ଛତିଶଗଡ଼ରେ କାର୍ ଭିତରୁ ମିଳିଲା ୧ କୋଟି ୧୩ ଲକ୍ଷ ଟଙ୍କା; ବରଗଡ଼ରୁ ରାୟପୁର ଯାଉଥିଲା; ୨ ଗିରଫ

ଗିରଫ ହୋଇଥିବା ଯୁବକ ଦ୍ୱୟ ହେଲେ ସୁନା-ରୂପା ବ୍ୟବସାୟୀ ପ୍ରତୀକ ଛାବଡ଼ିଆ ଓ ତାଙ୍କ ଡ୍ରାଇଭର ସୁରେନ୍ଦ୍ର ସୋନା । କାର୍‌ ଡିକିରେ ଚାମ୍ବର କରି ୨୦୦୦, ୫୦୦ ଓ ୨୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ ଭର୍ତ୍ତି କରାଯାଇଥିଲା ।

ଛତିଶଗଡ଼ରେ କାର୍ ଭିତରୁ ମିଳିଲା ୧ କୋଟି ୧୩ ଲକ୍ଷ ଟଙ୍କା; ବରଗଡ଼ରୁ ରାୟପୁର ଯାଉଥିଲା; ୨ ଗିରଫ
କାର୍ ଭିତରୁ ଜବତ ଟଙ୍କା ସହ ପୋଲିସ ଅଧିକାରୀ ଓ (ବାମ) ଗିରଫ ହୋଇଥିବା ଦୁଇ ବ୍ୟକ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାସମୁନ୍ଦ: ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପୋଲିସ ଗାଡ଼ି ଯାଞ୍ଚ ବେଳେ ଏକ କାରରୁ ୧ କୋଟି ୧୨ ଲକ୍ଷ ୯୯ ହଜାର ଟଙ୍କା ଜବତ କରିଛି । ଏହି ଟଙ୍କା ଓଡ଼ିଶାର ବରଗଡ଼ରୁ ଛତିଶଗଡ଼ର ରାଜଧାନୀ ରାୟପୁରକୁ ଯାଉଥିବା ଜଣାପଡ଼ିଛି । ଟଙ୍କା ଚାଲାଣ କରୁଥିବା ଅଭିଯୋଗରେ ବରଗଡ଼ର ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ହୋଇଥିବା ଯୁବକ ଦ୍ୱୟ ହେଲେ ପ୍ରତୀକ ଛାବଡ଼ିଆ ଓ ସୁରେନ୍ଦ୍ର ସୋନା । ଲକଡାଉନରେ ଏହା ହାୱଲା ଟଙ୍କା ହୋଇଥିବା ସନ୍ଦେହ କରାଯାଉଛି । କାର୍‌ ଡିକିରେ ଚାମ୍ବର କରି ୨୦୦୦, ୫୦୦ ଓ ୨୦୦ ଟଙ୍କିଆ ନୋଟ୍‌ ବଣ୍ଡଲ୍ ଭର୍ତ୍ତି କରାଯାଇଥିଲା ।

‘‘ସିଙ୍ଗୋଡ଼ାର ସୀମାରେ ଗାଡ଼ି ଯାଞ୍ଚ କରିବା ବେଳେ ଏକ ହ୍ୟୁଣ୍ଡାଇ ଭର୍ଣ୍ଣା କାର୍‌ ଭିତରେ ଏହି ବିପୁଳ ପରିମାଣର ଟଙ୍କା ମିଳିଛି । କାରରେ ସୁନା-ରୂପା ବ୍ୟବସାୟୀ ପ୍ରତୀକ ଛାବଡ଼ିଆ ଓ ତାଙ୍କ ଡ୍ରାଇଭର ଓଡିଶାରୁ ରାୟପୁର ଆସୁଥିଲେ । ସେମାନଙ୍କୁ ଗିରଫ କରାଯାଇଛି,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମହାସମୁନ୍ଦ ଏସ୍‌.ପି. ପ୍ରଫୁଲ୍ଲ ଠାକୁର ।

କାର୍ ଭିତରେ ଗଞ୍ଜେଇ ଥାଇପାରେ ବୋଲି ଭାବି ପୋଲିସ ଚେକିଂ ଆରମ୍ଭ କରିଥିଲା ।


ଚେକିଂ ବେଳେ କାରରେ ଗଞ୍ଜେଇ ଥିବା ପୋଲିସ ସନ୍ଦେହ କରିଥିଲା । ହେଲେ ଚେକିଂ ପରେ କାର୍‌ ଭିତରୁ ୧ କୋଟି ୧୨ ଲକ୍ଷ ୯୯ ହଜାର ୨୦୦ ଟଙ୍କା ମିଳିଥିଲା ବୋଲି କହିଛନ୍ତି ଠାକୁର ।

ଗିରଫ ହୋଇଥିବା ସୁନା-ରୂପା ବ୍ୟବସାୟୀ ପ୍ରତୀକ ଛାବଡ଼ିଆ ଓ ତାଙ୍କ ଡ୍ରାଇଭର ସୁରେନ୍ଦ୍ର ସୋନା ।


ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ତୁରନ୍ତ ଆୟକର (ଆଇ.ଟି.) ବିଭାଗକୁ ହସ୍ତାନ୍ତର କରିଛି । ଆଇ.ଟି. ବିଭାଗର ଅଧିକାରୀମାନେ ଉଭୟଙ୍କ ସହ ପଚରାଉଚରା ଚଳେଇଛନ୍ତି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 9:34 PM IST
corona virus btn
corona virus btn
Loading