ନ ପ୍ରକାର କମ୍ପାନୀର ଔଷଧ ମହଜୁଦ ଅଛି । ଅକ୍ସିମିଟର୍‌ ଅଭାବ ସାମୟିକ,’’ କହିଛନ୍ତି ସହିଦ ନଗରସ୍ଥିତ ଶ୍ରୀ ମେଡ଼ିକାଲ୍‌ ଷ୍ଟୋରର ପରିଚାଳକ ଏମ. ଶ୍ରୀନିବାସ୍‌ ପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ VIDEOରେ ଜାରି

କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍‌ ଏଭଳି କୃତିମ ଅଭାବ କଥା ସ୍ଵୀକାର କରିଛି । ଆସୋସିଏସନର ସଭାପତି ପ୍ରଗତି ରଞ୍ଜନ ମହାନ୍ତି କହିଛନ୍ତି, ‘‘ପ୍ରଥମତଃ ଓଡ଼ିଶାରେ କୌଣସି ଔଷଧ ପ୍ରସ୍ତୁତ ହେଉନାହିଁ । ଏଥି ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଦ୍ଵିତୀୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ ଔଷଧ କିଣୁଥିବାରୁ ଏହି କୃତିମ ଅଭାବ ସ୍ଥିତି ଉପୁଜିଛି । ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଆମେ ଦାବି କରିଛୁ ।’’



ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କିମ୍ଵା ଡ୍ରଗ୍ସ ନିୟନ୍ତ୍ରଣ ଅଧିକାରୀ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନ ଥିବା ବେଳେ ବୁଦ୍ଧିଜୀବୀମାନଙ୍କ ମତରେ ଏହି ମାମଲାରେ ସରକାର ତୁରନ୍ତ ହସ୍ତକ୍ଷେପ କରି ସ୍ଥିତିକୁ ସ୍ୱାବାବିକ କରିବାର ଆବଶ୍ୟକତା ଅଛି ।
Published by: Anand ST Das
First published: May 15, 2021, 12:07 AM IST