ସମ୍ବଲପୁର: କରୋନା କଟକଣା ମଧ୍ୟରେ ପୁର୍ନବାର ଆରମ୍ଭ ହୋଇଛି ହୀରାକୁଦର 'ରୋପ ୱେ ସେବା'

ହୀରାକୁଦ ଡ୍ୟାମ ତଳେ ଥିବା ଜବହାର ଉଦ୍ୟାନରୁ ଗାନ୍ଧୀ ମିନାରକୁ ଯାଇ ଫେରିବା ପାଇଁ ଯାତ୍ରୀ ପିଛା ରୋପ ୱେର ଟିକେଟ ମୂଲ୍ୟ ୫୦ ଟଙ୍କା ରଖା ଯାଇଛି । ସକାଳ ୧୦ଟା ରୁ ଅପରାହ୍ନ ୪.୩୦ ମଧ୍ୟରେ ଏହି ରୋପ ୱେ ରେ ଯିବା ପାଇଁ ଟିକେଟ ମିଳୁଛି ।

କରୋନା କଟକଣା ମଧ୍ୟରେ ପୁର୍ନବାର ଆରମ୍ଭ ହୋଇଛି ହୀରାକୁଦର ରୋପ ୱେ ସେବା

କରୋନା କଟକଣା ମଧ୍ୟରେ ପୁର୍ନବାର ଆରମ୍ଭ ହୋଇଛି ହୀରାକୁଦର ରୋପ ୱେ ସେବା

  • Share this:
News18 Odia Digital
ସମ୍ବଲପୁର: ରାଜ୍ୟରେ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ସମସ୍ତ ସେବା ଧୀରେ ଧୀରେ ପୁନଃ ସଞ୍ଚାଳିତ କରଯାଉଛି । ସମପରି ଏହି ସମୟରେ ହୀରାକୁଦରେ ରୋପ ୱେ ସେବା ମଧ୍ୟ ପୁନରାମ୍ଭ କରାଯାଇଛି । କରୋନା କାରଣରୁ ୭ ମାସ ଧରି ବନ୍ଦ ଥିବା ରୋପ ୱେ ସେବାକୁ ପୁଣି ଥରେ ଆରମ୍ଭ ହୋଇଛି ।

ହୀରାକୁଦ ଜବାହାର ଉଦ୍ୟାନରୁ ଗାନ୍ଧୀ ମିନାରକୁ ସଂଯୋଗ କରୁଥିବା ଏହି ରୋପ ୱେ ରେ ଲାଗିଛି ୪ଟି କ୍ୟାବିନ । ପ୍ରତି କ୍ୟାବିନରେ ୪ ଜଣ ବସିବାର ବ୍ୟବସ୍ଥା ରହିଛି । ତେବେ କୋଭିଡ ନିୟମ ଯୋଗୁଁ ଚାରି ଜଣିଆ କ୍ୟାବିନରେ ଦୁଇ ଜଣ ବସିବା ପାଇଁ ବତ୍ତମାନ ଅନୁମତି ଦିଆ ଯାଉଛି । ଯଦି ଗୋଟିଏ ପରିବାରର ସମସ୍ତ ସଦସ୍ୟ ହୋଇ ଥିବେ ତେବେ ଗୋଟିଏ କ୍ୟାବିନରେ ୪ ଜଣ ବସି ପାରିବେ ।



‘‘ସମ୍ବଲପୁର ମହାନଗର ନିଗମ ତରଫରୁ ପରିଚାଳିତ ଏହି ରୋପ ୱେ ସେବା ପାଇଁ ଆବଶ୍ୟକୀୟ କର୍ମଚାରୀ ଯୋଗେଇ ଦିଆ ଯାଇଛି । କ୍ୟାବିନ ଗୁଡିକୁ ସାନିଟାଇଜ କରି ଯାତ୍ରୀଙ୍କୁ ବସିବାକୁ ଦିଆ ଯାଉଛି । କ୍ୟାବିନକୁ ଯିବା ପୂର୍ବରୁ ପର୍ଯ୍ୟଟକଙ୍କ ହାତରେ ସାନିଟାଇଜର ଦିଆଯାଇ ସାନିଟାଇଜ କରା ଯାଉଛି । ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି । କୋଭିଡ ନିୟମକୁ କଡା କଡି ଭାବେ ପାଳନ କରାଯାଇ ରୋପ ୱେ ସେବାକୁ ପୁଣି ଥରେ ଆରମ୍ଭ କରାଯାଇଛି,'' କହିଛନ୍ତି ସମ୍ବଲପୁର ମହାନଗର ନିଗମର କମିସନର ଅନିରୁଦ୍ଧ ପ୍ରଧାନ ।

ହୀରାକୁଦ ଡ୍ୟାମ ତଳେ ଥିବା ଜବହାର ଉଦ୍ୟାନରୁ ଗାନ୍ଧୀ ମିନାରକୁ ଯାଇ ଫେରିବା ପାଇଁ ଯାତ୍ରୀ ପିଛା ରୋପ ୱେର ଟିକେଟ ମୂଲ୍ୟ ୫୦ ଟଙ୍କା ରଖା ଯାଇଛି । ସକାଳ ୧୦ଟା ରୁ ଅପରାହ୍ନ ୪.୩୦ ମଧ୍ୟରେ ଏହି ରୋପ ୱେ ରେ ଯିବା ପାଇଁ ଟିକେଟ ମିଳୁଛି । ଦୀର୍ଘ ଦିନ ଧରି କୋରୋନା କଟକଣା ଯୋଗୁଁ ବନ୍ଦ ରହିବା ପରେ ହୀରାକୁଦରେ ପୁଣି ଥରେ ରୋପ ୱେ ସେବା ଆରମ୍ଭ ହୋଇଥିବାରୁ ପାର୍ଯ୍ୟଟକଙ୍କ ଖୁସି ଆକାଶ ଛୁଆଁ ରହିଛି ।

"ଆମେ ସପରିବାର ପୁନେରୁ ସମ୍ବଲପୁରକୁ ଆସିଥିଲୁ । ହୀରାକୁଦ ବୁଲିବା ପାଇଁ ଆସିଥିବା ବେଳେ ପରିବାର ସହ ରୋପ ୱେ ରେ ଗାନ୍ଧୀ ମିନାର ଯାଇ ହୀରାକୁଦର ଅପୂର୍ବ ଶୋଭା ଦେଖିବାର ସୁଯୋଗ ପାଇଲୁ," କହିଛନ୍ତି ପାର୍ଯ୍ୟଟକ ତପସ୍ବନୀ ନାୟକ ।

ହୀରାକୁଦରେ ରୋପ ୱେ ସେବା ଗତ ବର୍ଷ ନଭେମ୍ବର ୨୮ ତାରିଖ ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା । ତେବେ କୋରୋନା କଟକଣା ଯୋଗୁଁ ଦୀର୍ଘ ୭ ମାସ ଧରି ଏହା ବନ୍ଦ ରହିବା ପରେ ପୁର୍ନବାର ଏହି ସେବା ଆରମ୍ଭ ହୋଇଥିବାରୁ ପର୍ଯ୍ୟଟକ ମାନେ ଖୁସି ପ୍ରକଟ କରିଛନ୍ତି ।
Published by:Jagdish Barik
First published: