କରୋନା ପ୍ରଭାବ: ଏଣିକି RTO ଦୈନିକ ମାତ୍ର ୫୦ଟି ଡ୍ରାଇଭିଂ ଲାଇସେନ୍ସ ଆବେଦନ ଗ୍ରହଣ କରିବ

କରୋନା ଭାଇରସର ଆତଙ୍କ ଶେଷ ହେବା ପର୍ଯ୍ୟନ୍ତ ସବୁ ଡ୍ରାଇଭିଂ ଲାଇସେନ୍ସ ଆବେଦନକୁ ବନ୍ଦ ରଖିଲେ ଭିଡ଼ ରହିବନି ଓ ସଂକ୍ରମଣର ସମ୍ଭାବନା ଆହୁରି କମିବ ବୋଲି କହିଛନ୍ତି ଅନେକ ଆବେଦନକାରୀ । RTOରେ ପରମିଟ୍‌, ଫିଟ୍‌ନେସ୍‌ ଓ ରୋଡ ଟ୍ୟାକ୍ସ ଆଦାୟ ପୂର୍ବ ଭଳି ଚ଼ାଲୁ ରହିବ ।

କରୋନା ପ୍ରଭାବ: ଏଣିକି RTO ଦୈନିକ ମାତ୍ର ୫୦ଟି ଡ୍ରାଇଭିଂ ଲାଇସେନ୍ସ ଆବେଦନ ଗ୍ରହଣ କରିବ
ପ୍ରତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)କୁ ଦୈନିକ ୫୦୦ରୁ ଅଧିକ ଆବେଦନ ଆସିଥାଏ ।
  • News18 Odia
  • Last Updated: March 17, 2020, 11:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ଭାଇରସର ପ୍ରଭାବକୁ କମ୍‌ କରିବା ଦିଗରେ ହେଉଥିବା ଉଦ୍ୟମରେ ସହଯୋଗ କରି ରାଜ୍ୟର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡିକରେ ଲାଗୁଥିବା ଭିଡ଼କୁ କମ୍‌ କରିବା ପାଇଁ କେତେକ କଟକଣା ଲାଗୁ କରିଛି ପରିବହନ ବିଭାଗ । ଏଣିକି ପ୍ରତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଓ ପୂର୍ଣ୍ଣ ଲାଇସେନ୍ସ ଆବେଦନକାରୀଙ୍କ ସଂଖ୍ୟା ମାତ୍ର ୫୦ରେ ସୀମିତ ରଖାଯିବ ।

ସରକାରୀ ସୂଚନା ଅନୁସାରେ ଦୈନିକ ପ୍ରତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)କୁ ୫୦୦ରୁ ଅଧିକ ଆବେଦନ ଆସିଥାଏ  । ଏହା ଦ୍ବାରା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଭିଡ଼ ଜମିଥାଏ । କେବଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନୁହେଁ, ଡ୍ରାଇଭିଂ ଟେଷ୍ଟ୍‌ ଟ୍ରାକରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥାଏ । ରାଜ୍ୟରେ ପ୍ରତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦୈନିକ ଏଲ୍‌.ଏଲ୍‌. ଓ ଡି.ଏଲ୍‌. ଆବେଦନକାରୀଙ୍କ ସଂଖ୍ୟା ହାରାହାରି ୫୦୦ରୁ ଅଧିକ ଥାଏ । ଏମିତି ବଡ଼ ଭିଡ଼ ଯୋଗୁଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଡ୍ରାଇଭିଂ ଟ୍ରାକରେ କରେନା ସଂକ୍ରମଣର ସମ୍ଭାବନା ଅଧିକ ହୋଇପାରେ ବୋଲି କଟକଣା ଲଗାଯାଇଛି ।

‘‘କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଲାଗୁଥିବା ଭିଡ଼ ଉପରେ କଟକଣା ଲଗାଯାଇଛି । ପରିବହନ କାର୍ଯ୍ୟାଳୟ ଗୁଡିକକୁ ନିୟମିତଭାବେ ଆସୁଥିବା ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନର ସଂଖ୍ୟା ଦୈନିକ ମାତ୍ର ୫୦ରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି,’’ କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଏହି କଟକଣା ସତ୍ତ୍ୱେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପରମିଟ୍‌, ଫିଟ୍‌ନେସ୍‌ ଓ ରୋଡ ଟ୍ୟାକ୍ସ ଆଦାୟ ପୂର୍ବ ଭଳି ଚ଼ାଲୁ ରହିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । କରୋନା ପାଇଁ ଲାଗୁ ହୋଇଥିବା ଏହି କଟକଣା ବିଶ୍ୱ ମହାମାରୀର ପ୍ରକୋପ କମ୍‌ ହେବା ପର୍ଯ୍ୟନ୍ତ ଜାରୀ ରହିବ ବୋଲି ସ୍ପଷ୍ଟ କରିଛି ବିଭାଗ ।

ପରିବହନ ବିଭାଗର ଏହି ନୀତିଗତ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଅନେକ ଆବେଦନକାରୀ । ‘‘ଡ୍ରାଇଭିଂ ଲାଇସେନ୍ସ ତ ଦରକାର, ହେଲେ ଆଗ କେରୋନା ସଂକ୍ରମଣରୁ ମଧ୍ୟ ଆମେ ସମସ୍ତେ ବର୍ତ୍ତିବା ଦରକାର । ସେଥି ପାଇଁ ପରିବହନ ବିଭାର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ,’’ କହିଛନ୍ତି ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀ ପୁନମ ସାମଲ ।

‘‘କରୋନା ଭାଇରସର ଆତଙ୍କ ଶେଷ ହେବା ପର୍ଯ୍ୟନ୍ତ ଏଲ୍‌.ଏଲ୍‌. ଓ ଡି.ଏଲ୍‌. ଆବେଦନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଲେ ସଂକ୍ରମଣର ସମ୍ଭାବନା ଆହୁରି କମିବ,’’ କହିଛନ୍ତି ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀ ବରିମୁଣ୍ଡ ବାସିନ୍ଦା ନିରଞ୍ଜନ ମଲ୍ଲିକ । ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଅନ୍ୟ ଜଣେ ଲାଇସେନ୍ସ ଆବେଦନକାରୀ ଶିବ ପ୍ରସାଦ ବିଶ୍ଵାଳ ।
First published: March 17, 2020, 11:07 PM IST
corona virus btn
corona virus btn
Loading