Reliance ର ଐତିହାସିକ ପାଣ୍ଠି ସଂଗ୍ରହ: TPG ପରେ Jio ରେ ଦଶମ ନିବେଶକ ହେଲା L Catterton

Reliance Jio 10 deals in 50 days | ଘରୋଇ ଇକ୍ୱିଟି ଫାର୍ମ TPG ଜିଓ ପ୍ଲାଟଫର୍ମରେ ୦.୯୩ ପ୍ରତିଶତ ଅଂଶଧନ ପାଇଁ ୪,୫୪୬.୮୦ କୋଟି ଟଙ୍କା ବିନିଯୋଗ କରିବାର ଦୁଇ ଘଣ୍ଟା ମଧ୍ୟରେ ଏଲ୍. କ୍ୟାଟରଟନ୍ ୧,୮୯୪.୫୦ କୋଟି ଟଙ୍କା ବିନିଯୋଗ ଘୋଷଣା କରିଛି ।

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ

  • Share this:
News18 Odia Digital

ମୁମ୍ବାଇ: ବିଶ୍ୱର ସର୍ବବୃହତ ଗ୍ରାହକ-କେନ୍ଦ୍ରିତ ଘରୋଇ ଇକ୍ୱିଟି ଫାର୍ମ ଏଲ୍‌. କ୍ୟାଟରଟନ୍‌ (L Catterton) ରିଲାଏନ୍ସ ଇଣ୍ଡଷ୍ଟ୍ରିଜର (Reliance Industries, RIL) ଡିଜିଟାଲ୍ ୟୁନିଟ୍ ଜିଓ ପ୍ଲାଟଫର୍ମ (Jio Platform)ରେ ୦.୩୯ ପ୍ରତିଶତ ଅଂଶଧନ ପାଇଁ ୧,୮୯୪.୫୦ କୋଟି ଟଙ୍କା ବିନିଯୋଗ କରିବ । ଗତ ସାତ ସପ୍ତାହ ମଧ୍ୟରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଲଗାତର ହୋଇଥିବା ରେକର୍ଡ଼ ଦଶମ ପୁଞ୍ଜି ବିନିଯୋଗ ।

ତୈଳ ଠାରୁ ରିଟେଲ୍‌ ବ୍ୟବସାୟ ଓ ଟେଲିକମ୍‌ ପର୍ଯ୍ୟନ୍ତ ବ୍ୟାପ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏ ପର୍ଯ୍ୟନ୍ତ ଜିଓ (Jio)ରେ ୨୨.୩୮ ପ୍ରତିଶତ ଅଂଶଧନ ବିକି ବିଶ୍ୱର ବଡ଼ ଟେକ୍ନୋଲୋଜି ନିବେଶକମାନଙ୍କ ଠାରୁ ୧୦୪,୩୨୬.୬୫ କୋଟି ଟଙ୍କା ସଂଗ୍ରହ କରିଛି । ଏହା ବିଶ୍ୱରେ ଯେକୌଣସି ସ୍ଥାନରେ କ୍ରମାଗତ ଭାବେ ହୋଇଥିବା ସବୁ ଠାରୁ ବଡ଼ ଓ ସଫଳ ପାଣ୍ଠି ସଂଗ୍ରହ ଉଦ୍ୟମ ।

ବିଶ୍ୱର ଅଗ୍ରଣୀ କନ୍ଜ୍ୟୁମର୍‌ ବ୍ରାଣ୍ଡରେ ୨୦୦ରୁ ଅଧିକ ବିନିଯୋଗ କରିଥିବା ଏଲ୍‌. କ୍ୟାଟରଟନର ଜିଓ ପ୍ଲାଟଫର୍ମରେ ଏହି ବିନିଯୋଗର ଇକ୍ୱିଟି ମୂଲ୍ୟରେ ୪.୯୧ ଲକ୍ଷ କୋଟି ଟଙ୍କା ଓ ଏଣ୍ଟରପ୍ରାଇଜ୍ ମୂଲ୍ୟରେ ୫.୧୬ ଲକ୍ଷ କୋଟି ଟଙ୍କା ରହିଛି ।

ଘରୋଇ ଇକ୍ୱିଟି ଫାର୍ମ ଟିପିଜି (TPG) ଜିଓ ପ୍ଲାଟଫର୍ମରେ ୦.୯୩ ପ୍ରତିଶତ ଅଂଶଧନ ପାଇଁ ୪,୫୪୬.୮୦ କୋଟି ଟଙ୍କା ବିନିଯୋଗ କରିବାର ଦୁଇ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏଲ୍‌. କ୍ୟାଟରଟନର ଏହି ବିନିଯୋଗ ଘୋଷଣା ହୋଇଛି ।

ଏହି ଦଶମ ବିନିଯୋଗ ସହ ଜିଓ ପ୍ଲାଟଫର୍ମ ଗତ ସାତ ସପ୍ତାହରେ ୧୦୪,୩୨୬.୬୫ କୋଟି ଟଙ୍କା ସଂଗ୍ରହ କରିସାରିଛି ।


ପାଣ୍ଠି ସଂଗ୍ରହରେ ରେକର୍ଡ଼

ଚଳଚ୍ଚିତ୍ର, ସମ୍ବାଦ, ମ୍ୟୁଜିକ୍ ଆପ୍ ତଥା ଟେଲିକମ୍ କମ୍ପାନୀ ଜିଓ ଇନଫୋକମ୍ ଚଳାଉଥିବା ଜିଓରେ ଏହି କ୍ରମାଗତ ବିନିଯୋଗ ଏପ୍ରିଲ୍ ୨୨ରେ ଫେସବୁକ୍ ଜିଓ ପ୍ଲାଟଫର୍ମର ୯.୯୯ ପ୍ରତିଶତ ଅଂଶଧନ ୪୩,୫୭୪ କୋଟି ଟଙ୍କାରେ କିଣିବା ପର ଠାରୁ ଆରମ୍ଭ ହୋଇଯାଇଥିଲା ।

ସେବେ ଠାରୁ ଜେନେରାଲ ଆଟଲାଣ୍ଟିକ୍, ସିଲଭର ଲେକ୍‌ (ଦୁଇ ଥର), ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, କେ.କେ.ଆର୍., ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ଏବଂ ଆଡିଆ, ଟିପିଜି ଓ ଏଲ୍‌. କ୍ୟାଟରଟନ୍‌ ଜିଓରେ ପୁଞ୍ଜି ବିନିଯୋଗ ପାଇଁ ଧାଡ଼ି ବାନ୍ଧିଥିଲେ ।

‘‘ଭାରତରେ ଡିଜିଟାଲର ଶକ୍ତିକୁ ପ୍ରବାହିତ କରିବା ପାଇଁ ଓ ଲୋକଙ୍କୁ ବିଶ୍ୱର ଶ୍ରେଷ୍ଠ ଗ୍ରାହକ ଅନୁଭୁତି ଦେବା ପାଇଁ ଆମର ଏହି ନିରନ୍ତର ପ୍ରୟାସରେ ଏଲ୍‌. କ୍ୟାଟରଟନକୁ ଏକ ଅଂଶୀଦାର ଭାବରେ ସ୍ୱାଗତ କରି ମୁଁ ଆନନ୍ଦିତ । ଗ୍ରାହକ-କେନ୍ଦ୍ରିକ ବ୍ୟବସାୟ ସୃଷ୍ଟି କରିବାରେ L Cattertonର ଅମୂଲ୍ୟ ଅଭିଜ୍ଞତାରୁ ଲାଭାନ୍ୱିତ ହେବାକୁ ମୁଁ ବିଶେଷ ଭାବରେ ଅପେକ୍ଷା କରିଛି କାରଣ ଭାରତକୁ ଡିଜିଟାଲ୍ ନେତୃତ୍ୱ ଆଡ଼କୁ ନେଇଯିବା ପାଇଁ ଟେକ୍ନୋଲୋଜି ଏବଂ ଉପଭୋକ୍ତା ଅଭିଜ୍ଞତା ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ,’’ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) ।

ରିଲାଏନ୍ସ ର ଟେଲିକମ୍ ବ୍ୟବସାୟ ରିଲାଏନ୍ସ ଜିଓ ଇନଫୋକମ୍ ଭାରତର ସବୁ ଠାରୁ ବଡ଼ ଟେଲିକମ୍ କମ୍ପାନୀ । ଏହାର ୪୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ।


ଏଲ୍. କ୍ୟାଟରଟନର ଗ୍ଲୋବାଲ୍ କୋ-ସିଇଓ ମାଇକେଲ୍ ଚୁ କହିଛନ୍ତି, ‘‘ଆମର ୩୦ ବର୍ଷରୁ ଅଧିକ ଇତିହାସରେ ଆମେ ଖୁଚୁରା ବ୍ୟବସାୟୀ ଓ ଓମନି-ଚ୍ୟାନେଲ୍ ଠାରୁ ଆରମ୍ଭ କରି ଡିଜିଟାଲ୍ ଦେଶୀ ବ୍ରାଣ୍ଡ ପର୍ଯ୍ୟନ୍ତ ସମସ୍ତ ଗ୍ରାହକ ବର୍ଗରେ ଏବଂ ଭୌଗୋଳିକ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ରାଣ୍ଡ ନିର୍ମାଣ କରିବାର ଏକ ଟ୍ରାକ୍ ରେକର୍ଡ ପ୍ରତିଷ୍ଠା କରିଛୁ । ଉତ୍ପାଦର ବିକାଶ, ଉନ୍ନତ ଡିଜିଟାଲ୍ ସାମର୍ଥ୍ୟ ଏବଂ ରଣନୈତିକ ସହଯୋଗ ମାଧ୍ୟମରେ ଆମେ ଅଭିବୃଦ୍ଧିର ଦୃଢ଼ ସମର୍ଥକ । ଆମେ ଜିଓ ସହ ସହଭାଗୀ ହେବାକୁ ଅପେକ୍ଷା କରିଛୁ, ଯାହା ନିଜ ଦୂରଦୃଷ୍ଟି ତଥା ମିଶନକୁ କାର୍ଯ୍ୟକାରୀ କରି ନିଜ ଡିଜିଟାଲ ଏବଂ ଟେକ୍ନୋଲୋଜିକାଲ୍‌ ଦକ୍ଷତା ମାଧ୍ୟମରେ ୧୩୦ କୋଟି ଭାରତୀୟଙ୍କ ପାଇଁ ଏକ ଡିଜିଟାଲ ସମାଜ ଗଠନ କରିବା ପାଇଁ ଓ ଦେଶରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଏକ ସ୍ୱତନ୍ତ୍ର ସ୍ଥିତିରେ ଅଛି ।’’

ଜିଓ ପ୍ଲାଟଫର୍ମ୍ସ ହେଉଛି ଏକ ପରବର୍ତ୍ତୀ ପୀଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ପ୍ରାୟ ୪୦ କୋଟି ଗ୍ରାହକଙ୍କ ସହିତ ସମଗ୍ର ଭାରତରେ ଉଚ୍ଚ-ଗୁଣାତ୍ମକ ଓ ସୁଲଭ ଡିଜିଟାଲ୍ ସେବା ଯୋଗାଇ ଦେଉଛି । ଜିଓ ପ୍ଲାଟଫର୍ମ୍ସ ଏହାର ଡିଜିଟାଲ ଇକୋସିଷ୍ଟମରେ ବ୍ୟାପକ ବିନିଯୋଗ କରିଛି ।ବ୍ରୋଡବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବିଗ୍‌ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (Artificial Intelligence, AI) , ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (Internet of Things), ବୃଦ୍ଧି ଓ ମିଶ୍ରିତ ବାସ୍ତବତା ଏବଂ ବ୍ଲକ୍ ଚେନ୍ ଦ୍ୱାରା ପରିଚାଳିତ ଟେକ୍ନୋଲୋଜି ଏହି ଇକୋସିଷ୍ଟମର ଅଙ୍ଗ ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)

ଏହା ବି ପଢ଼ନ୍ତୁ: ADIA ନିବେଶକୁ ମିଶାଇ Jio ପାଖାପାଖି ₹୧ ଲକ୍ଷ କୋଟିର ନିବେଶ ସଂଗ୍ରହ କରିସାରିଛି: ୧୦ଟି ମୁଖ୍ୟ କଥା

ଏହା ବି ପଢ଼ନ୍ତୁ: Jioର ପୁଣି ଏକ ଡିଲ୍: ଆବୁଧାବିର ADIA ଜିଓ ପ୍ଲାଟଫର୍ମରେ ୧.୧୬% ଅଂଶଧନ ୫,୬୮୩ କୋଟି ଟଙ୍କାରେ କିଣିବ

ଏହା ବି ପଢ଼ନ୍ତୁ: ୬ ସପ୍ତାହରେ ରିଲାଏନ୍ସ ଜିଓର ୭ମ ଡିଲ୍: ୪,୫୪୬ କୋଟି ଟଙ୍କାରେ ସିଲଭର ଲେକ୍ ୨.୦୮% ଅଂଶଧନ କିଣିବ

ଏହା ବି ପଢ଼ନ୍ତୁ: ଦେଢ଼ ମାସରେ ରିଲାଏନ୍ସର ଷଷ୍ଠ ଡିଲ୍: ଆବୁଧାବିର ମୁବାଦଲା ଜିଓରେ ₹୯,୦୯୩ କୋଟି ନିବେଶ କରିବ

ଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛି

ଏହା ବି ପଢ଼ନ୍ତୁ: ରିଲାଏନ୍ସର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ଜବରଦସ୍ତ ସମର୍ଥନ ମିଳିଲା

ଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲା

ଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲା

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲା

ଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବ

ଏହା ବି ପଢ଼ନ୍ତୁରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍

ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗ

ଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନି

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲା
Published by:Anand Shankar Thankur Das
First published: