ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା

ମସ୍କୋର ଗାମଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ କରୋନା ଭାଇରସ୍‌ ପାଇଁ ଏହି ଟିକା ପ୍ରସ୍ତୁତ କରିଛି । ଏହି ଟିକାର ଗବେଷଣା ଓ ଉତ୍ପାଦନରେ ଜଡ଼ିତ ଅନେକ ଲୋକ ନିଜକୁ ମଧ୍ୟ ଏହି ଟିକା ଦେଇଛନ୍ତି ।

ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା
ରୁଷିଆ କୋଭିଡ -୧୯ ଟିକାକୁ ମିଳିଲା ଅନୁମୋଦନ
  • News18 Odia
  • Last Updated: August 11, 2020, 4:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ (Russian President Vladimir Putin) ମଙ୍ଗଳବାର ଘୋଷଣା କରିଛନ୍ତି ଦେଶର ତିଆରି କରାଯାଇଥିବା କରୋନାଭାଇରସ୍ ଟିକାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦନ ମିଳିଛି ବୋଲି ଘୋଷଣା କରିଛନ୍ତି। ପୁଟିନ କହିଛନ୍ତି ଯେ ଏହି ଟିକା (Covid-19 Vaccine) ତାଙ୍କ ଝିଅ ଉପରେ ପ୍ରୟୋଗ ହୋଇସାରିଛି। ତେବେ ସେ ନିଜେ ଏହି ଟିକା ନେଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରି ନାହାଁନ୍ତି ।

''ମୋ ଝିଅ ମଧ୍ୟ ଏହି ଟିକା ପାଇଁ ଟିକା ନେଇଛି ପ୍ରଥମେ ତା'ର ସାମାନ୍ୟ ଜ୍ୱର ହୋଇଥିଲା କିନ୍ତୁ ବର୍ତ୍ତମାନ ସେ ଭଲରେ ଅଛିc ସେମାନେ କହିଛନ୍ତି ଯେ ମୋ ଝିଅ ସୁସ୍ତ ଓ ଭଲ ଅନୁଭବ କରୁଛି,'' ପୁଟିନ କହିଛନ୍ତି। ସେ ମଧ୍ୟ ଏହି ପୁରା ପରୀକ୍ଷଣ ରେ ମଧ୍ୟ ଭାଗ ନେଇଥିଲେ। ଏହି ଘୋଷଣା ପରେ ଋଷ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯିଏ ଟିକା ତିଆରି କାମ ଶେଷ କରିବାକୁ ଦାବି କରିଛି। ଏହି ଟିକା ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ, ପରେ ବୃଦ୍ଧଙ୍କୁ ଦିଆଯିବ ବୋଲି ଋଷ ଯୋଜନା କରିଛି। ମସ୍କୋ ଅନେକ ଦେଶକୁ ଟିକା ଯୋଗାଇବା ବିଷୟରେ ମଧ୍ୟ କହିଛି। ସେପ୍ଟେମ୍ବର ସୁଦ୍ଧା ଏହାର କରୋନା ଟିକା ଉତ୍ପାଦନ ଆରମ୍ଭ ହୋଇପାରିବ ବୋଲି ଋଷ କହିଛି।

ରୁଷିଆର ଆର୍‌ଟି ଟିଭି ଚ୍ୟାନେଲ୍‌ ଅନୁଯାୟୀ ମସ୍କୋର (Moscow) ଗାମଲେୟା ଇନଷ୍ଟିଚ୍ୟୁଟ୍ (Gamleya Institute) ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଇଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଟିକାର ମାନବ ପରୀକ୍ଷାକୁ ମାତ୍ର ଦୁଇ ମାସ ମଧ୍ୟରେ ସମାଧାନ କରିବାକୁ ନେଇ ସନ୍ଦେହ ଜାହିର କରିଛି। ପୂର୍ବରୁ ଋଷ ସ୍ୱାସ୍ଥ୍ୟମନ୍ତ୍ରୀ ଅକ୍ଟୋବରରୁ ଏହି ଟୀକାକରଣ ଆରମ୍ଭ କରିବାକୁ ଘୋଷଣା କରିସାରିଛନ୍ତି । ସୂଚନା ଅନୁସାରେ କୌଣସି ଦେଶ ଏପର୍ଯ୍ୟନ୍ତ ଟିକା ତିଆରି କରିବାରେ ସଫଳ ହୋଇନାହାଁନ୍ତି ।



ଏହାକୁ ତିଆରି କରିଥିବା ବୈଜ୍ଞାନିକମାନେ ମଧ୍ୟ ଏହି ଟିକା ନେଇଛନ୍ତି

ମସ୍କୋର ଗାମଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (Gamalaya Research Institute of Moscow) ଏଡେନୋଭାଇରସକୁ(adenovirus) ଆଧାର କରି ଏହି ଟିକା ପ୍ରସ୍ତୁତ କରିଛି। ଅନୁସନ୍ଧାନକାରୀ ମାନେ ଦାବି କରିଛନ୍ତି ଯେ ଟୀକାରେ ବ୍ୟବହୃତ କଣିକାଗୁଡ଼ିକ ନିଜକୁ ନକଲ କରିପାରିବେ ନାହିଁ। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁସନ୍ଧାନ ଓ ଉତ୍ପାଦନରେ ଜଡିତ ଅନେକ ଲୋକ ନିଜକୁ ମଧ୍ୟ ଏହି ଟିକା ଦେଇଛନ୍ତି।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଆହୁରି ୧୦ ଜଣଙ୍କ ଜୀବନ ନେଲା କରୋନା; ମୃତ୍ୟୁ ସଂଖ୍ୟା ୨୯୬ ହେଲା; ୧,୩୪୧ ନୂଆ ପଜିଟିଭ୍

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!



କିଛି ଲୋକଙ୍କୁ ଏହି ଟିକା ଦେବା ପରେ ଜ୍ୱର ଆସିପାରେ ଫଳରେ ସେମାନଙ୍କୁ ପାରାସିଟାମୋଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଋଷର ଏହି ତତ୍ପରତାକୁ  ଅନେକ ବଡ଼ ବଡ଼ ଫାର୍ମ କମ୍ପାନୀ ବିରୋଧ କରିଛନ୍ତି । ଆସୋସିଏସନ୍ ଅଫ୍ କ୍ଲିନିକାଲ୍ ଟ୍ରାଏଲ୍ ଅର୍ଗାନାଇଜେସନ୍ (Association of Clinical Trials Organization) ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଇଲ୍ ମୁରାଶକୋଙ୍କୁ (Mikhail Murashko) ପଠାଯାଇଥିବା ଚିଠିରେ କୁହାଯାଇଛି ଯେ ଏପର୍ଯ୍ୟନ୍ତ ୧୦୦ ରୁ କମ୍ ଲୋକ ଡୋଜ ନେଇଛନ୍ତି ତେଣୁ ଏହାର ବ୍ୟାପକ ପରିମାଣରେ ବ୍ୟବହାର ବିପଜ୍ଜନକ ହୋଇପାରେ।
Published by: Jagdish Barik
First published: August 11, 2020, 4:04 PM IST
corona virus btn
corona virus btn
Loading