ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ରାଜ୍ୟରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍‌ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ରାଜ୍ୟରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍‌ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ରାଜ୍ୟରେ ବନ୍ଦ କରାଯାଇଥିବା କୋଭିଡ୍ ହସ୍ପିଟାଲଗୁଡ଼ିକୁ ଦରକାର ହେଲେ ପୁଣି ଥରେ ସକ୍ରିୟ କରାଯିବ । ଲୋକେ କୋଭିଡ ନିୟମ ନ ମାନିଲେ ଲକଡାଉନକୁ ଆମନ୍ତ୍ରଣ କରିବା ଭଳି ସ୍ଥିତି ଉପୁଜିପାରେ ଓ ଓଡ଼ିଶାକୁ ଅନ୍ୟ ରାଜ୍ୟ ଭଳି ପଦକ୍ଷେପ ନେବାକୁ ପଡ଼ିପାରେ ।

ରାଜ୍ୟରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍‌ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବେ ।
  • News18 Odia
  • Last Updated: March 22, 2021, 9:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ବଢ଼ିବା ଆରମ୍ଭ ହୋଇଥିବାରୁ ଏହାର ଦୃଢ଼ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର । ସଂକ୍ରମଣ ରୋକିବା ପାଇଁ ପଞ୍ଚାୟତ ଓ ଗାଁ ସ୍ତରରେ ୱାର୍ଡ଼ ମେମ୍ବର, ସରପଞ୍ଚ, ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଗମ୍ଭୀର ହେଲେ ଲକଡାଉନ୍ କିମ୍ବା ସେହି ପ୍ରକାରର ଅନ୍ୟ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ସ୍ପେଶାଲ୍‌ ରିଲିଫ୍‌ କମିଶନର୍‌ (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା ।

ଭିଡିଓ କନଫରେନ୍ସିଂରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଲୋଚନା କରିବା ପରେ ଏସ୍‌.ଆର୍‌.ସି. ପ୍ରଦୀପ ଜେନା କହିଛନ୍ତି ଯେ ବାହାରୁ ଆସୁଥିବା ଲୋକ ବିଶେଷ କରି ପ୍ରବାସୀଙ୍କ ଉପରେ କଡ଼ା ନଜର ରଖିବ ଗ୍ରାମ କମିଟି । କୋଭିଡ୍ ପରିଚାଳନା କମିଟିକୁ ପୁଣି ସକ୍ରିୟ କରିବା ଉପରେ ସେ ଜୋର୍‌ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ |ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ଡି.ଏମ୍‌.ଇ.ଟି. ଡକ୍ଟର ସି. ବି. କେ. ମହାନ୍ତି କହିଛନ୍ତି ଯେ ଲୋକେ କୋଭିଡ ଗାଇଡଲାଇନ ନ ମାନିଲେ ଲକଡାଉନକୁ ଆମନ୍ତ୍ରଣ କରିବା ଭଳି ସ୍ଥିତି ଉପୁଜିପାରେ ଓ ଓଡ଼ିଶାକୁ ଅନ୍ୟ ରାଜ୍ୟ ଭଳି ପଦକ୍ଷେପ ନେବାକୁ ପଡ଼ିପାରେ । କୋଭିଡ୍ ହସ୍ପିଟାଲଗୁଡ଼ିକ ବନ୍ଦ କରାଯାଇଥିଲେ ମଧ୍ୟ ଦରକାର ହେଲେ ପୁନର୍ବାର ସଂପ୍ରସାରଣ କରାଯିବ ବୋଲି ସେ କହିଛନ୍ତି ।

ସ୍ପେଶାଲ୍‌ ରିଲିଫ୍‌ କମିଶନର୍‌ (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା (ଫାଇଲ୍‌ ଫଟୋ)


‘‘କରୋନା ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଥିବାରୁ ଆମେ ସରପଞ୍ଚ ଓ ୱାର୍ଡ଼ ମେମ୍ବରମାନଙ୍କୁ ପୁଣି ଥରେ କାମରେ ଲଗେଇବାକୁ ଯାଉଛୁଁ । ସେମାନେ ଗାଁମାନଙ୍କରେ କିଏ କେଉଁଠୁ ଆସୁଛନ୍ତି ତା’ ଉପରେ ନଜର ରଖିବେ । ବିଶେଷତଃ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ ସେମାନେ । ଠିକ୍‌ ସେମିତି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଓ ଆମର ଅନ୍ୟ ସରକାରୀ କର୍ମଚାରୀମାନେ ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବେ । ଗାଁମାନଙ୍କରେ ଥିବା କୋଭିଡ୍‌ ମ୍ୟାନେଜମେଣ୍ଟ୍‌ କମିଟିଗୁଡ଼ିକୁ ପୁଣି ଥରେ ସକ୍ରିୟ କରାଯାଉଛି,’’ କହିଛନ୍ତି ସ୍ପେଶାଲ୍‌ ରିଲିଫ୍‌ କମିଶନର୍‌ (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସୀତା ରୂପରେ ଆଲିଆ ଭଟ୍ଟଙ୍କ ପ୍ରଥମ ଛବି ଆସିଲା; ଅଭିନେତ୍ରୀ କରୋନା ଯୋଗୁଁ ଘରେ ଅଛନ୍ତି

ଜନ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ‘‘ଏବେ ଆମେ ସର୍ଭେଇଲାନ୍ସ, ଟେଷ୍ଟିଂ ଓ ଟ୍ରାକିଂ ବଢ଼େଇବାକୁ ଯୋଜନା କରିଛୁ । ଯେଉଁମାନେ ରାଜ୍ୟ ବାହାରୁ ଆସିଛନ୍ତି ଓ ଯେଉଁମାନଙ୍କ ମଧ୍ୟରେ ଥଣ୍ଡା, କାଶ ଓ ଜ୍ୱରର ଲକ୍ଷଣ ଦେଖାଯାଉଛି, ଆଉ ଯେଉଁମାନେ ପଜିଟିଭ୍‌ ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ସେମାନଙ୍କର RTPCR ଟେଷ୍ଟିଂ କରାଇ ଆମେ ଜାଣିବାକୁ ଚାହୁଁଛୁ କେତେ ମାତ୍ରାରେ କରୋନା ମାମଲାରେ ବୃଦ୍ଧି ଘଟୁଛି ।’’

ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟ ପାଣିଗ୍ରାହୀ


ରାଜ୍ୟରେ କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ଜାରି ରହିଛି । କରୋନାର ଦ୍ବିତୀୟ ଲହରୀକୁ ନେଇ ଭୟ ସୃଷ୍ଟି ହେବା ପରେ ବୟସ୍କମାନେ ସ୍ବତଃ ପ୍ରବୃତ୍ତ ଟିକା ନେଉଛନ୍ତି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଶନିବାର ସୁଦ୍ଧା ରାଜ୍ୟରେ ମୋଟ ୧୭ ଲକ୍ଷ ୮୪ ହଜାର ୮୩୯ ଜଣ ଲୋକଙ୍କୁ ଟିକା ଦିଆଯାଇଛି। ଏଥିରୁ ୯ ଲକ୍ଷ ୨୯ ହଜାର ୭୫ ବରିଷ୍ଠ ନାଗରିକ ଅଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି

ଏ ପର୍ଯ୍ୟନ୍ତ ଧାର୍ଯ୍ୟ ଲକ୍ଷ୍ୟର ୨୦ ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ଟିକା ଦିଆସରିଲାଣି ବୋଲି ସେ କହିଛନ୍ତି । ମଙ୍ଗଳବାର ଆଉ ୩ ଲକ୍ଷ ୭୦ ହଜାର ୭୨୦ ଡୋଜ୍‌ କୋଭିସିଲଡ ଟିକା ଆସିବ ପହଞ୍ଚିବ । ଟିକାକରଣରେ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରାଥମିକତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ଡଃ ପାଣିଗ୍ରାହୀ।



ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ମଙ୍ଗଳବାର ଠାରୁ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିବାକୁ ବାଧ୍ୟ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ରାତି ୯ଟାରୁ ସକାଳ ୬ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରହିବ ବୋଲି ଘୋଷଣା ହୋଇଛି । ଆଗକୁ ହୋଲି ଓ ବଡ଼ ଯାତ୍ରା ଆସୁଥିବାରୁ ଜିଲ୍ଲା ପ୍ରଶାସନ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।
Published by: Anand Shankar Thankur Das
First published: March 22, 2021, 9:09 PM IST