ସଞ୍ଜୟ ଦତ୍ତ ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହେଲେ; ନିଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହେଉଛି

ଶ୍ୱାସକ୍ରିୟାର ସମସ୍ୟାକୁ ଦୃଷ୍ଟିରେ ରଖି ସଞ୍ଜୟ ଦତ୍ତଙ୍କର କରୋନା ପରୀକ୍ଷା କରାଯାଇଥିଲା । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି, ହେଲେ ସ୍ୱାବ୍ ପରୀକ୍ଷା ରିପୋର୍ଟ ଆସିବା ବାକି ଅଛି । ତାଙ୍କର ଅମ୍ଳଜାନ ସ୍ତର ବି ହ୍ରାସ ପାଇଛି ।

ସଞ୍ଜୟ ଦତ୍ତ ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହେଲେ; ନିଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହେଉଛି
ସଞ୍ଜୟ ଦତ୍ତ
  • News18 Odia
  • Last Updated: August 9, 2020, 1:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ (Bollywood) ଅଭିନେତା ସଞ୍ଜୟ ଦତ୍ତଙ୍କୁ (Sanjay Dutt) ମୁମ୍ବାଇର ଲୀଲାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ସେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଶ୍ୱାସ ନେବାରେ ଅସୁବିଧାକୁ ଦୃଷ୍ଟିରେ ରଖି ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା । କିନ୍ତୁ ଯଦି ସଞ୍ଜୟ ଦତ୍ତଙ୍କ ସହ ଜଡ଼ିତ ସୂତ୍ରଙ୍କୁ ବିଶ୍ୱାସ କରାଯାଏ ତେବେ କରୋନା ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ।

ସୂଚନା ଅନୁସାରେ ସଞ୍ଜୟ ଦତ୍ତଙ୍କୁ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଲୀଲାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ୱାସକ୍ରିୟାର ସମସ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ତାଙ୍କର କରୋନା ପରୀକ୍ଷା ଶୀଘ୍ର କରାଯାଇଥିଲା । ଏଥିରେ ରାପିଡ୍‌ ଆଣ୍ଟିଜେନ୍ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା । କିନ୍ତୁ ତାଙ୍କର ଏକ ସ୍ୱାବ୍‌ ପରୀକ୍ଷା ମଧ୍ୟ କରାଯାଇଛି, ଯାହାର ରିପୋର୍ଟ ଆସିବା ବାକି ଅଛି । ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ଓ ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇଥିଲା, ଯେଉଁଥି ପାଇଁ ତାଙ୍କ ପରିବାର ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଆଜିକାଲି ଚଳଚ୍ଚିତ୍ର ଜଗତର ଜଣେ ପରେ ଜଣେ କଳାକାରଙ୍କୁ ଡାକ୍ତରଖାନାର ରାଉଣ୍ଡ କରିବାକୁ ପଡ଼ୁଥିବା ଦେଖିବାକୁ ମିଳୁଛି । କରୋନା ମୁମ୍ବାଇରେ ହଇଚଇ ସୃଷ୍ଟି କରିଛି । ଅନେକ ଦିନ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଅଭିଷେକ ବଚ୍ଚନ (Abhishek Bachchan) ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ସେ ମଧ୍ୟ କରୋନାକୁ ହରାଇଛନ୍ତି । ଏହା ପୂର୍ବରୁ ଅମିତାଭ ବଚ୍ଚନ (Amitabh Bachchan) ଓ ଐଶ୍ୱର୍ଯ୍ୟା ରାୟଙ୍କୁ (Aishwarya Rai) ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା । ଏବେ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଡାକ୍ତରଖାନା ଯିବାକୁ ପଡ଼ିଲା ।

ସଞ୍ଜୟ ଦତ୍ତଙ୍କ 'ସଡ଼କ ୨' (Sadak 2) ଚଳିତ ମାସରେ ମୁକ୍ତିଲାଭ କରିବାକୁ ଯାଉଛି ।


ତେବେ ଖୁସି ଖବର ହେଉଛି ସଞ୍ଜୟ ଦତ୍ତଙ୍କ କରୋନା ସମସ୍ୟା ନାହିଁ । ସର୍ବଶେଷ ସୂଚନା ଆସିବା ପର୍ଯ୍ୟନ୍ତ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କଥା କୁହାଯାଉଛି ।

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ

ସଞ୍ଜୟ ଦତ୍ତ ଲକଡାଉନ୍ ସମୟରେ ମୁମ୍ବାଇରେ ଏକାକୀ ରହୁଥିଲେ। ତାଙ୍କ ପରିବାର କିଛି କାମ ପାଇଁ ଦୁବାଇ ଯାଇ ସେଠାରେ ଲକଡାଉନ ଯୋଗୁଁ ଅଟକି ରହିଛନ୍ତି ।



ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସଞ୍ଜୟ ଦତ୍ତଙ୍କ 'ସଡ଼କ ୨' (Sadak 2) ଚଳିତ ମାସରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ପୂଜା ଭଟ୍ଟ, ଆଲିଆ ଭଟ୍ଟ ଓ ଆଦିତ୍ୟ ରୟ କପୁର ମଧ୍ୟ ତାଙ୍କ ସହ ନଜର ଆସିବେ । ବହୁତ ସମୟ ପରେ ପୁଣି ଥରେ ମହେଶ ଭଟ୍ଟ (Mahesh Bhatt) ଏହି ଚଳଚ୍ଚିତ୍ରରୁ ନିର୍ଦ୍ଦେଶନାର ଦାୟିତ୍ୱ ଗ୍ରହଣ କରିଛନ୍ତି ।
Published by: Anand Shankar Thankur Das
First published: August 9, 2020, 1:05 AM IST
corona virus btn
corona virus btn
Loading