ପ୍ରଖ୍ୟାତ ଜ୍ୟୋତିଷ ବେଜନ ଦାରୁୱାଲା ଆଉ ନାହାନ୍ତି; କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ

ବେଜନ ଦାରୁୱାଲା ଭଗବାନ ଶ୍ରୀ ଗଣେଶଙ୍କର ଭକ୍ତ ଥିଲେ । ସେ ଭାରତୀୟ ଓ ପାଶ୍ଚାତ୍ୟ ଜ୍ୟୋତିଷ ଶାସ୍ତ୍ରକୁ ସଂଯୋଗ କରି ଭବିଷ୍ୟବାଣୀ କରିବା ପାଇଁ ଜଣାଶୁଣା ଥିଲେ ।

ପ୍ରଖ୍ୟାତ ଜ୍ୟୋତିଷ ବେଜନ ଦାରୁୱାଲା ଆଉ ନାହାନ୍ତି; କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ
ବେଜନ ଦାରୁୱାଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରସିଦ୍ଧ ଜ୍ୟୋତିଷ ବେଜନ ଦାରୁୱାଲା (Bejan Darauwala ) ୯୦ ବର୍ଷ ବୟସରେ ଅହମଦାବାଦର ଆପୋଲୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପୁଅ ନସ୍ତୁର ଦାରୁୱାଲା କହିଛନ୍ତି ଯେ ସେ ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କେତେକ ଗଣ ମାଧ୍ୟମର ରିପୋର୍ଟ ଓ ସୋସିଆଲ୍‌ ମିଡ଼ିଆ ଅନୁସାରେ ତାଙ୍କ ମୃତ୍ୟୁ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ହୋଇଛି । କିନ୍ତୁ ତାଙ୍କ ପୁଅ ନସ୍ତୁର କରୋନା ଭାଇରସ ସଂକ୍ରମଣ ଖବରକୁ ଖଣ୍ଡନ କରିଛନ୍ତି ।

ବେଜନ ଦାରୁୱାଲାଙ୍କୁ ପ୍ରାୟ ଏକ ସପ୍ତାହ ତଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ ଓ ତାଙ୍କ ଠାରେ ନ୍ୟୁମୋନିଆର ଲକ୍ଷଣ ଦେଖାଦେଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ବେଜନ ଦାରୁୱାଲା ବିଭିନ୍ନ କୌଶଳ ମାଧ୍ୟମରେ ଭବିଷ୍ୟବାଣୀ କରୁଥିଲେ ଓ ବୈଦିକ ଜ୍ୟୋତିଷ, ନ୍ୟୁମରୋଲୋଜି ଏବଂ ହସ୍ତ ରେଖା ସମେତ ଜ୍ୟୋତିଷ ଶାସ୍ତ୍ରର ବିଭିନ୍ନ ବିଭାଗର ପଣ୍ଡିତ ଥିଲେ । ସେ ଅର୍ଥନୀତି ଓ ବଜାରର ପରିବର୍ତ୍ତନର ପୂର୍ବାନୁମାନ ମଧ୍ୟ କରୁଥିଲେ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବେଜନ ଦାରୁୱାଲା


ମୋଦିଙ୍କ ବିଜୟର ପୂର୍ବାନୁମାନ କରିଥିଲେ ବେଜନ ଦାରୁୱାଲା

ବେଜନ ଦାରୁୱାଲା ୨୫ ଏପ୍ରିଲ ୨୦୦୩ରେ ମୁମ୍ବାଇର ତାଜ ହୋଟେଲରେ ଜ୍ୟୋତିଷ ଶାସ୍ତ୍ରର ଏକ ୱେବସାଇଟ୍ ଲଞ୍ଚ କରିଥିଲେ । ତାଙ୍କର ୱେବସାଇଟ୍ ନାମ ହେଉଛି ବେଜନାଦାରୁୱାଲାଡଟକମ୍ (bejandaruwala.com) । କୁହାଯାଉଛି ଯେ ସେ ସଞ୍ଜୟ ଗାନ୍ଧୀଙ୍କ ଦୁର୍ଘଟଣାର ମଧ୍ୟ ପୂର୍ବାନୁମାନ କରିଥିଲେ । ୨୦୧୪ ମସିହାରେ ସେ ନରେନ୍ଦ୍ର ମୋଦି ଦେଶର ପ୍ରଧାନ ମନ୍ତ୍ରୀ ଦେବେ ବୋଲି ମଧ୍ୟ ପୂର୍ବାନୁମାନ କରିଥିଲେ ।

ବେଜନ ଦୋରୁୱାଲାଙ୍କ ମୃତ୍ୟୁରେ ଗୁଜରାଟର ମୁଖ୍ୟ ମନ୍ତ୍ରୀ ବିଜୟ ରୁପାଣୀ ଟୁଇଟ୍ କରି କହିଛନ୍ତି, ‘‘ପ୍ରଖ୍ୟାତ ଜ୍ୟୋତିଷ ଶ୍ରୀ ବେଜନ ଦାରୁୱାଲାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ମୁଁ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ମୋର ସମବେଦନା, ଓମ୍ ଶାନ୍ତି ।’’

ବେଜନ ଦାରୁୱାଲା ଭଗବାନ ଶ୍ରୀ ଗଣେଶଙ୍କର ଭକ୍ତ ଥିଲେ । ସେ ଭାରତୀୟ ଓ ପାଶ୍ଚାତ୍ୟ ଜ୍ୟୋତିଷ ଶାସ୍ତ୍ରକୁ ସଂଯୋଗ କରି ଭବିଷ୍ୟବାଣୀ କରିବା ପାଇଁ ଜଣାଶୁଣା ଥିଲେ । ସେ ଜ୍ୟୋତିଷ ଶାସ୍ତ୍ରରେ ଆଇ-ଚିଙ୍ଗ୍, ଟାରୋଟ୍ ରିଡିଂ, କବାଲା ଓ ହସ୍ତ ରେଖାରେ ବିଶେଷଜ୍ଞ ଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା, ଯେଉଁଥିପାଇଁ ସେ ଭାରତ ତଥା ବିଶ୍ୱରେ ନିଜ ପାଇଁ ଏକ ନୂତନ ପରିଚୟ ପାଇଥିଲେ ।

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 9:27 PM IST
corona virus btn
corona virus btn
Loading