କରୋନା Unlock 5: ରାଜ୍ୟରେ ୩୧ ତାରିଖ ଯାଏଁ ବନ୍ଦ ରହିବ ମନ୍ଦିର, ସିନେମା ହଲ୍, ସ୍କୁଲ୍ ଓ କଲେଜ

ସବୁ କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ଯାଏଁ ଲକଡାଉନ ବଳବତ୍ତର ରହିବ । ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ଉପନିର୍ବାଚନ ହେଉଥିବା ଅଞ୍ଚଳରେ ଏକାଠି ହୋଇପାରିବେ ସର୍ବାଧିକ ୧୦୦ ଲୋକ ।

କରୋନା Unlock 5: ରାଜ୍ୟରେ ୩୧ ତାରିଖ ଯାଏଁ ବନ୍ଦ ରହିବ ମନ୍ଦିର, ସିନେମା ହଲ୍, ସ୍କୁଲ୍ ଓ କଲେଜ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 1, 2020, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଜାରି କରିଛନ୍ତି ଅନ୍‌ଲକ୍‌-୫ ଗାଇଡ୍‌ଲାଇନ୍‌ (Unlock 5 guidelines in Odisha) । କରୋନା ଭାଇରସ ସଂକ୍ରମଣ (Corona Virus in Odisha) ଏବେ ବି ରାଜ୍ୟ ପାଇଁ ବିପଦର ସଙ୍କେତ ଆଣୁଥିବାରୁ ଅକ୍ଟୋବର ୩୧ ଯାଏଁ ରାଜ୍ୟର ସବୁ କଣ୍ଟେନ୍‌ମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ସବୁ ଧାର୍ମିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବି ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ।

ଯଦିଓ ରାଜ୍ୟରେ ସବୁ ସିନେମା ହଲ୍, ସୁଇମିଂ ପୁଲ ଓ ଥିଏଟର ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ, ଅକ୍ଟୋବର ୧୫ତାରିଖ ପରେ ରାଜ୍ୟ କ୍ରୀଡ଼ା ବିଭାଗ ଦ୍ବାରା ସ୍ବୀକୃତ ସୁଇମିଂ ପୁଲଗୁଡ଼ିକ ତାଲିମ ପାଇଁ କେନ୍ଦ୍ର ସରକାରଙ୍କ ଦିଶାନିର୍ଦ୍ଦେଶ ଅନୁସାରେ ଖୋଲିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ।

ଅକ୍ଟୋବର ୩୧ ପର୍ଯ୍ୟନ୍ତ ରାଜ୍ୟର ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବି ବନ୍ଦ ରହିବ । ପରୀକ୍ଷା ପରିଚାଳନ, ଖାତାଦେଖା ଓ ଅନ୍ୟାନ୍ୟ ପ୍ରାଶାସନିକ କାର୍ଯ୍ୟକଳାପକୁ ମିଳିବ ଅନୁମତି । କୋଭିଡ ନିୟମ ମାନି ଚାଲିପାରିବ କେବଳ ମୁକ୍ତାକାଶ ଥିଏଟର । ଅକ୍ଟୋବର ୩୧ ପର୍ଯ୍ୟନ୍ତ ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବି ବନ୍ଦ ରହିବ ।

କେବଳ ଉପନିର୍ବାଚନ ହେଉଥିବା ଦୁଇଟି ଅଞ୍ଚଳରେ (ବାଲେଶ୍ୱର ସଦର ଓ ତିର୍ତ୍ତୋଲ) ଏକାଠି ହୋଇପାରିବେ ସର୍ବାଧିକ ଶହେ ଲୋକ । କିନ୍ତୁ ସମସ୍ତଙ୍କ ପାଇଁ କୋଭିଡ୍‌ ନିୟମ ମାନିବା ବାଧ୍ୟତାମୂଳକ ବୋଲି ଏହି ଅନଲକ୍‌ ମାର୍ଗଦର୍ଶିକାରେ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ହାଥରସ ପରେ UPରେ ପୁଣି ଏକ ନାବାଳିକାର ରେପ୍ ପରେ ହତ୍ୟା ହେଲା; ମଥାକୁ ପଥରରେ ଛେଚିଲେ

ଏହା ବି ପଢ଼ନ୍ତୁ | ହାଥରସକୁ ପଦଯାତ୍ରା ବେଳେ ରାହୁଳ ଗାନ୍ଧି ତଳେ ପଡ଼ିଗଲେ, କହିଲେ ପୋଲିସ ଠେଲି ଦେଲା

ଏହି ଗାଇଡଲାଇନ୍‌ ଅନୁସାରେ PhD ରିସର୍ଚ୍ଚ ସ୍କଲାର୍ ଓ ସ୍ନାତକତ୍ତୋର ଛାତ୍ରଛାତ୍ରୀମାନେ ପଢ଼ା ପାଇଁ ଆବଶ୍ୟକ କରୁଥିବା ପରୀକ୍ଷାଗାର ଓ ପରୀକ୍ଷାମୂଳକ କାର୍ଯ୍ୟ ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ଖୋଲିବ ।



କଣ୍ଟେନ‌ମେଣ୍ଟ୍‌‌ ଜୋନ୍ ବାହାରେ ଅନଲାଇନ୍ ଶିକ୍ଷାଦାନ ଓ ଟେଲି କାଉନସେଲିଙ୍ଗ୍ ପାଇଁ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କୁ ସ୍କୁଲକୁ ଡକାଇପାରନ୍ତି ବୋଲି ଏହି ଗାଇଡଲାଇନରେ କୁହାଯାଇଛି । ହେଲେ ଏଥି ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିୟମାବଳୀର ଅନୁପାଳନ କରିବାକୁ ପଡ଼ିବ ବୋଲି କୁହାଯାଇଛି ।
Published by: Anand Shankar Thankur Das
First published: October 1, 2020, 11:53 PM IST
corona virus btn
corona virus btn
Loading