ସମ୍ବଲପୁରରେ ଏ ବର୍ଷ କେବଳ ବିଧି ରକ୍ଷା ପାଇଁ ମନ୍ଦିର ଭିତରେ ପାଳିତ ହେବ ଶୀତଳ ଷଷ୍ଠୀ

ଲକଡାଉନ୍ ଯୋଗୁଁ ପତ୍ରପେଣ୍ଡି ଓ ଗୁଆଗୁଣ୍ଡା ତଥା ଶିବ ବିବାହ କେବଳ ବିଧି ରକ୍ଷା ପାଇଁ ଏ ଥର କରାଯାଉଥିବା ବେଳେ ଶିବପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ ନାହିଁ ।

ସମ୍ବଲପୁରରେ ଏ ବର୍ଷ କେବଳ ବିଧି ରକ୍ଷା ପାଇଁ ମନ୍ଦିର ଭିତରେ ପାଳିତ ହେବ ଶୀତଳ ଷଷ୍ଠୀ
ବାଲୁଙ୍କେଶ୍ୱର ମନ୍ଦିରରେ ଥିବା ଶିବଙ୍କ ବିଗ୍ରହ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ସାମାଜିକ ଦୂରତା ବଜାୟ ରଖି ମହାମାରୀ କରୋନା ପାଇଁ କେବଳ ବିଧି ରକ୍ଷା ପାଇଁ ଏ ବର୍ଷ ଅନୁଷ୍ଠିତ ହେବ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଆଜି ସପ୍ତ ଋଷି ଙ୍କୁ ସାଙ୍ଗରେ ନେଇ ବର ପିତା ବାହାରିବେ କନ୍ୟା ଅନ୍ୱେଷଣରେ, ଆଉ ଦେବ ଦେବ ମହାଦେବଙ୍କ ପାଇଁ କନ୍ୟା ମିଳିବା ପରେ ସାଳ ପତ୍ରର ବିଡ଼ା ଦେଇ କରାଯିବ ନିର୍ବନ୍ଧ । ଏହି କାର୍ଯ୍ୟକ୍ରମକୁ କୁହାଯାଏ ପତ୍ରପେଣ୍ଡି । ଅକ୍ଷୟ ତୃତୀୟାରେ ବିଭିନ୍ନ ଶିବ ମନ୍ଦିରରେ ଥାଳ ଉଠା କାର୍ଯ୍ୟକ୍ରମର କିଛି ଦିନ ପରେ ଅନୁଷ୍ଠିତ ହୁଏ ପତ୍ରପେଣ୍ଡି ।

ବର ପିତା ପଡ଼ାର ମୁରବୀ ସ୍ଥାନୀୟ ବ୍ୟକ୍ତି ଓ ସପ୍ତଋଷିଙ୍କୁ ସାଙ୍ଗରେ ଧରି ଶୁଭ ଲଗ୍ନ ରେ କନ୍ୟା ଅନ୍ୱେଷଣରେ ବାହାରିଥାନ୍ତି । ଦେବ ଦେବ ମହାଦେବ ଙ୍କ ପାଇଁ ଉପଯୁକ୍ତ କନ୍ୟା ମିଳିବା ପରେ ବର ପିତାଙ୍କ ପକ୍ଷରୁ କନ୍ୟାର ପିତା ମାତାଙ୍କୁ ଶାଳ ପତ୍ର ବିଡ଼ା ଦିଆଯାଇ ବିବାହ ସ୍ଥିରୀକୃତ କରାଯାଏ । ଏହି ଦିନ ପର ଠାରୁ ବର ଓ କନ୍ୟା ଘର ଲାଗି ପଡ଼ନ୍ତି ଆଡମ୍ବରପୂର୍ଣ ବିଭାଘର ଆୟୋଜନ ପାଇଁ ।

‘‘ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଚାଲିଥିବାରୁ କେବଳ ୧୫ ଜଣରୁ କମ ଲୋକଙ୍କୁ ସାଙ୍ଗରେ ନେଇ ପତ୍ରପେଣ୍ଡି କାର୍ଯ୍ୟକ୍ରମ କରାବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରତି ବର୍ଷ ଧୁମଧାମରେ ପାଳିତ ହେଉଥିବା ଶିବ ବିବାହ କାର୍ଯ୍ୟକ୍ରମ ଏ ଥର ନିରାଡାମ୍ବର ଭାବେ କରାଯିବ । କେବଳ ବିଧି ରକ୍ଷା ପାଇଁ ଏହା ହେବ । ଏହି କାର୍ଯ୍ୟକ୍ରମରେ ସାମାଜିକ ଦୁରତ୍ବ ବଜାୟ ରଖାଯିବ,’’ କହିଛନ୍ତି ନନ୍ଦପଡ଼ା ଶିତଳଷଷ୍ଠୀ ଯାତ୍ରା କମିଟି ସଭାପତି ସମୀର ବାବୁ ।

ନନ୍ଦପଡ଼ା ଶିତଳଷଷ୍ଠୀ ଯାତ୍ରା କମିଟି ସଭାପତି ସମୀର ବାବୁ


ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ କନ୍ୟା ଖୋଜା ଠାରୁ ଦେବ ନିମନ୍ତ୍ରଣ ଓ ବିବାହ ଠାରୁ ନବ ବିବାହିତ ଦେବ ଦମ୍ପତିଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥାଏ । ହେଲେ ମହାମାରୀ କରୋନା ପାଇଁ ଏ ବର୍ଷ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କେବଳ ବିଧି ରକ୍ଷା ପାଇଁ କରାଯିବ । କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା ବାହାରିବା ଉପରେ ସରକାର ଅଙ୍କୁଶ ଲଗାଇଥିବାରୁ ଅତି କମ୍‌ ଲୋକରେ ପତ୍ରପେଣ୍ଡି ସହ ଶିବ ପାର୍ବତୀଙ୍କ ଶୁଭ ବିବାହ କରାଯିବ ।

‘‘ଏ ବର୍ଷ ଲକଡାଉନ ଯୋଗୁଁ ଜାକଜମକରେ ଶୀତଳଷଷ୍ଠୀ ଯାତ୍ରା କରାଯାଇପାରିବ ନାହିଁ । ତେଣୁ ପଡ଼ାବାସୀଙ୍କ ମନରେ ଦୁଃଖ ରହିଛି । ସରକାରଙ୍କ ନିୟମ ମାନି କେବଳ ନିରାଡମ୍ବର ଭାବେ ଶିବ ବିବାହ ତଥା ଅନ୍ୟ ରୀତିନୀତି ପାଳନ କରାଯିବ,’’ କହିଛନ୍ତି ନନ୍ଦପଡ଼ାର ପୂଜକ ଶଶାଙ୍କ ଶେଖର ମିଶ୍ର ।

ଲକଡାଉନ୍‌ ଯୋଗୁଁ ପତ୍ରପେଣ୍ଡି ଓ ଗୁଆଗୁଣ୍ଡା ତଥା ଶିବ ବିବାହ କେବଳ ବିଧି ରକ୍ଷା ପାଇଁ ଏ ଥର କରାଯାଉଥିବା ବେଳେ ଶିବପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ ନାହିଁ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 7:32 PM IST
corona virus btn
corona virus btn
Loading