କରୋନା ଭାଇରସ ପାଇଁ ଟିକା ବନାଉଥିବା ସଂସ୍ଥାଗୁଡ଼ିକ ରୁଷିଆର ଗୁପ୍ତଚରଙ୍କ ଟାର୍ଗେଟରେ ଅଛନ୍ତି

ଇଂଲଣ୍ଡ, କାନାଡ଼ା ଓ ଆମେରିକାର କେତେକ ସାଇବର୍ ସୁରକ୍ଷା ସଂସ୍ଥା କରୋନା ଭାଇରସ୍ ଟିକା ଗବେଷଣା ଉପରେ ଏହି ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିଛନ୍ତି, ହେଲେ ରୁଷିଆ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

କରୋନା ଭାଇରସ ପାଇଁ ଟିକା ବନାଉଥିବା ସଂସ୍ଥାଗୁଡ଼ିକ ରୁଷିଆର ଗୁପ୍ତଚରଙ୍କ ଟାର୍ଗେଟରେ ଅଛନ୍ତି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 17, 2020, 10:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବ୍ରିଟେନ, ଆମେରିକା ଓ କାନାଡ଼ାରେ କରୋନା ଭାଇରସ୍ ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିବା ସଙ୍ଗଠନଗୁଡ଼ିକୁ ଋଷିଆର ଗୁପ୍ତଚରମାନେ ଟାର୍ଗେଟ କରୁଛନ୍ତି ବୋଲି ସୁରକ୍ଷା ସଂସ୍ଥାଗୁଡ଼ିକ ଚେତାବନୀ ଦେଇଛନ୍ତି । ବ୍ରିଟେନର ନ୍ୟାସନାଲ ସାଇବର ସିକ୍ୟୁରିଟି ସେଣ୍ଟର (NCSC) କହିଛି ଯେ ହ୍ୟାକରମାନେ ‘‘ନିଶ୍ଚିତ ଭାବେ ଋଷର ଗୁପ୍ତଚର ଭାବରେ’’ କାର୍ଯ୍ୟ କରୁଛନ୍ତି ।

କେଉଁ ସଂସ୍ଥାକୁ ଟାର୍ଗେଟ କରାଯାଇଛି କିମ୍ବା କାହା ଠାରୁ ସୂଚନା ଚୋରି ହୋଇଛି ତାହା ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ଏହା କୁହାଯାଇଛି ଯେ ହ୍ୟାକରମାନେ ଟିକା ଅନୁସନ୍ଧାନରେ ବାଧା ସୃଷ୍ଟି ହୋଇ ନାହିଁ । ତେବେ ଋଷିଆ ଏହାକୁ ଅସ୍ବୀକାର କରିଛି ।

ଟାସ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ପୁଟିନଙ୍କ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି, ‘‘ଗ୍ରେଟ ବ୍ରିଟେନର ଫାର୍ମାସ୍ୟୁଟିକାଲ କମ୍ପାନୀ ତଥା ଅନୁସନ୍ଧାନ କେନ୍ଦ୍ରରେ କିଏ ହ୍ୟାକ୍ କରିଥାଇପାରେ ସେ ସମ୍ବନ୍ଧରେ ଆମ ପାଖରେ ସୂଚନା ନାହିଁ । ଆମେ ଗୋଟିଏ କଥା କହିପାରିବୁ ଯେ ଏହି ଘଟଣାରେ ଋଷିଆର କୌଣସି ସମ୍ପର୍କ ନାହିଁ।’’

ବିବିସିର ଖବର ଅନୁସାରେ ଏକ ଆନ୍ତର୍ଜାତୀୟ ସୁରକ୍ଷା ସଂସ୍ଥା ଦ୍ବାରା ଏହି ଚେତାବନୀ ପ୍ରକାଶିତ ହୋଇଛି । ବ୍ରିଟେନର NCSC, କାନାଡିଆନ ଯୋଗାଯୋଗ ସୁରକ୍ଷା ପ୍ରତିଷ୍ଠାନ (CSE), ଯୁକ୍ତରାଷ୍ଟ୍ରର ହୋମେଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS), ସାଇବର-ସୁରକ୍ଷା ଭିତ୍ତିଭୂମି ସୁରକ୍ଷା ଏଜେନ୍ସି (ସିଏସ୍ଏ) ଓ ଆମେରିକାର ଜାତୀୟ ସୁରକ୍ଷା ଏଜେନ୍ସି (NSA) ଦ୍ୱାରା ଏହା ପ୍ରକାଶିତ ହୋଇଛି ।

ଜଣେ ବିଶେଷଜ୍ଞ କହିଛନ୍ତି ଯେ କ୍ରେମଲିନ୍‌ ଅସ୍ୱୀକାର କରୁଥିଲେ ମଧ୍ୟ ଏହା ବିଶ୍ୱାସ କରିବା ସହଜ ଯେ ଋଷିଆର ଗୁପ୍ତଚରମାନେ ଏଥିରେ ସାମିଲ ଅଛନ୍ତି । ଚାଥମ ହାଉସ ଥିଙ୍କଟ୍ୟାଙ୍କରୁ ଏମିଲି ଟେଲର ମନ୍ତବ୍ୟ ଦେଇଛନ୍ତି ଯେ ପୂର୍ବରୁ ପ୍ରାପ୍ତ ଜ୍ଞାନ ଅନୁସାରେ ସାଇବର ସ୍ପେସରେ ଏକ କାମ କିଏ କରିଛି କହିବା କଷ୍ଟସାଧ୍ୟ, କିନ୍ତୁ ଅସମ୍ଭବ ନୁହେଁ ।

ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

‘‘କୋଜି ବେଅର୍‌ ନାମକ ସଂସ୍ଥା ଅତୀତର ସାଇବର ଆକ୍ରମଣରେ ଜଡ଼ିତ ଥିଲା ଓ ଅନେକ କାଣ୍ଡ କରିଥିଲା । ଏହି ଘଟଣାର ରୁଷିଆ ସହିତ ସଂପୃକ୍ତି ଭଲ ଥିବା ପରି ଲାଗୁଛି,’’ ବିବିସିକୁ କହିଛନ୍ତି ଟେଲର୍‌ ।
Published by: Anand Shankar Thankur Das
First published: July 17, 2020, 10:13 PM IST
corona virus btn
corona virus btn
Loading