ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା

ରୁଷିଆର ସେଚେନୋଭ ମେଡିକାଲ୍‌ ବିଶ୍ୱବିଦ୍ୟାଳୟ କରୋନା ଭାଇରସ ପ୍ରତିରୋଧ ପାଇଁ ବିଶ୍ୱର ପ୍ରଥମ ଟିକାର ପରୀକ୍ଷା ସ୍ୱେଚ୍ଛାସେବୀମାନଙ୍କ ଉପରେ ସଫଳତାର ସହ ସାରିଛି ବୋଲି ଜଣେଇଛି ।

ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 13, 2020, 12:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଶ୍ୱର ସବୁ ଦେଶ କରୋନା ଭାଇରସ୍ (Coronavirus) ବିରୁଦ୍ଧରେ ଏକ ପ୍ରଭାବଶାଳୀ ତଥା ନିରାପଦ ଟିକା ଖୋଜିବା ଦୌଡ଼ରେ ସାମିଲ ଥିବା ବେଳେ ରୁଷିଆର ସେଚେନୋଭ୍ ଫର୍ଷ୍ଟ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭରସିଟିରେ (Sechenov First Moscow State Medical University) ସ୍ବେଚ୍ଛାସେବୀମାନଙ୍କ ଉପରେ ବିଶ୍ୱର ପ୍ରଥମ କୋବଭିଡ-୧୯ (COVID-19) ଟିକାର କ୍ଲିନିକାଲ୍ ପରୀକ୍ଷା ସମାପ୍ତ ହୋଇଛି ବୋଲି ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଲେସନାଲ୍ ମେଡିସିନ୍ ଓ ବାୟୋଟେକ୍ନୋଲୋଜି (Institute for Translational Medicine and Biotechnology)ର  ନିର୍ଦ୍ଦେଶକ ଭାଡିମ୍ ତାରାସୋଭ (Vadim Tarasov) କହିଛନ୍ତି । ଏହି ଖବର ନ୍ୟୁଜ୍ ଏଜେନ୍ସି ଏଏନଆଇ ଦେଇଛି I

ତାରାସୋଭ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଅଧ୍ୟୟନରେ ଅଂଶ ଗ୍ରହଣ କରିଥିବା ପ୍ରଥମ ସ୍ୱେଚ୍ଛାସେବୀ ଦଳକୁ ଜୁଲାଇ ୧୫ ତାରିଖରେ ଓ ଦ୍ୱିତୀୟ ସ୍ୱେଚ୍ଛାସେବୀ ଦଳକୁ ଜୁଲାଇ ୨୦ ତାରିଖରେ ଡିସଚାର୍ଜ କରିଦିଆଯିବା I ରୁଷିଆର ଗାମାଲାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଓ ମାଇକ୍ରୋବିଓଲୋଜି (Gamalei Institute of Epidemiology and Microbiology) ଦ୍ୱାରା ଉତ୍ପାଦିତ ଏହି ଟିକାକୁ ସ୍ୱେଚ୍ଛାସେବୀମାନଙ୍କ ଉପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା କରିଥିଲା । ସେମାନେ ଜୁନ୍ ୧୮ ତାରିଖରେ ଏହାର ପରୀକ୍ଷା ଆରମ୍ଭ କରିଥିଲେ ବୋଲି ଜଣାପଡିଛି I

‘‘ସେଚେନୋଭ ବିଶ୍ୱବିଦ୍ୟାଳୟ କରୋନା ଭାଇରସ ପ୍ରତିରୋଧ ପାଇଁ ବିଶ୍ୱର ପ୍ରଥମ ଟିକାର ପରୀକ୍ଷା ସ୍ୱେଚ୍ଛାସେବୀମାନଙ୍କ ଉପରେ ସଫଳତାର ସହ ସମାପ୍ତ କରିଛି । ମାନବ ସ୍ୱାସ୍ଥ୍ୟ ପାଇଁ ଟୀକାକରଣର ନିରାପତ୍ତା ପରୀକ୍ଷା କରିବା ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା ଓ ଏହା ସଫଳତାର ସହିତ କରାଯାଇଥିଲା,’’ ସେଚେନୋଭ ବିଶ୍ୱବିଦ୍ୟାଳୟର ମେଡିକାଲ ପାରାସିଟୋଲୋଜି, ଟ୍ରପିକାଲ୍ ଓ ଭେକ୍ଟର-ବୋର୍ନ ରୋଗର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଲୁକାଶେଭ (Alexander Lukashev) କହିଛନ୍ତି ।

ରୁଷିଆର ସେଚେନୋଭ୍ ଫର୍ଷ୍ଟ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭରସିଟି


ଲୁକାଶେଭ ସ୍ପୁଟନିକକୁ କହିଛନ୍ତି, ‘‘ଏହି ଟୀକାର ନିରାପତ୍ତା ନିଶ୍ଚିତ ହୋଇଛି । ଏହା ବର୍ତ୍ତମାନ ବଜାରରେ ଥିବା ସମସ୍ତ ଟିକାର ସୁରକ୍ଷା ସହ ସମାନ।’’ କରୋନା ଟୀକାକରଣର ବିକାଶ ଉପରେ ପରବର୍ତ୍ତୀ ଯୋଜନାଗୁଡ଼ିକ ଉପରେ ନିର୍ଣ୍ଣୟ ନିଆଯାଉଛି । ଏଥିରେ କରୋନା ଭୂତାଣୁ ସହ ମହାମାରୀ ପରିସ୍ଥିତିର ଜଟିଳତା ଓ ଉତ୍ପାଦନ ବୃଦ୍ଧି କରିବାର ସମ୍ଭାବନା ବିଷୟ ସାମିଲ୍‌ ଅଛି ।

‘‘କରୋନା ମହାମାରୀ ପରିସ୍ଥିତିରେ ସେଚେନୋଭ୍ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ଭାବରେ ନୁହେଁ ବରଂ ଏକ ବୈଜ୍ଞାନିକ ଓ ବୈଷୟିକ ଅନୁସନ୍ଧାନ କେନ୍ଦ୍ର ଭାବରେ କାର୍ଯ୍ୟ କରିଥିଲା । ଏହା ଔଷଧ ଭଳି ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଉତ୍ପାଦ ସୃଷ୍ଟିରେ ଭାଗ ନେବାରେ ସକ୍ଷମ… । ଆମେ ଏହି ଟିକା ଉଦ୍ଧାବନ କରିବା ଉପରେ କାର୍ଯ୍ୟ କରିଥିଲୁ,’’ କହିଛନ୍ତି ତାରାସୋଭ । ସେ ଆହୁରି କହିଛନ୍ତି ଯେ ପ୍ରିକ୍ଲିନିକାଲ୍ ଅଧ୍ୟୟନ ଏବଂ ପ୍ରୋଟୋକଲ୍ ବିକାଶ ପରେ ଏବେ କ୍ଲିନିକାଲ୍ ପରୀକ୍ଷା ଚାଲିଛି ।

ଏହା ବି ପଢ଼ନ୍ତୁ: ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ହେଲେ; ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

କରୋନା ଭାଇରସ୍ ଚିକିତ୍ସା ପାଇଁ ବିଶ୍ୱ ସ୍ତରରେ ବର୍ତ୍ତମାନ ୧୦୦ରୁ ଅଧିକ ଟିକାର ବିକାଶ ବା ପରୀକ୍ଷଣ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନା ଭାଇରସ୍ ୧୨ ନିୟୁତରୁ  ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ।
Published by: Anand Shankar Thankur Das
First published: July 13, 2020, 12:18 AM IST
corona virus btn
corona virus btn
Loading