News18 Odia Digital
ନୂଆ ଦିଲ୍ଲୀ: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍.ବି.ଆଇ., SBI) ନିଜ ଗ୍ରାହକମାନଙ୍କୁ ଏକ ବଡ଼ ଆରାମ ଦେଇଛି । କରୋନା ଭାଇରସ୍ ମହାମାରୀର (Coronavirus) ଦ୍ୱିତୀୟ ତରଙ୍ଗ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India) ନିଜ ଅଣ-ଘରୋଇ ଶାଖାଗୁଡ଼ିକରେ ଗ୍ରାହକମାନଙ୍କ ଦ୍ୱାରା ନଗଦ ଉଠାଇବାର ସୀମା ବୃଦ୍ଧି କରିଛି ।
ଏସ୍.ବି.ଆଇ. ଦେଇଥିବା ସୂଚନା ଅନୁସାରେ ନିଜ ଆକାଉଣ୍ଟରୁ ଲୋକେ ଦିନକୁ କେତେ ଟଙ୍କା ନଗଦ ଉଠାଇପାରିବେ ତା’ର ସୀମା ବୃଦ୍ଧି କରାଯାଇଛି । ବର୍ତ୍ତମାନ ଗ୍ରାହକମାନେ ସେମାନଙ୍କର ନିକଟ ଶାଖାକୁ (ଘର ଶାଖା ବ୍ୟତୀତ) ଯାଇ ୱିଥଡ୍ରୟାଲ୍ ଫର୍ମ୍ ବ୍ୟବହାର କରି ଦିନକୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ବଢ଼ିଲା ଲକଡାଉନ୍; ଜୁନ୍ ୧୭ ତାରିଖ ସକାଳ ଯାଏଁ ଜାରି ରହିବ କଟକଣା; ୩ ଜିଲ୍ଲାରେ କୋହଳଷ୍ଟେଟ୍ ବ୍ୟାଙ୍କ୍ ଏକ ଟ୍ୱିଟ୍ କରି କହିଛି ଯେ ଏହି ମହାମାରୀ ସମୟରେ ଗ୍ରାହକମାନଙ୍କୁ ସହାୟତା କରିବା ପାଇଁ ଉଭୟ ଚେକ୍ ଓ ୱିଥଡ୍ରୟାଲ୍ ଫର୍ମ ମାଧ୍ୟମରେ ଅଣ-ଘରୋଇ ଶାଖାରେ ନଗଦ ଟଙ୍କା ଉଠାଇବାର ସୀମା ବୃଦ୍ଧି କରିଛି ।
ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତାନଗଦ ଉଠାଇବାର ନୂଆ ନିୟମ:<< ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଗ୍ରାହକମାନେ ଅନ୍ୟ ଶାଖାକୁ ଯାଇ ୱିଥଡ୍ରୟାଲ୍ ଫର୍ମ ମାଧ୍ୟମରେ ନିଜ ସଞ୍ଚୟ ଆକାଉଣ୍ଟରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଇ ପାରିବେ।
<< ଏହି ନୂଆ ନିୟମ ଅନୁସାରେ ଏସ୍.ବି.ଆଇ.ର ଗ୍ରାହକମାନେ ଏଣିକି ଚେକ୍ ମାଧ୍ୟମରେ ବ୍ୟାଙ୍କର ଅନ୍ୟ ଶାଖାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଇ ପାରିବେ ।
ଏହା ବି ପଢ଼ନ୍ତୁ | PM ମୋଦି ଓଡ଼ିଶାରେ ବାତ୍ୟାର କ୍ଷତି ଦେଖିଲେ; ରାଜ୍ୟ ସରକାର କେନ୍ଦ୍ର ଠାରୁ ସହାୟତା ମାଗିଲେ ନାହିଁ<< ତୃତୀୟ ପକ୍ଷ (ଯାହାଙ୍କୁ ଚେକ୍ ପ୍ରଦାନ କରାଯାଇଛି) ଦ୍ୱାରା ନଗଦ ଉଠାଇବା ସୀମାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
<< SBI ତୁରନ୍ତ ପ୍ରଭାବ ସହିତ ଏହି ନୂଆ ନିୟମ ଲାଗୁ କରିଛି ।ଏହି ନିୟମଗୁଡିକ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବ୍ୟାଙ୍କ କହିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।