News18 Odia Digital
ନୂଆ ଦିଲ୍ଲୀ: ଗୋଟିଏ ପଟେ ବିଶ୍ୱ କରୋନା ଭାଇରସ୍ (Coronavirus) ସହିତ ଲଢ଼େଇ କରୁଛି କିନ୍ତୁ ଅନ୍ୟପଟେ ଋଷ କୋଭିଡ-୧୯ ର (Russia COVID- 19 Vaccine) ଦ୍ୱିତୀୟ ଟିକା ବିକଶିତ କରି ଥିବା ଦାବି କରିଛି । ବୁଧବାର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନିଜେ ଏହା ଘୋଷଣା କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଋଷ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଟିକା ପଞ୍ଜିକୃତ କରିଛି । ସାରା ବିଶ୍ୱରେ କରୋନା ଭୂତାଣୁର ଟିକା ବିକଶିତ କରିବା ପାଇଁ କାର୍ଯ୍ୟ ଚାଲିଛି । କିଛି ଟିକା ପରୀକ୍ଷା ମଧ୍ୟ ଚାଲିଛି । ଋଷ ଏହା ପୂର୍ବରୁ ମଧ୍ୟ ନିଜର କରୋନା ଭୂତାଣୁ ଟିକା ପ୍ରସ୍ତୁତ କରିଥିବା ଦାବି କରିସାରିଛି ।
ବୁଧବାର ଦିନ ଏକ ଭିଡିଓ ସମ୍ମିଳନୀରେ ଋଷର ରାଷ୍ଟ୍ରପତି ପୁତିନ କହିଛନ୍ତି ଯେ ନୋଭୋସିବିରସ୍କ ଭେକ୍ଟର କେନ୍ଦ୍ର ବୁଧବାର ଦିନ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଋଷ ଦ୍ୱିତୀୟ ଟିକା ପଞ୍ଜିକରଣ କରିଛି । ପୁତିନଙ୍କ ଏହି ଘୋଷଣା ପୂର୍ବରୁ ସେ ଅଗଷ୍ଟରେ କହିଥିଲେ ଯେ ଦେଶ ସ୍ପୁଟନିକ୍ ଭି ନାମକ ପ୍ରଥମ କରୋନା ଭାଇରସ୍ ଟିକା ପଞ୍ଜୀକୃତ କରିଛି । ଯାହା ପରୀକ୍ଷଣର ଶେଷ ପର୍ଯ୍ୟାୟ ଶେଷ ହୋଇନାହିଁ ।
ରିପୋର୍ଟ କରାଯାଇଛି ଯେ ଋଷରେ ବର୍ତ୍ତମାନ ପଞ୍ଜୀକୃତ ହୋଇଥିବା ନୂତନ ଟିକା ସିନ୍ଥେଟିକ୍ ଭୂତାଣୁ ପ୍ରୋଟିନ୍ ବ୍ୟବହାର କରି ରୋଗ ପ୍ରତିରୋଧକ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ସ୍ପୁଟ୍ନିକ୍ ଭି ଆଡାପ୍ଟେଡ୍ ଆଡେନୋଭାଇରସ୍ ଷ୍ଟ୍ରେନ୍ ବ୍ୟବହାର କରେ । ଆଡେନୋଭାଇରସ୍ ସାଧାରଣ ଥଣ୍ଡା ସୃଷ୍ଟି କରିଥାଏ ।
ପୁତିନଙ୍କ ବ୍ୟତୀତ ଋଷର ଉପ ମୁଖ୍ୟ ମନ୍ତ୍ରୀ ଟାଟିଆନା ଗୋଲିକୋଭା କହିଛନ୍ତି ଯେ ଏହି ଟିକା ଏକ ଉଚ୍ଚ ସ୍ତରର ସୁରକ୍ଷା ପ୍ରଦର୍ଶନ କରିଛି । ସେ କହିଛନ୍ତି ଯେ ବର୍ତ୍ତମାନ ଏହି ପରୀକ୍ଷଣରେ ୪୦,୦୦୦ ସ୍ବେଚ୍ଛାସେବୀ ଅନ୍ତର୍ଭୁକ୍ତ ହେବେ ଓ ପଞ୍ଜୀକରଣ ପରବର୍ତ୍ତୀ ପରୀକ୍ଷାରେ ଆଗକୁ ବଢ଼ାଯିବ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।