News18 Odia Digital
କରୋନା ମହାମାରୀ ପ୍ରତ୍ୟେକ କୋଣରେ ଭୁଲ ଧାରଣା ଗୁଡ଼ିକୁ ସାମ୍ନାକୁ ଆଣିବାରେ ଲାଗିଛି । କୋଭିଡ୍ ସହ ଲଢ଼ିବା ଦିଗରେ ହାସଲ କରିଥିବା ପ୍ରତ୍ୟେକ ଲକ୍ଷ୍ୟ ସହିତ, ଏକ ନୂଆ ମନଗଢ଼ା କଥା ବଢ଼ାଇଚାଲିଲା। ଗର୍ଭଧାରଣ କରିବା ପାଇଁ ସକ୍ଷମ ଥିବା ମହିଳା ମାନଙ୍କ ପାଇଁ ଏହି ସମସ୍ୟା ଅତ୍ୟଧିକ ଦେଖାଯାଇଥିଲା। ଏହି ମିଥ୍ୟା ତଥ୍ୟ ଦାବି କରିଛି ଯେ ଯେକୌଣସି କୋଭିଡ୍ ଟିକା ପ୍ରଜନନ କ୍ଷମତା, ଗର୍ଭଧାରଣ ମହିଳାଙ୍କୁ ବିପଦରେ ପକାଇଥାଏ । କେବଳ ଏହି କଥାରେ ଲକ୍ଷ ଲକ୍ଷ ମହିଳା ଓ ସେମାନଙ୍କ ପରିବାରକୁ ପ୍ରଭାବିତ କରିବାର କ୍ଷମତା ରହିଛି ।
କୋଭିଡ ଲିଙ୍ଗ ଆଧାରରେ ଭେଦଭାବ ନକରିଲେ ମଧ୍ୟ, ଯେକୌଣସି ମଧ୍ୟ ବ୍ୟକ୍ତିଙ୍କୁ ନିଜ ଅନୁସାରେ ପ୍ରଭାବିତ କରିଥାଏ, ଏହାର ପରିଣାମ ସ୍ୱରୂପ ମହିଳା ମାନଙ୍କ ତୁଳନାରେ ଅଧିକ ପୁରୁଷ ମାନେ ସଂକ୍ରମଣରୁ ବଞ୍ଚିବା ପାଇଁ ଟିକାକରଣ କରିଥିଲେ ।
ଟିକାକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ, ଗର୍ଭବତୀ ଓ ସ୍ତନପାନ କରାଉଥିବା ମା’ମାନଙ୍କ ପାଇଁ ଏହାର ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ସୀମିତ ଥିଲା, ତେଣୁ ସେମାନଙ୍କୁ କିଛି ସମୟ ପାଇଁ ଡୋଜ ନ ନେବାକୁ କୁହାଯାଇଥିଲା। ତଥାପି, ବୈଜ୍ଞାନିକ ତଥ୍ୟ ଦ୍ୱାରା ଏହା ସମର୍ଥିତ ହେବା ସତ୍ତ୍ୱେ, ଏହା ସମାଜ ମଧ୍ୟରେ ଟିକା ନେବାରେ ଦ୍ଵିଧାର ସ୍ତରକୁ ବଢ଼ାଇ ଦେଇଥିଲା।
ମହିଳାମାନଙ୍କ ପାଇଁ ଟିକାର ଉପଲବ୍ଧତା ଅଗଷ୍ଟ ତଥା ବିଶ୍ଵ ସ୍ତନପାନ ମାସ ସହିତ ସମ୍ପୂର୍ଣ୍ଣ ଭାବରେ ସମକକ୍ଷ ହୋଇ ଏହି ପ୍ରସଙ୍ଗରେ ଅଧିକ ଆଲୋଚନାକୁ ସୃଷ୍ଟି କରିଛି।
ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ସାରା ବିଶ୍ୱରେ ବିଶ୍ୱ ସ୍ତନପାନ ସପ୍ତାହ ଭାବରେ ପାଳନ କରାଯାଏ । ୨୦୨୧ର ବିଷୟ ହେଉଛି "ସ୍ତନପାନର ସୁରକ୍ଷା ଏକ ମିଳିତ ଦାୟିତ୍ଵ’’। ଶିଶୁ ଓ ମା' ମାନଙ୍କ ପାଇଁ ସ୍ତନପାନର ଗୁରୁତ୍ୱ । ଶିଶୁମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଓ କଲ୍ୟାଣରେ ଯୋଗଦାନ ପାଇଁ ସମଗ୍ର ରୂପରେ ସମ୍ପ୍ରଦାୟର ଦାୟିତ୍ଵ ଉପରେ ଧ୍ୟାନ ଦିଆଯାଇଛି। ସ୍ତନପାନର ଅନେକ ଲାଭ ଅଛି। ଯଥା ମା'ମାନଙ୍କ ପାଇଁ ଏହା ସ୍ତନ କର୍କଟ ହେବାର ଆଶଙ୍କାକୁ କମ୍ କରିଥାଏ ଓ ପିଲାମାନଙ୍କ ଭିତରେ ଉପଯୁକ୍ତ ଅନ୍ତର ରଖିବାରେ ସୁବିଧା ପ୍ରଦାନ କରିଥାଏ।
ପିଲାମାନଙ୍କ ପାଇଁ, ଏହା ବିଭିନ୍ନ ସଂକ୍ରମଣରୁ ରକ୍ଷା କରି ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ଓ ଜ୍ଞାନଗତ ବିକାଶକୁ ପ୍ରୋତ୍ସାହିତ କରିଥାଏ। ଶିଶୁମାନଙ୍କର ସାଧାରଣ ବିକାଶ ଓ ସୁସ୍ଥ ବିକାଶ ପାଇଁ ମା' କ୍ଷୀର ସବୁଠାରୁ ଅଧିକ ପୁଷ୍ଟିକର-ପୂର୍ଣ୍ଣ ଖାଦ୍ୟ। ଏଥିରେ ଆଣ୍ଟିବଡି ଥାଏ ଯାହା ସଂକ୍ରମଣ ବିରୁଦ୍ଧରେ ଲଢ଼ିବା ପାଇଁ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଇପାରେ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନପାନ କରାଇବା ଓ ଜୀବନର ପ୍ରଥମ ଛଅ ମାସ ପାଇଁ ବିଶେଷ ରୂପରେ ସ୍ତନପାନ କରାଇବାକୁ ପରାମର୍ଶ ଦେଇଥାଏ, ତା’ପରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଉପଯୁକ୍ତ ଖାଦ୍ୟ ସହିତ ସ୍ତନପାନ ଜାରି ରଖିବା ପାଇଁ ପରାମର୍ଶ ଦେଇଥାଏ।
ଅବଶ୍ୟ, ସେହି ମା’ମାନଙ୍କ ପାଇଁ ଯେଉଁମାନେ ଟିକା ନେଇଥିଲେ, ଅନେକ ମନଗଢ଼ା କଥାର ଅର୍ଥ ହେଉଛି ଯେ ସେମାନେ ଏହି କଥା ସ୍ଵୀକାର କରିବା ପାଇଁ ସଂଘର୍ଷ କରୁଛନ୍ତି ଯେ ଏହାପାଇଁ ସେମାନଙ୍କ ପିଲା ଉପରେ ନକାରାତ୍ମକ ପ୍ରଭାବ ପଡ଼ିନାହିଁ। ଏଥି ପାଇଁ ଟିକାକରଣକୁ ମନା କରିବା ସହିତ ଅନେକ କ୍ଷେତ୍ରରେ କ୍ଷୀର ପିଆଇବା ମଧ୍ୟ ବନ୍ଦ ହୋଇଯାଇଛି। ଭାରତର ଗ୍ରାମାଞ୍ଚଳରେ ଏହା ଅଧିକ ପରିମାଣରେ ବ୍ୟାପିଛି ଯେଉଁଠାରେ ଲୋକଙ୍କ ପାଖରେ ଟେକ୍ନୋଲୋଜି ଓ ଯାଞ୍ଚ ହୋଇଥିବା ସୂଚନା ଠିକ୍ ଭାବରେ ପହଞ୍ଚିପାରୁନାହିଁ। ସ୍ଵୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ଆଶା), ସହାୟକ ନର୍ସ ମିଡୱାଇଫ୍ ଓ ଅଙ୍ଗନୱାଡି କର୍ମଚାରୀ ଏହି ବାଧାକୁ ଭାଙ୍ଗିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବାବେଳେ ମହିଳା ଓ ଶିଶୁ ଉଭୟ ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ ନକରିବାର ଆଶଙ୍କା ସହିତ ଲଢୁଛନ୍ତି।
ବିଜ୍ଞାନ ସାରା ଦୁନିଆକୁ ଦର୍ଶାଇଛି ଯେ ଏହି ଟିକା ସ୍ତନପାନ କରାଉଥିବା ଶିଶୁ କିମ୍ବା ମାନବ କ୍ଷୀର ଗ୍ରହଣ କରୁଥିବା ଶିଶୁ ପାଇଁ ବିପଦ ସୃଷ୍ଟି କରେ ନାହିଁ।
WHO ଓ UNICEF ଅନୁସାରେ, କୋଭିଡ୍ ସନ୍ଦିଗ୍ଧ ମା' ମାନଙ୍କ ସହିତ ସେହି ସମସ୍ତ ମା' ମାନେ ସେମାନଙ୍କର ଶିଶୁ ଓ ଛୋଟ ପିଲାମାନଙ୍କୁ ସ୍ତନପାନ କରେଇବା ଜାରି ରଖିପାରିବେ। କୋଭିଡ୍ ସୃଷ୍ଟି କରୁଥିବା କରୋନା ଜୀବାଣୁର ଷ୍ଟ୍ରେନ୍ ସ୍ତନପାନରେ ମିଳିଲା ନାହିଁ। କେତେକ ଅଧ୍ୟୟନ ଅନୁସାରେ, ଡାକ୍ତରଙ୍କ ଦ୍ଵାରା ପରାମର୍ଶ ଦିଆଯାଇଥିବା ସତର୍କତା ସହିତ କୋଭିଡର ସଂକ୍ରମଣ ସମୟରେ ମଧ୍ୟ ମା' ମାନେ ନିଜର ସନ୍ତାନକୁ ସ୍ତନପାନ କରାଇବା ନିରାପଦ ବୋଲି କହୁଯାଇଛି ।
ମା' ମାନଙ୍କର କୋଭିଡର ସ୍ଥିତି ଧ୍ୟାନ ନ ଦେଇ ସ୍ତନପାନକୁ ପ୍ରୋତ୍ସାହିତ କରିବା ଗୁରୁତ୍ୱପୂର୍ଣ୍ଣ। କୋଭିଡ ଟିକା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଧ୍ୟୟନ ଓ ଟିକା କିପରି କାର୍ଯ୍ୟ କରେ ସେ ସମ୍ବନ୍ଧରେ ଜ୍ଞାନ ଅନୁସାରେ, ସ୍ତନପାନ କରାଉଥିବା ମା’ମାନଙ୍କୁ କରାଯାଇଥିବା ଟିକାକରଣ ସେମାନଙ୍କ ଶିଶୁ ଉପରେ ପ୍ରଭାବ ପକାଇବ ନାହିଁ।
ଟିକା ନେଇଥିବା ମା' ମାନଙ୍କର ସ୍ତନପାନରେ ଆଣ୍ଟିବଡି ମଧ୍ୟ ରହିପାରେ, ଯାହା ମା'ମାନଙ୍କୁ ସେମାନଙ୍କର ଶିଶୁମାନଙ୍କୁ ଜୀବାଣୁଙ୍କ ଠାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
WHOର ୪,୫,୬ର ସାମ୍ପ୍ରତିକ ନିର୍ଦ୍ଦେଶାବଳୀ ସୂଚିତ କରେ ଯେ ମା'ମାନେ ନିମ୍ନ ଲିଖିତ ସତର୍କତା ସହିତ ନିଜ ସନ୍ତାନକୁ ସ୍ତନପାନ କରାଇବା ଜାରି ରଖିପାରିବେ
• ମାସ୍କ ପିନ୍ଧିବା କିମ୍ବା ବ୍ୟକ୍ତି ନିଜର ପାଟି ଓ ନାକକୁ ଘୋଡ଼େଇ ରଖିବା ସହିତ ଖାଇବା ସମୟରେ ସ୍ୱଚ୍ଛତା ଅଭ୍ୟାସ ଆପଣାନ୍ତୁ।
• ଶିଶୁକୁ ଛୁଇଁବା ପୂର୍ବରୁ ଓ ପରେ ୨୦ ସେକେଣ୍ଡ ପାଇଁ ସାବୁନ ଓ ପାଣିରେ ହାତ ଧୁଅନ୍ତୁ।
• ସେମାନେ ସ୍ପର୍ଶ କରିଥିବା ଜିନିଷ ଗୁଡ଼ିକୁ ନିୟମିତ ସଫା କରନ୍ତୁ ଓ ଜୀବାଣୁ ମୁକ୍ତ ରୁହନ୍ତୁ ।
ବିଶ୍ୱ ସ୍ତନପାନ ମାସ ବର୍ତ୍ତମାନ ସ୍ତନପାନ କରାଉଥିବା ମା' ମାନଙ୍କ ମଧ୍ୟରେ ଟିକାକରଣ ଓ ଟିକା ଉତ୍ସାହକୁ ପ୍ରୋତ୍ସାହିତ କରିବା ସହିତ ଏହାର ସମ୍ପର୍କକୁ ବିଚାର କରିବାବେଳେ ପରିବର୍ତ୍ତନ ପାଇଁ ଏକ ମୁଖ୍ୟ ଉତ୍ସ ହୋଇପାରେ।
ରେଣୁକା ବିରଗୋଦିଆ, ସଂଯୋଜକ, United Way Mumbai ଓ
ତାରା ରଘୁନାଥ, ସଂଯୋଜକ, United Way Mumbai
ସନ୍ଦର୍ଭ
1. http://apps.who.int/iris/bitstream/10665/42590/1/9241562218.pdf
2. https://www.unicef.org/vietnam/stories/frequent-asked-questions-covid-19-vaccines-and-breastfeeding
3. https://www.euro.who.int/en/media-centre/sections/press-releases/2021/who-recommends-continuing-breastfeeding-during-covid-19-infection-and-after-vaccination
4https://news.harvard.edu/gazette/story/2021/03/study-shows-covid-19-vaccinated-mothers-pass-antibodies-to-newborns/
5. https://www.cedars-sinai.org/blog/newborn-covid-19-immunity.html
6. https://www.news-medical.net/news/20210407/COVID-19-antibodies-persist-in-breast-milk-for-months-following-mothere28099s-vaccination.aspx
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।