ରାଜ୍ୟରେ ବସ୍ ଚାଲିବା ନେଇ ନିଷ୍ପତ୍ତି ହୋଇପାରିଲାନି; ବସ୍ ମାଲିକମାନେ ରାଜି ହେଉନାହାନ୍ତି

ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଟ୍ୟାକ୍ସ ଛାଡ଼ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଓ ସେ ଦିଗରୁ କୌଣସି ଅସୁବିଧା ନାହିଁ ।

ରାଜ୍ୟରେ ବସ୍ ଚାଲିବା ନେଇ ନିଷ୍ପତ୍ତି ହୋଇପାରିଲାନି; ବସ୍ ମାଲିକମାନେ ରାଜି ହେଉନାହାନ୍ତି
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାର ଗତ କାଲି କହିଥିଲେ ଯେ ଆଜି ଠାରୁ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚାଲିପାରିବ । କିନ୍ତୁ ରାଜ୍ୟ ବସ୍ ମାଲିକ ସଙ୍ଘ ଏଥି ପାଇଁ ପ୍ରସ୍ତୁତ ନାହିଁ । ସଙ୍ଘର କହିବା କଥା ଯେ ଏତେ ଶୀଘ୍ର ବସ୍ ଚଳାଇବାକୁ ମାଲିକମାନେ ପ୍ରସ୍ତୁତ ନୁହଁନ୍ତି। କାରଣ ଆଜିଠାରୁ ବସ୍ ଚଳାଇଲେ ମେ ମାସର ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ।

ଏହା ଛଡ଼ା ଇନସ୍ୟୁରାନ୍ସର ଅବଧି ବି ବଢ଼ାଯାଇ ପାରିବ ନାହିଁ ବୋଲି ବସ୍‌ ମାଲିକମାନେ ଚିନ୍ତାରେ ଅଛନ୍ତି । ତୃତୀୟରେ କରୋନା ଲକଡାଉନ ଯୋଗୁଁ ବିଭିନ୍ନ ବସର ଷ୍ଟାଫମାନେ କିଏ କେଉଁଠି ଅଛନ୍ତି, ଆସି ଯୋଗଦେଇ ନାହାଁନ୍ତି । ଏତେ ଶୀଘ୍ର ସେମାନଙ୍କୁ ଡାକି ବସ୍ ଚଳାଇବା ସମ୍ଭବ ନୁହେଁ । ଏ ସବୁ ସମସ୍ୟା ସଂପର୍କରେ ପ୍ରଥମେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ବସ୍‌ ଚଳାଚଳ ଆରମ୍ଭ କରିବା ଉପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କହିଛି ସଙ୍ଘ ।

ସରକାର ଟ୍ୟାକ୍ସ ଛାଡ଼ କରନ୍ତୁ, ଇନସ୍ୟୁରାନ୍ସ କଥା ବୁଝନ୍ତୁ, ତା ପରେ ଯାଇ ବସ୍ ଅନରୋଡ୍ ହେବ ବୋଲି ସଙ୍ଘ ପକ୍ଷରୁ ଆଜିର ବୈଠକରେ କୁହାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ବସ ଚାଲିବା ସମ୍ଭବ ନୁହେଁ ବୋଲି କହିଛି ଭୁବନେଶ୍ବର ଆଞ୍ଚଳିକ ବସ୍‌ ମାଲିକ ସଙ୍ଘ । ବସ୍‌ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିବା ସହିତ ସରକାର ମାଲିକଙ୍କ ସହ ଆଲୋଚନା କରନ୍ତୁ ବୋଲି ସଙ୍ଘ ଦାବି କରିଛି ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା


ଆଜି ଏ ନେଇ ଭୁବନେଶ୍ବର ବରମୁଣ୍ଡା ବସ ଷ୍ଟାଣ୍ଡରେ ଏକ ଆଞ୍ଚଳିକ ବୈଠକ ବସିଥିଲା । ଏଥିରେ  ଭୁବନେଶ୍ବରର ଲିଙ୍ଗରାଜ ବସ ମାଲିକ ସଙ୍ଘ, ମିନିବସ୍‌, ଟାଉନ ଓ ରାଜଧାନୀ ବସ୍‌ ମାଲିକ ସଙ୍ଘର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଟ୍ୟାକ୍ସ ଛାଡ଼ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଓ ସେ ଦିଗରୁ କୌଣସି ଅସୁବିଧା ନାହିଁ ।

‘‘ବସ୍‌ ମାଲିକମାନଙ୍କ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ଦାବିକୁ ଆମେ ଦେଖୁଛୁ । ତାହା ଉପରେ ଯାହା ନିଷ୍ପତ୍ତି ହେବ ସେହି ଅନୁସାରେ ଆଗକୁ କାମ ହେବ । ଏବେ ତ ସେମାନଙ୍କୁ କେହି ଟ୍ୟାକ୍ସ ମାଗୁନି । ବର୍ତ୍ତମାନ ତ ଟ୍ୟାକ୍ସ କ୍ଷମା ଅବଧି ଜୁନ୍‌ ମାସ ପର୍ଯ୍ୟନ୍ତ ବଢ଼େଇ ଦିଆଯାଇଛି । ତେଣୁ ଅସୁବିଧା କିଛ ନାହିଁ । ତା’ଛଡ଼ା ଯେଉଁ ସମୟରେ ବସ୍‌ ଚାଲିନାହିଁ ସେହି ସମୟର ଟ୍ୟାକ୍ସ ଆଦାୟ ନ କରିବାକୁ ଆମେ ଫାଇଲ୍‌ ଆଗକୁ ବଢ଼େଇସାରିଛୁ,’’ କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 3:11 PM IST
corona virus btn
corona virus btn
Loading