ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛି

ରିଲାଏନ୍ସର ଉଚ୍ଚ ଗୁଣବତ୍ତା ଥିବା PPE କିଟର ଦାମ୍ ଚୀନରୁ ଆମଦାନୀ ହେଉଥିବା କିଟର ଦାମର ଏକ ତୃତୀୟାଂଶ । ଏହା ଦେଶରେ କରୋନା ସଙ୍କଟର ମୁକାବିଲାରେ ବହୁତ ସାହାଯ୍ୟ କରୁଛି ।

ରିଲାଏନ୍ସର ଆଲୋକ ଇଣ୍ଡଷ୍ଟ୍ରିଜରେ ୧୦,୦୦୦ ଟେଲର୍ ପିପିଇ କିଟ୍ ବନାଉଛନ୍ତି ।

ରିଲାଏନ୍ସର ଆଲୋକ ଇଣ୍ଡଷ୍ଟ୍ରିଜରେ ୧୦,୦୦୦ ଟେଲର୍ ପିପିଇ କିଟ୍ ବନାଉଛନ୍ତି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନୂଆ କରି କିଣିଥିବା ଟେକ୍ସଟାଇଲ୍ ଓ ପୋଷାକ ନିର୍ମାତା ଆଲୋକ ଇଣ୍ଡଷ୍ଟ୍ରିଜକୁ କରୋନା ଭାଇରସ୍‌ ପାଇଁ ସୁରକ୍ଷା ପୋଷାକ (PPE, personal protective equipment) ଉତ୍ପାଦନ କରୁଥିବା ଫ୍ୟାକ୍ଟ୍ରିରେ ପରିଣତ କରିଛି । ଏହି ଫ୍ୟାକ୍ଟ୍ରି ଚୀନରୁ ଆମଦାନୀ ହେଉଥିବା PPEର ଦାମର ଏକ ତୃତୀୟାଂଶ ଦାମରେ କୋଭିଡ-୧୯ (COVID-19) ସୁରକ୍ଷା ପୋଷାକ ଉତ୍ପାଦନ କରୁଛି ।

ଗୁଜୁରାଟର ସିଲଭାସାରେ ଥିବା ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କେବଳ ପିପିଇ କିଟ୍‌ ଉତ୍ପାଦନ ପାଇଁ ଲଗାଇଛି ବୋଲି ପି.ଟି.ଆଇ. ଏକ ରିପୋର୍ଟରେ କହିଛି । କରୋନା ମହାମାରୀ ବିରୋଧରେ ଲଢ଼େଇରେ ନିୟୋଜିତ ଡାକ୍ତର, ନର୍ସ, ମେଡିକାଲ୍ କର୍ମଚାରୀ ଓ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସୁରକ୍ଷା ପାଇଁ ପିପିଇ କିଟ୍‌ ବ୍ୟବହାର କରାଯାଉଛି ।

ଦିନକୁ ଏକ ଲକ୍ଷରୁ ଅଧିକ ପିପିଇ କିଟ୍ ଉତ୍ପାଦନ କରିବା ପାଇଁ ଆଲୋକ ଇଣ୍ଡଷ୍ଟ୍ରିଜର କ୍ଷମତା ବୃଦ୍ଧି କରାଯାଇଛି ଏବଂ ପ୍ରତି କିଟର ଦାମ୍‌ ୬୫୦ ଟଙ୍କା ରଖାଯାଇଛି । ଏବେ ଦେଶକୁ ଚୀନରୁ ଆମଦାନୀ ହେଉଥିବା ପ୍ରତି ପିପିଇ କିଟର ଦାମ୍‌ ୨,୦୦୦ ଟଙ୍କା ପଡ଼ୁଛି । ଭବିଷ୍ୟତରେ ପିପିଇ କିଟ୍‌ ବିଦେଶକୁ ରପ୍ତାନି କରିବା ପାଇଁ ଏହି ଫ୍ୟାକ୍ଟ୍ରି ବ୍ୟବହାର ହୋଇପାରିବ।

ରିଲାଏନ୍ସ ଏହି ଫ୍ୟାକ୍ଟ୍ରିରେ ପିପିଇ କିଟର ଉତ୍ପାଦନ ଏପ୍ରିଲ୍ ମଧ୍ୟ ଭାଗରେ ଆରମ୍ଭ କରିଥିଲା ।


ଏହି ପ୍ଲାଣ୍ଟରେ ଅନେକ ପରିବର୍ତ୍ତନ କରି, ନିଜ ପେଟ୍ରୋକେମିକାଲ୍‌ ପ୍ଲାଣ୍ଟରୁ କଞ୍ଚା ମାଲ୍‌ ଓ ନୂଆ ଟେକ୍ନୋଲୋଜି ବ୍ୟବହାର କରି ୧୦,୦୦୦ ଟେଲର୍‌ (ଦର୍ଜୀ)ଙ୍କୁ ଲଗେଇ ରିଲାଏନ୍ସ ପିପିଇ କିଟ୍‌ ବନାଉଛି ।

ଏହି ଫ୍ୟାକ୍ଟ୍ରିରେ ପିପିଇ କିଟର ଉତ୍ପାଦନ ଏପ୍ରିଲ୍ ମଧ୍ୟ ଭାଗରେ ଆରମ୍ଭ ହୋଇଥିଲା ଓ ଉତ୍ପାଦନ କ୍ଷମତା ବଢ଼େଇବା ପରେ ଏହା ବର୍ତ୍ତମାନ ଭାରତର ଦୈନିକ PPE ଉତ୍ପାଦନ କ୍ଷମତାର ଏକ ପଞ୍ଚମାଂଶ ତିଆରି କରୁଛି । ଦେଶରେ ଅନ୍ୟ PPE କିଟ୍ ଉତ୍ପାଦକମାନଙ୍କ ମଧ୍ୟରେ ଅଛନ୍ତି ଜେସିଟି ଫଗୱାଡ଼ା, ଗୋକଲଦାସ୍‌ ଏକ୍ସପୋର୍ଟ୍ସ ଓ ଆଦିତ୍ୟ ବିଡ଼ଲା । କରୋନା ଭାଇରସ୍ ସଙ୍କଟ ଆରମ୍ଭ ହେବା ପରେ ଦେଶରେ ପିପିଇ କିଟ୍‌ ଉତ୍ପାଦନ ହେଉ ନ ଥିବାରୁ ଭାରତ ଅଧିକାଂଶ କିଟ୍‌ ବିଦେଶରୁ ଆମଦାନୀ କରୁଥିଲା ।

କୋଭିଡ୍ ମୁକାବିଲାରେ ଲାଗିଥିବା କର୍ମୀମାନେ ପିପିଇ କିଟ୍ ପିନ୍ଧିବା ବହୁତ ଜରୁରୀ ।


ରିଲାଏନ୍ସର ଉଚ୍ଚ ଗୁଣବତ୍ତା ଓ କମ୍ ଦାମର ପିପିଇ କିଟ୍‌ ଦେଶରେ କରୋନା ଭାଇରସ୍‌ ସଙ୍କଟର ମୁକାବିଲାରେ ଯଥେଷ୍ଟ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ସିଲଭାସା ୟୁନିଟ୍ ପିପିଏ କଭର୍‌-ଅଲ୍‌ ସୁଟ୍ ଉତ୍ପାଦନ କରୁଛି, ଯାହା ଗୋଟିଏ ଜିପ୍-ଅପ୍ ସୁଟ୍ ଓ ଏହା ଆଣ୍ଟି-ମାଇକ୍ରୋବାୟଲ୍ ଟେପ୍ ଦ୍ୱାରା ଆବୃତ ହୋଇଛି । ଏହାକୁ ବନେଇବାରେ ଉଚ୍ଚ ଗ୍ରେଡ୍ ପଲିପ୍ରୋପିଲିନ୍ ବ୍ୟବହୃତ ହେଉଛି, ଯାହା ଏହାକୁ ହାଲୁକା ରଖୁଛି ଓ ଅଧିକ ସ୍ୱଚ୍ଛତା ଦେଉଛି ।

ପିପିଇ ସୁଟରେ କଭର୍‌-ଅଲ୍ ପୋଷାକ, ଗ୍ଲୋଭସ୍, ଜୋତା କଭର, ଥ୍ରୀ-ପ୍ଲାଇ ବା N95 ଫେସ୍ ମାସ୍କ, ହେଡ୍ ଗିଅର୍ ଓ ଫେସ୍ ସିଲ୍ଡ ଥାଏ ।

ଏହା ବି ପଢ଼ନ୍ତୁ:

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: