ସଚିନ ତେନ୍ଦୁଲକରଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା; ୫ ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ

ଦୁଇ ସପ୍ତାହ ତଳେ ସଚିନ୍ ସଡକ ସୁରକ୍ଷା ବିଶ୍ୱ ସିରିଜରେ ଇଣ୍ଡିଆ ଲେଜଣ୍ଡସ୍ ଦଳର ଅଧିନାୟକତ୍ୱ କରି ଦଳକୁ ଫାଇନାଲରେ ଜିତାଇଥିଲେ । ସେହି ଟୁର୍ଣ୍ଣାମେଣ୍ଟ ପରେ ତାଙ୍କ ସହ ୟୁସୁଫ ପଠାନ ଓ ଅନ୍ୟ ଦୁଇ ଜଣ କ୍ରିକେଟର୍ କରୋନା ପଜିଟିଭ୍ ହୋଇଥିଲେ ।

ସଚିନ ତେନ୍ଦୁଲକର

ସଚିନ ତେନ୍ଦୁଲକର

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ସଂକ୍ରମଣରେ (Coronavirus) ପୀଡିତ ହୋଇଥିବା କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କୁ (Sachin Tendulkar) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୭ ମାର୍ଚ୍ଚରେ ତେନ୍ଦୁଲକର କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା । କରୋନା ସଂକ୍ରମିତ ହେବା ପରେ ସଚିନ୍ ନିଜକୁ ହୋମ୍‌ କ୍ୱାରେଣ୍ଟାଇନରେ ରଖିଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସଚିନ୍ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ନିକଟରେ ସେ ରାୟପୁରରେ ପୂର୍ବତନ କ୍ରିକେଟରଙ୍କ 'ସଡକ ସୁରକ୍ଷା ବିଶ୍ୱ ସିରିଜ୍ ଚ୍ୟାଲେଞ୍ଜ' ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।

ସଚିନ ଟ୍ୱିଟ୍‌ କରି କହିଛନ୍ତି, ‘‘ଆପଣମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ । ଡାକ୍ତରୀ ପରାମର୍ଶ ଅନୁସାରେ ସତର୍କତା ପାଇଁ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଁ ଆଶା କରୁଛି କିଛି ଦିନ ପରେ ଘରକୁ ଫେରିବି ।ଆପଣ ନିଜର ଯତ୍ନ ନିଅନ୍ତୁ ଓ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ । ଆମ ବିଶ୍ୱ କପର ଦଶମ ବାର୍ଷିକୀରେ ସବୁ ଭାରତୀୟ ଓ ମୋ’ ସହକର୍ମୀଙ୍କୁ ଅଭିନନ୍ଦନ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ

ଦୁଇ ସପ୍ତାହ ପୂର୍ବରୁ ସଚିନ ସଡକ ସୁରକ୍ଷା ବିଶ୍ୱ ସିରିଜ୍ ସମୟରେ ଇଣ୍ଡିଆ ଲେଜଣ୍ଡସ୍‌ ଦଳର ଅଧିନାୟକତ୍ୱ କରି ଦଳକୁ ଫାଇନାଲରେ ଜିତାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଶ୍ରୀଲଙ୍କା ଲେଜଣ୍ଡସକୁ ପରାସ୍ତ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ପରେ ସଚିନ ତେନ୍ଦୁଲକର, ୟୁସୁଫ ପଠାନ, ଇରଫାନ ପଠାନ ଓ ଏସ୍‌. ବଦ୍ରିନାଥ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ତେନ୍ଦୁଲକର ୨୦୦ ଟେଷ୍ଟ ଖେଳିଥିବା ଏକ ମାତ୍ର କ୍ରିକେଟର । ସେ ଏହି ଫର୍ମାଟରେ ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି । ODIରେ ୪୬୩ ମ୍ୟାଚ୍ ଖେଳିଥିବା ଏହି ପୂର୍ବତନ କ୍ରିକେଟର ଦିନିକିଆରେ ୧୮,୪୨୬ ରନ୍ କରିଛନ୍ତି । ତେନ୍ଦୁଲକର ODIରେ ୪୯ ଶତକ ଓ ଟେଷ୍ଟରେ ୫୧ ଶତକ ହାସଲ କରିଛନ୍ତି ।

ଭାରତରେ ପୁଣି ଲଗାତର ବଢ଼ୁଛି କରୋନା

ଭାରତରେ ଗୋଟିଏ ଦିନରେ କୋଭିଡ-୧୯ ମହାମାରୀର ୮୧,୪୬୬ଟି ନୂଆ ମମାଲା ସାମନାକୁ ଆସିବା ପରେ ଦେଶରେ ମୋ’ଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୨୩,୦୩,୧୩୧କୁ ବୃଦ୍ଧି ପାଇଛି । ଗତ ଛଅ ମାସ ମଧ୍ୟରେ ସାମନାକୁ ଆସିଥିବା ଏଗୁଡ଼ିକ ସଦ୍ୟତମ ମାମଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ତଥ୍ୟ ଅନୁଯାୟୀ ଅକ୍ଟୋବର ୨, ୨୦୨୦ରେ ଗୋଟିଏ ଦିନରେ ୮୧,୪୮୪ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ କରୋନା ସଂକ୍ରମଣରେ ୪୬୯ ଜଣଙ୍କ ମୃତ୍ୟୁ ହେବା ପରେ ମୋ’ଟ ମୃତ୍ୟୁ ସଂଖ୍ୟା ୧,୬୩,୩୯୬କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଡିସେମ୍ବର ୬ରେ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୪୮୨ ଜଣଙ୍କ ମୃତ୍ୟୁ ହୋଇଥିଲା ।



ତଥ୍ୟ ଅନୁଯାୟୀ ଦେଶରେ କ୍ରମାଗତ ୨୩ ଦିନ ହେଲା କରୋନା ସଂକ୍ରମଣର ନୂଆ ମାମଲା ପଞ୍ଜିକୃତ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୧,୧୫,୨୫,୦୩୯ ଜଣ ଲୋକ କରୋନା ସଂକ୍ରମଣ ପରେ ସୁସ୍ଥ ହୋଇଛନ୍ତି । ହେଲେ ରୋଗୀମାନଙ୍କ ସୁସ୍ଥ ହେବାର ଜାତୀୟ ହାର ହ୍ରାସ ପାଇଛି ଏବଂ ବର୍ତ୍ତମାନ ଏହା ୯୩,୬୭ ପ୍ରତିଶତ ରହିଛି । କୋଭିଡ-୧୯ରେ ମୃତ୍ୟୁ ହାର ୧.୩୩ ପ୍ରତିଶତ ଅଛି ।
Published by:Anand S.T. Das
First published: