ଟ୍ରେନ ସେବା ପୁଣି ଆରମ୍ଭ ହେବାକୁ ସପ୍ତାହେ ପୂରିଲା; କଟକରେ ଯାତ୍ରୀଙ୍କ ସଂଖ୍ୟା କମ୍ ରହୁଛି

କଟକ ଦେଇ ଓଡ଼ିଶାରୁ ମୋଟ ୩ଟି ଟ୍ରେନ ଏବେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛି । ପ୍ରଥମ ଦିନ ମୋଟ ୫୭୯ ଜଣ ଯାତ୍ରୀ ଟ୍ରେନରେ ଯାତ୍ରା କରିଥିବା ବେଳେ ଗତ କାଲି ଏହି ସଂଖ୍ୟା ୨୧୯କୁ ଖସିଆସିଥିଲା ।

ଟ୍ରେନ ସେବା ପୁଣି ଆରମ୍ଭ ହେବାକୁ ସପ୍ତାହେ ପୂରିଲା; କଟକରେ ଯାତ୍ରୀଙ୍କ ସଂଖ୍ୟା କମ୍ ରହୁଛି
ଶୂନ୍ ଶାନ୍ ଠିଆହୋଇଛି କଟକ ରେଳ ଷ୍ଟେସନର ମୁଖ୍ୟ ଦ୍ୱାର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଜୁନ ପହିଲାରୁ ଦେଶରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ରେଳ ସେବାକୁ ଆଜି ସପ୍ତାହେ ପୂରିଛି । କିନ୍ତୁ ପ୍ରଥମ ଦୁଇ ଦିନକୁ ବାଦ ଦେଲେ ଏବେ ଏହି ଟ୍ରେନ୍‌ଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହିଛି । ବିଶେଷ କରି କଟକ ରେଳ ଷ୍ଟେସନରୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଅନେକାଂଶରେ କମିଛି ।

କଟକ ଦେଇ ଓଡ଼ିଶାରୁ ମୋଟ ୩ଟି ଟ୍ରେନ ଏବେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛି । ପ୍ରଥମ ଦିନ ମୋଟ ୫୭୯ ଜଣ ଯାତ୍ରୀ ଟ୍ରେନରେ ଯାତ୍ରା କରିଥିବା ବେଳେ ଗତ କାଲି ଏହି ସଂଖ୍ୟା ୨୧୯କୁ ଖସିଆସିଥିଲା । ଆଜି ୮୩ ଜଣ ଯାତ୍ରୀ ଭୁବନେଶ୍ବର-ହାଓଡ଼ା ଜନଶତାବ୍ଦୀରେ ଯାତ୍ରା କରିଥିବା ବେଳେ ସିକନ୍ଦରାବାଦ୍-ହାଓଡ଼ା ଫଲକନାମା ଏକ୍ସପ୍ରେସରେ ଆଜି ମାତ୍ର ଜଣେ ଯାତ୍ରୀ କଟକରୁ ଯାତ୍ରା କରିଛନ୍ତି ।

‘‘ପଶ୍ଚିମ ବଙ୍ଗ, ବିହାର ଆଉ ୟୁପିର ଲୋକେ ଲକଡ଼ାଉନରେ ଏଠି ଫସି ରହିଯାଉଥିଲେ । କେବଳ ସେହିମାନେ ହିଁ ଏହି ଟ୍ରେନରେ ଯାଉଛନ୍ତି । ଭାବୁଛି ଆଗକୁ ଯାତ୍ରୀଙ୍କ ସଂଖ୍ୟା ଆହୁରି କମିବ, କିନ୍ତୁ ଟ୍ରେନରେ ଚଢୁଥିବା ଆଉ ଓହ୍ଲାଉଥିବା ଯାତ୍ରୀଙ୍କୁ ନେଇ ରେଳବାଇର ଗାଇଡ଼ଲାଇନକୁ ପାଳନ କରି ସମସ୍ତଙ୍କ ସ୍କ୍ରିନିଂ ସହିତ ଶରୀରର ତାପମାତ୍ରା ଯାଞ୍ଚ କରିବା ପରେ ଆମେ ସେମାନଙ୍କୁ ଷ୍ଟେସନରେ ପଶିବା ଓ ବାହାରିବାର ଅନୁମତି ଦେଉଛୁ,’’ କହିଛନ୍ତି କଟକ ଆର.ପି.ଏଫ. ଥାନାଧିକାରୀ ପ୍ରବୀଣ କୁମାର ।

କଟକ ରେଳ ଷ୍ଟେସନର ରିଜର୍ଭେସନ୍ କାଉଣ୍ଟର୍ ଖାଲି ପଡ଼ିଛି ।


କଟକ ରେଳ ଷ୍ଟେସନ ପରିସରରେ ଥିବା ଟିକେଟ୍ ରିଜର୍ଭେସନ୍ କାଉଣ୍ଟର୍ ଅଧିକାଂଶ ସମୟରେ ସମ୍ପୂର୍ଣ୍ଣ ଖାଲି ରହୁଛି । ଆଜି ସକାଳ ୧୦ଟା ସୁଦ୍ଧା ମାତ୍ର ୪ ଜଣ ଲୋକ ଟିକେଟ ବୁକିଂ କରିଥିବା ରିଜର୍ଭେସନ୍ କାଉଣ୍ଟର୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ‘‘ପୂର୍ବ ଅପେକ୍ଷା ଟିକେଟ୍ ବୁକିଂର ସଂଖ୍ୟା କମିଛି । ଗତ କାଲି ସଟଡାଉନର ପ୍ରଥମ ଦିନରେ ମାତ୍ର ୧୯ ଜଣ ଲୋକ ଟିକେଟ୍ ବୁକିଂ ପାଇଁ ଏଠାକୁ ଆସିଥିଲେ । ଆଜି ସକାଳୁ ୪ ଜଣ ବୁକିଂ କରିଛନ୍ତି,’’ କହିଛନ୍ତି ରିଜର୍ଭେସନ କାଉଣ୍ଟର ଅଧିକାରୀ ଏ.କେ. ଶଢଙ୍ଗୀ ।

‘‘ମୋ’ ଘର ବିଜୟୱାଡ଼ାରେ । ମୁଁ କଟକର ଗୋଟିଏ କନଷ୍ଟ୍ରକ୍ସନ କମ୍ପାନୀରେ କାମ କରେ । ଏବେ କାମ ନ ଥିବାରୁ ଘରକୁ ଯିବା ପାଇଁ ବାହରିଛି । ଟ୍ରେନ ତ ଦିନ ଗୋଟାଏ ପରେ ଆସିବ, କିନ୍ତୁ ୩ ଘଣ୍ଟା ଆଗରୁ ଆସି ଏଠି ବସିଛି,’’ କହିଛନ୍ତି ହାଓଡ଼ା-ସିକନ୍ଦରାବାଦ୍ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀ କେ. ଭେଙ୍କଟେଶ୍ବର ।

କଟକ ଷ୍ଟେସନ ଦେଇ ଓଡିଶାରୁ ଏବେ ଯାତ୍ରା କରୁଥିବା ୩ଟି ଟ୍ରେନ୍‌ ହେଉଛି ସିକନ୍ଦରାବାଦ୍-ହାଉଡ଼ା ଫଲକନାମା ଏକ୍ସପ୍ରେସ୍, ଭୁବନେଶ୍ବର-ନୂଆ ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଓ ଭୁବନେଶ୍ବର-ହାଓଡ଼ା ଜନଶତାବ୍ଦୀ ଏକ୍ସପ୍ରେସ୍ । ଏହି ଟ୍ରେନଗୁଡ଼ିକ ଦିନକୁ ଦୁଇ ଯୋଡ଼ା କରି ଯାତ୍ରା କରୁଛି ।

ଏହା ବି ପଢ଼ନ୍ତୁ: 

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 7, 2020, 11:54 PM IST
corona virus btn
corona virus btn
Loading