ପିତା ଋଷି କପୁରଙ୍କ ସହ ଶେଷ ଦେଖା କରିପାରିଲେନି ଝିଅ ରିଦ୍ଧିମା; କାଲି ବାହାରିବେ ଦିଲ୍ଲୀରୁ

ପିତାଙ୍କ ଅନ୍ତିମ ଦର୍ଶନରୁ ବଞ୍ଚିତ ହୋଇଥିବା ରିଦ୍ଧିମା ଦିଲ୍ଲୀରେ ନିଜ ଘରେ ଥାଇ ଭିଡିଓ ମାଧ୍ୟମରେ ଋଷି କପୁରଙ୍କ ଶେଷ କୃତ୍ୟ ଦେଖିଛନ୍ତି । ସେ କାନ୍ଦି କାନ୍ଦି ’’ଫିର୍ ସେ ଆ ଜାଓ ନା ପାପା!’’ (ପୁଣି ଥରେ ଆସିଯାଅ ନା ପାପା) କହୁଥିଲେ ବୋଲି ତାଙ୍କ ନିକଟ ସମ୍ପର୍କୀୟମାନେ କହିଛନ୍ତି ।

ପିତା ଋଷି କପୁରଙ୍କ ସହ ଶେଷ ଦେଖା କରିପାରିଲେନି ଝିଅ ରିଦ୍ଧିମା; କାଲି ବାହାରିବେ ଦିଲ୍ଲୀରୁ
ପିତା ଋଷି କପୁର, ମା’ ନୀତୁ କପୁର (ବାମ) ଓ ଝିଅ ସହିତ ରିଦ୍ଧିମା କପୁର ।
  • News18 Odia
  • Last Updated: April 30, 2020, 7:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଖ୍ୟାତ ବଲିଉଡ ଅଭିନେତା ଋଷି କପୁରଙ୍କ ମୁମ୍ବାଇରେ ଦେହାନ୍ତ ହେବା ଖବର ଆସିବା ପରେ ସାରା ଭାରତରେ ଶୋକ ବ୍ୟାପିଯାଇଛି । ଦିଲ୍ଲୀରେ ଥିବା ତାଙ୍କ ଝିଅ ରିଦ୍ଧିମା କପୁର ସାହନୀ ନିଜ ପିତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ଚାହୁଁଥିବାରୁ ସେ ପରିବାର ସହ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ସରକାରଙ୍କଠାରୁ ଅନୁମତି ଲୋଡ଼ିଥିଲେ । ଏକ ଚାଟାର୍ଡ଼ ବିମାନରେ ମୁମ୍ବାଇ ଆସିବାକୁ ସେ ଅନିମତି ମାଗିଥିଲେ, ମାତ୍ର ଲକଡାଉନ୍‌ କାରଣରୁ ତାଙ୍କୁ ଅନୁମତି ମିଳିଲା ନାହିଁ ।

ପିତାଙ୍କ ଅନ୍ତିମ ଦର୍ଶନରୁ ବଞ୍ଚିତ ହୋଇଥିବା ରିଦ୍ଧିମା ଦିଲ୍ଲୀର ଫ୍ରେଣ୍ଡସ୍‌ କଲୋନୀ ଇଷ୍ଟରେ ଥିବା ନିଜ ଘରେ ଥାଇ ଭିଡିଓ ମାଧ୍ୟମରେ ଋଷି କପୁରଙ୍କ ଶେଷ କୃତ୍ୟ ଦେଖିଛନ୍ତି । ସେ କାନ୍ଦି କାନ୍ଦି ’’ଫିର୍‌ ସେ ଆ ଜାଓ ନା ପାପା’’ (ପୁଣି ଥରେ ଆସିଯାଅ ନା ପାପା) କହୁଥିଲେ ବୋଲି ତାଙ୍କ ନିକଟ ସମ୍ପର୍କୀୟମାନେ କହିଛନ୍ତି ।

ରିଦ୍ଧିମା, ତାଙ୍କ ପତି ଭାରତ ସାହନୀ ଓ ଝିଅ ସମାରା ସାହନୀଙ୍କ ସମେତ ମୋଟ ପାଞ୍ଚ ଜଣଙ୍କୁ ଦିଲ୍ଲୀରୁ ମୁମ୍ବାଇ ସଡ଼କ ମାର୍ଗରେ ଯିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ସିଙ୍ଗଲ୍‌ ରୁଟ୍‌ ପାସ୍‌ ଜାରି କରାଯାଇଛି । ’ଦୈନିକ ଜାଗରଣ’ର ଏକ ଖବର ଅନୁସାରେ ସେମାନେ ଶୁକ୍ରବାର ସକାଳେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବେ ।

ରିଦ୍ଧିମା କପୁର


ରିଦ୍ଧିମାଙ୍କ ଅନୁରୋଧ ଆସିବା ପରେ ସେ ବାବଦରେ ଦିଲ୍ଲୀ ସରକାର କିମ୍ବା ପୋଲିସ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସି ନ ଥିଲା । ଏହି ପ୍ରସଙ୍ଗରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ରିଦ୍ଧିମା ଏକ ଆବେଦନ କରିଥିଲେ । ଏଥି ପାଇଁ ଆବଶ୍ୟକ ଅନୁମତିର ଆବେଦନ ଦିଲ୍ଲୀ ଓ ମହାରାଷ୍ଟ୍ର କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିଲା । ସୂତ୍ରଙ୍କ ଅନୁସାରେ ରିଦ୍ଧିମାଙ୍କୁ ଶେଷ ମୁହୂର୍ତ୍ତରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଯାତ୍ରା କରିବା ପାଇଁ ଅନୁମତି ମିଳିଥିଲା ।

ବର୍ତ୍ତମାନ ଦେଶବ୍ୟାପୀ ଲକଡାଉନ୍‌ ଯୋଗୁଁ ଦିଲ୍ଲୀର ସୀମା ସିଲ୍ ହୋଇଛି । ତା’ ଛଡ଼ା ଦିଲ୍ଲୀର ସବୁ ବିମାନ ବନ୍ଦରରୁ କୌଣସି ପ୍ରକାରର ବିମାନ ଚଳାଚଳ ବାରଣ କରାଯାଇଛି ।

ଆଜି ସକାଳେ ଋଷି କପୁର କର୍କଟ ରୋଗ ସହ ସଂଗ୍ରାମ କରି ଦୁନିଆକୁ ଅଲ୍‌ ବିଦା କହିଥିଲେ । ଏହି ରୋଗ ପାଇଁ ଚିକିତ୍ସା ପରେ ସେ ଗତ ବର୍ଷ ନ୍ୟୁୟର୍କରୁ ଭାରତକୁ ଫେରିଥିଲେ ।

ବଲିଉଡର ଏହି ଜନପ୍ରିୟ ଭେଟେରାନ ଅଭିନେତାଙ୍କୁ ମୃତ୍ୟୁ ବେଳକୁ ୬୭ ବର୍ଷ ହୋଇଥିଲା । ସେ ମୁମ୍ବାଇର ଏଚ୍‌. ଏନ୍‌. ରିଲାଏନ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କୁହାଯାଉଛି ଯେ ତାଙ୍କୁ ଗତ ଏକ ସପ୍ତାହ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଋଷି କପୁର ହସପିଟାଲକୁ ଯିବା ପରେ ତାଙ୍କ ଝିଅ ରିଦ୍ଧିମା କପୁର ସାହନୀ କରୋନା ଭାଇରସ୍‌ କାରଣରୁ ଦେଶରେ ଜାରି ଥିବା ଲକଡାଉନ୍‌ ଯୋଗୁଁ ମୁମ୍ବାଇ ଆସି ତାଙ୍କୁ ଦେଖା କରିପାରି ନ ଥିଲେ । ବର୍ତ୍ତମାନ ପିତାଙ୍କ ମୃତ୍ୟୁ ଖବର ଆସିବା ପରେ ସେ ଶେଷ ଥର ପାଇଁ ତାଙ୍କ ପିତାଙ୍କୁ ଦେଖିବାକୁ ଚାହିଁଥିଲେ । ରିଦ୍ଧିମା ତାଙ୍କ ପତିଙ୍କ ପରିବାର ସହିତ ଦିଲ୍ଲୀରେ ରୁହନ୍ତି ।

ଦିନକ ଆଗରୁ ମୁମ୍ବାଇରେ ପ୍ରଖ୍ୟାତ ଫିଲ୍ମ ଅଭିନେତା ଇରଫାନ୍‌ ଖାନଙ୍କର ଦେହାନ୍ତ ହୋଇଥିଲା । ସେ ବି କ୍ୟାନସର ସହ ସଂଗ୍ରାମ କରି ଦୁନିଆକୁ ଅଲ୍‌ ବିଦା କହିଥିଲେ ।
First published: April 30, 2020, 7:44 PM IST
corona virus btn
corona virus btn
Loading