କୌଣସି ସମ୍ପ୍ରଦାୟକୁ ତା’ର ଅପରାଧ ପାଇଁ ଅଲଗା କରା ନ ଯାଉ: RSS ମୁଖ୍ୟ ମୋହନ ଭାଗବତ

ମୁସଲମାନମାନଙ୍କୁ ଟାର୍ଗେଟ କରୁଥିବା ମିଥ୍ୟା ଖବର ପ୍ରସାରିତ ହୋଇଥିଲା, ଯେଉଁଥିରେ ତବଲିଘି ଜମାତର ସଦସ୍ୟମାନେ କର୍ତ୍ତୃପକ୍ଷଙ୍କ ଉପରେ ଛେପ ପକାଉଥିବାର ଭିଡିଓ କ୍ଲିପ୍ ଦେଖାଯାଇଥିଲା । ସେଗୁଡ଼ିକ ନକଲି ଥିଲା ।

କୌଣସି ସମ୍ପ୍ରଦାୟକୁ ତା’ର ଅପରାଧ ପାଇଁ ଅଲଗା କରା ନ ଯାଉ: RSS ମୁଖ୍ୟ ମୋହନ ଭାଗବତ
ମୋହନ ଭାଗବତ (ଫାଇଲ୍ ଫଟୋ)
  • News18 Odia
  • Last Updated: April 26, 2020, 9:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲାରେ ବୃଦ୍ଧି ପାଇଁ ଦୋଷାରୋପର ସାମନା କରୁଥିବା ତବଲିଗି ଜମାତ ଆଡ଼େ ଇଙ୍ଗିତ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍‌.ଏସ୍‌.ଏସ୍‌.) ମୁଖ୍ୟ ମୋହନ ଭାଗବତ ରବିବାର କହିଛନ୍ତି ଯେ ଆମେ କୌଣସି ସମ୍ପ୍ରଦାୟକୁ ତା’ର ଭୁଲ୍‌ ଯୋଗୁଁ ଅଲଗା କରିଦେବା ଉଚିତ ନୁହେଁ, ହେଲେ ଏହି ପରିସ୍ଥିତିର ସୁଯୋଗ ନେଇ ଭାରତର ସ୍ୱାର୍ଥକୁ କ୍ଷତି କରୁଥିବା ଶକ୍ତିଗୁଡ଼ିକ ପ୍ରତି ସତର୍କ ରହିବା ଉଚିତ ।

‘‘ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ପ୍ରଶାସନର ଦାୟିତ୍ୱ ଥିଲା । ଯଦି କେହି ଭୁଲ କରିଛନ୍ତି, ତେବେ ଆମେ ଏକ ସମ୍ପ୍ରଦାୟକୁ ବିଚ୍ଛିନ୍ନ କରିବା ଉଚିତ ନୁହେଁ । ସମ୍ପ୍ରଦାୟର ନେତାମାନେ ଲୋକଙ୍କୁ କ୍ରୋଧ ନ କରିବାକୁ ଓ ଭ୍ରାନ୍ତ ନ ହେବାକୁ କହିବା ଉଚିତ,’’ ଆର୍‌.ଏସ୍‌.ଏସ୍‌.ର କର୍ମକର୍ତ୍ତାଙ୍କୁ ଏକ ଅନଲାଇନ୍ ଉଦବୋଧନରେ କହିଛନ୍ତି ଭାଗବତ ।

ଏହା କହି ସେ ତୁରନ୍ତ କହିଛନ୍ତି ଯେ କେତେକ ‘‘ଭାରତ ବିରୋଧୀ ବାହିନୀ’’ ଅଛନ୍ତି ଯେଉଁମାନେ ଦେଶକୁ ଭାଙ୍ଗିବା ପାଇଁ ଏହି ମହାମାରୀକୁ ବ୍ୟବହାର କରିବାକୁ ଅପେକ୍ଷା କରିଛନ୍ତି । ‘‘ଭାରତ ବିରୋଧୀ ମାନସିକତା ଥିବା କିଛି ଲୋକ ଏହାର ଅପବ୍ୟବହାର କରିବାକୁ ଚାହୁଁଛନ୍ତି,’’ ସେ କହିଛନ୍ତି ।

ଭାଗବତଙ୍କ ବକ୍ତବ୍ୟ ମାର୍ଚ୍ଚ ମାସର ମଧ୍ୟ ଭାଗରେ ଅନୁଷ୍ଠିତ ହୋଇଥିବା ମୁସଲିମ ମିଶନାରୀ ଗୋଷ୍ଠୀର ସଭା ସନ୍ଦର୍ଭରେ ଆସିଛି । ସେହି ସଭାକୁ ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲାରେ ବୃଦ୍ଧି ପାଇଁ ଦାୟୀ କରାଯାଇଥିଲା ଓ ସେଥି ଯୋଗୁଁ ହିଂସା, ବ୍ୟବସାୟ ବୟକଟ ଓ ମୁସଲିମ୍‌ ସମାଜ ପ୍ରତି ଘୃଣାପୂର୍ଣ୍ଣ ବକ୍ତବ୍ୟର ସୁଅ ଛୁଟିଥିଲା ।

ସରକାରୀ ତଥ୍ୟ ଅନୁଯାୟୀ ଏ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ପ୍ରତି ପାଞ୍ଚଟି କରୋନା ଭାଇରସ୍‌ ସଂକ୍ରମଣ ମାମଲା ମଧ୍ୟରୁ ପ୍ରାୟ ଗୋଟିଏ ତବଲିଘି ଜମାତ ସହିତ ସଂଯୁକ୍ତ ।

ମୁସଲମାନମାନଙ୍କୁ ବାଦ ଦେଇଥିବା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସି.ଏ.ଏ.)କୁ ନେଇ ଘଟିଥିବା ସାଙ୍ଘାତିକ ଦଙ୍ଗା ଦ୍ୱାରା ଆଘାତ ପାଇଥିବା ଭାରତର ସାମ୍ପ୍ରଦାୟିକ ତ୍ରୁଟି ରେଖାଗୁଡ଼ିକ ତବଲିଘି ଜମାତ ବିରୋଧରେ ଆସିଥିବା ଅଭିଯୋଗ ଦ୍ୱାରା ଖୋଲି ହୋଇଯାଇଥିଲା । ଭାରତୀୟ ଜନତା ପାର୍ଟିର ନେତାମାନେ ବି ଟିଭି ଓ ଖବରକାଗଜରେ ଜମାତ ଘଟଣାକୁ ‘‘କରୋନା ଆତଙ୍କବାଦ’’ ବୋଲି ବର୍ଣ୍ଣନା କରିଥିଲେ ।

ମୁସଲମାନମାନଙ୍କୁ ଟାର୍ଗେଟ କରୁଥିବା ମିଥ୍ୟା ଖବର ପ୍ରଚାର ପ୍ରସାର ହେବାରେ ଲାଗିଥିଲା, ଯେଉଁଥିରେ ତବଲିଘି ଜମାତର ସଦସ୍ୟମାନେ କର୍ତ୍ତୃପକ୍ଷଙ୍କ ଉପରେ ଛେପ ପକାଉଥିବାର ଭିଡିଓ କ୍ଲିପ୍‌ ଦେଖାଯାଇଥିଲା । ଏହି କ୍ଲିପଗୁଡିକ ଶୀଘ୍ର ନକଲି ସାବ୍ୟସ୍ତ ହୋଇଥିଲା, ତଥାପି ଏପ୍ରିଲ ୧ ପର୍ଯ୍ୟନ୍ତ ଭାରତରେ ଟ୍ୱିଟରରେ ‘‘କରୋନା ଜିହାଦ’’ ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଥିଲା ।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ନିକଟରେ କହିଥିଲେ ଯେ ଗୋଟିଏ ଗୋଷ୍ଠୀର ‘‘ଅପରାଧ’’ ପାଇଁ ସମଗ୍ର ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରାଯାଇପାରିବ ନାହିଁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାଂଶ ସଦସ୍ୟ ଏହି ସଙ୍ଗଠନର କାର୍ଯ୍ୟକୁ ନିନ୍ଦା କରିଛନ୍ତି ।
First published: April 26, 2020, 9:25 PM IST
corona virus btn
corona virus btn
Loading