କରୋନା: ନିୟମ ଭାଙ୍ଗି କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ; ଘରେ ଲାଗିଲା ନୋଟିସ୍

ଉମାକାନ୍ତ ସାମନ୍ତରାୟଙ୍କ ଦ୍ୱାରା କୋଭିଡ୍ ନିୟମର ଉଲ୍ଲଙ୍ଘନ ମାମଲାକୁ ନେଇ ପୁରୀର ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଜନ ପ୍ରତିନିଧି ହୋଇ ଆଇନ ଭାଙ୍ଗିଥିବାରୁ ଉମାକାନ୍ତ କ୍ଷମା ମାଗିଛନ୍ତି ।

କରୋନା: ନିୟମ ଭାଙ୍ଗି କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ; ଘରେ ଲାଗିଲା ନୋଟିସ୍
ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ
  • News18 Odia
  • Last Updated: October 11, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: କରୋନା ନିୟମର ଉଲ୍ଲଙ୍ଘନ କରିଥିବାରୁ ଶାସକ ବିଜୁ ଜନତା ଦଳର ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପାଇଁ ବଢ଼ିଛି ଅଡୁଆ । କରୋନାରେ ଆକ୍ରାନ୍ତ ଥାଇ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବ ସତ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ଏବେ ଆଇନ ଜାଲରେ ଫସିଛନ୍ତି ସାମନ୍ତରାୟ ।

ଗୋପବନ୍ଧୁ ଛକ ଓ ଡେଲ୍ଟା ଛକ ମଝିରେ ଥିବା ଉମାକାନ୍ତ ସାମନ୍ତରାୟଙ୍କ ସରକାରୀ ବାସଭବନରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି କାରଣ ଦର୍ଶାଅ ନୋଟିସ ଲଗାଇଛି । ଏହାକୁ ନେଇ ଚାରି ଆଡେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାମନ୍ତରାୟଙ୍କ ଦ୍ୱାରା କୋଭିଡ୍‌ ନିୟମର ଉଲ୍ଲଙ୍ଘନ ମାମଲାକୁ ନେଇ ପୁରୀର ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ବାର ଓ ସମୁଦ୍ର କୂଳ ଥାନାରେ ଅଭିଯୋଗ କରାଯାଇଥିଲା । ସେନାର ମୁଖ୍ୟ ପ୍ରିୟଦର୍ଶନ ପଟ୍ଟନାୟକ ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସତ୍ୟବାଦୀ ବିଧାୟକଙ୍କ ବିରୋଧରେ ଏଫଆଇଆର ଦେଇଥିଲେ ।

‘‘ସାଧାରଣ ଲୋକଙ୍କ ମୁହଁରେ ମାସ୍କ ନ ଥିଲେ ପୋଲିସ ୫୦୦ ଟଙ୍କା ଫାଇନ ନେଉଛି । ସାଧାରଣ ଶ୍ରମିକଟିଏ ବି ମୁହଁରେ ମାସ୍କ ପିନ୍ଧୁଛି । ମହିଳା ଶ୍ରମିକ ମୁହଁରେ ମାସ୍କ ନ ଥିଲେ ସେ ନିଜର ଲୁଗାର କାନିକୁ ମୁହଁରେ ଘୋଡ଼ାଇ କାମ କରୁଛି । ତେବେ ଏଥିରେ ଖିଲାପ କଲେ ପ୍ରଶାସନ ସେମାନଙ୍କୁ ତାଗିଦ୍ କରିବା ସହ ଫାଇନ ଆଦାୟ କରୁଛି । ତେବେ ଏମାନେ ମନ୍ତ୍ରୀ ଓ ବିଧାୟକ । ସମୀର ଓ ଉମାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି?’’ ପଚାରିଛନ୍ତି ପ୍ରିୟଦର୍ଶନ ।

ଏହା ବି ପଢ଼ନ୍ତୁ ଜୟଲଳିତାଙ୍କ ଭୂମିକା କରୁଛନ୍ତି କଙ୍ଗନା ରାଣାୱତ୍; ଶାଢ଼ୀ ଓ ବିନ୍ଦି ପିନ୍ଧି ପୂରା ତାଙ୍କ ପରି ଲାଗୁଛନ୍ତି

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲାପଦରୁ ହଟାଗଲେ

ଜନ ପ୍ରତିନିଧି ହୋଇ ଆଇନକୁ ଭାଙ୍ଗିବା ପରେ ଉମାକାନ୍ତ ପ୍ରବଳ ଚାପର ସମ୍ମୁଖୀନ ହୋଇ ନିଜ ଆଡୁ ଭୁଲ୍‌ ମାଗିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘‘ପ୍ରଦୀପ ମହାରଥୀ ମୋ’ ବଡ଼ ଭାଇ । ମୋ’ ରାଜନୖତିକ ଜୀବନରେ ପ୍ରଗତି କ୍ଷେତ୍ରରେ ତାଙ୍କର ବଡ଼ ଭୂମିକା ଅଛି । ତାଙ୍କର ବିୟୋଗ ମୋତେ ମର୍ମାହତ କରିଥିବାରୁ ମୁଁ ଭାବ ବିହ୍ୱଳ ହୋଇଯାଇଥିଲି । ନିଜକୁ ଆୟତ୍ତରେ ରଖିପାରିଲି ନାହିଁ । ପୁରୀ ସ୍ବର୍ଗଦ୍ବାର ଯାଇ ଅନ୍ତ୍ୟେଷ୍ଟ୍ରି କ୍ରିୟାରେ ସାମିଲ ହୋଇଥିଲି । ସେଥି ପାଇଁ ମୁଁ ଅନୁତପ୍ତ । ସେଥି ପାଇଁ ମୁଁ କ୍ଷମା ମାଗୁଛି ।’’



ଗତ ୪ ତାରିଖରେ ଆରପାରିକୁ ଚାଲିଯାଇଥିଲେ ପ୍ରଦୀପ ମହାରଥୀ । ଭୁବନେଶ୍ବରରୁ ତାଙ୍କ ମର ଶରୀର ସରକାରୀ ବାସ ଭାବନ, ବିଧାନ ସଭା ଓ ବିଜେଡି ଅଫିସକୁ ନିଆଯିବା ପରେ ପିପିଲି ଓ ପରେ ପୁରୀ ଯାଇଥିଲା । ସେହି ଶବ ଯୋଭାଯାତ୍ରାରେ ଶତାଧିକ ଲୋକ ସାମିଲ ହୋଇଥିଲେ । କିନ୍ତୁ କରୋନାରେ ଆକ୍ରାନ୍ତ ଥାଇ ବି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସେଥିରେ ସାମିଲ ହୋଇଥିଲେ ।
Published by: Anand Shankar Thankur Das
First published: October 11, 2020, 11:58 PM IST
corona virus btn
corona virus btn
Loading