ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯ୍ୟ ହେଲା; ଯାତ୍ରା ଉପରେ ନିଷ୍ପତ୍ତି ଆଗକୁ

ଦେବଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଶୁଭ ବିବାହ ପାଇଁ କନ୍ୟା ମାତାପିତାଙ୍କ ଚୟନ ସହ ଯାତ୍ରା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରାଯାଇଛି ।

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯ୍ୟ ହେଲା; ଯାତ୍ରା ଉପରେ ନିଷ୍ପତ୍ତି ଆଗକୁ
ଥାଳ ଉଠା ପରମ୍ପରା କାର୍ଯ୍ୟ ହେଉଥିବା ସ୍ଥଳରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ପବିତ୍ର ଅକ୍ଷୟ ତୃତୀୟା ତିଥିରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଅନୁକୂଳ ହୋଇଛି । କୋଭିଡ୍‌ କଟକଣା ମଧ୍ୟରେ କେବଳ ବିଧି ରକ୍ଷା ପୂର୍ବକ ସମ୍ପନ୍ନ ହୋଇଛି ସବୁ ନୀତି ।

ଏହି ପ୍ରସିଦ୍ଧ ପର୍ବର ଅନନ୍ୟ ପରମ୍ପରା କନ୍ୟା ପିତାମାତା ଚୟନ ସହ ଥାଳ ଉଠା କାର୍ଯ୍ୟ ବି ଶେଷ ହୋଇଛି । ଗତ ବର୍ଷ ପରି ଏ ବର୍ଷ ବି କୋଭିଡ କଟକଣା ଯୋଗୁଁ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତରେ ଥାଳ ଉଠା କାର୍ଯ୍ୟ ସମାପିତ ହୋଇଛି । ଏ ବର୍ଷ ଦେବଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଶୁଭ ବିବାହ ପାଇଁ କନ୍ୟା ମାତାପିତାଙ୍କ ଚୟନ ସହ ଯାତ୍ରା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରାଯାଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ମହାମାରୀ କରୋନା ଯୋଗୁଁ ସମ୍ବଲପୁର ସମେତ ସାରା ରାଜ୍ୟରେ ଲକଡାଉନ୍‌ ଜାରି ହୋଇଥିବାରୁ କେବଳ ବିଧି ରକ୍ଷା ପାଇଁ ଥାଳ ଉଠା ପରମ୍ପରାଟି କରାଯାଇଛି । ସବୁ ଯାତ୍ରା କମିଟି ତରଫରୁ ଥାଳ ଉଠା ପରମ୍ପରା କାର୍ଯ୍ୟ ହେଉଥିବା ସ୍ଥଳରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇଥିଲା ଓ ସମସ୍ତେ ମାସ୍କ ପିନ୍ଧିବା ପାଇଁ ବିଶେଷ ବ୍ୟବସ୍ଥା ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ଥାଳ ଉଠା ସ୍ଥଳରେ ସମସ୍ତେ ମାସ୍କ ପିନ୍ଧିବା ପାଇଁ ବିଶେଷ ବ୍ୟବସ୍ଥା ହୋଇଥିଲା ।


ସମ୍ବଲପୁର ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଗେଶ୍ୱର ବାବା ଓ ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବାଙ୍କ ଯାତ୍ରା କମିଟି ପକ୍ଷରୁ ଥାଳ ଉଠା କାର୍ଯ୍ୟ କରାଯିବା ସହ ଷଷ୍ଠି ଯାତ୍ରାର ଅନୁକୂଳ ହୋଇଥିଲା । ହେଲେ ଆଗାମୀ ଦିନରେ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସହ ମନ୍ଦିର ପ୍ରବେଶ ଶୋଭାଯାତ୍ରା ଆୟୋଜିତ ହେବ କି ନାହିଁ ସେ ବିଷୟରେ ପ୍ରଶାସନ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଭିନ୍ନ ଶୀତଳ ଷଷ୍ଠି ଯାତ୍ରା କମିଟିରର କାର୍ଯ୍ୟକର୍ତ୍ତାମାନେ ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍

‘‘ଶୀତଳ ଷଷ୍ଠି ଯାତ୍ରାର ଆଦି ପର୍ବ ଥାଳ ଉଠା କାଯ୍ୟ ସମାପିତ ହେବା ସହ ଯାତ୍ରାର ପ୍ରଥମ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ କୋଭିଡ ସଂକ୍ରମଣର ସ୍ଥିତିକୁ ଦେଖି ଏହି ଯାତ୍ରା ହେବ ନା ନାହିଁ ସେ ନେଇ ସମ୍ବଲପୁର ଶୀତଳ ଷଷ୍ଟି ଯାତ୍ରା କମିଟି ନିଷ୍ପତ୍ତି ନେବ,’’ କହିଛନ୍ତି ନନ୍ଦପଡ଼ା ଯାତ୍ରା କମିଟିର ସଭାପତି ସମୀର ରଞ୍ଜନ ବାବୁ ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ସମ୍ବଲପୁରର ଅନ୍ୟତମ ପ୍ରମୁଖ ବଡ଼ ବଜାର ସ୍ଥିତ ଶୀତଳେଶ୍ୱର ବାବା ଶୀତଳ ଷଷ୍ଠୀ କମିଟି ପକ୍ଷରୁ ମନ୍ଦିର ପରିସରରେ ନିଡାରମ୍ଭର ଭାବରେ ଥାଳ ଉଠାଯିବା ସହ କନ୍ୟା ପିତାମାତା ଚୟନ ହୋଇଛି । ଚଳିତ ବର୍ଷ ଶୀତଳେଶ୍ୱର ବାବାଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ମାତା ପାର୍ବତୀଙ୍କ କନ୍ୟା ଦାନ କରିବେ ବଡ଼ବଜାର ନିବାସୀ ଅଶୋକ ନାଏକ ଓ ସୋନି ନାଏକ । ବାବାଙ୍କ ବରପିତା ଭାବରେ ସୁରେନ୍ଦ୍ର ମହାନ୍ତି ଦାୟିତ୍ୱ ସମ୍ପାଦନ କରିବେ ।



ଥାଳ ଉଠା କାର୍ଯ୍ୟ ସମ୍ପାଦନ ହେବା ସହ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଯାତ୍ରା କମିଟି ପକ୍ଷରୁ ପାଣ୍ଠି ସଂଗ୍ରହର ବି ଶୁଭାରମ୍ଭ ହୋଇଛି ।
Published by: Anand ST Das
First published: May 16, 2021, 11:27 PM IST