ରିଲାଏନ୍ସ ନିଜ ସବୁ କର୍ମଚାରୀଙ୍କ କରୋନା ଟିକାକରଣର ମୂଲ୍ୟ ବହନ କରିବ, ଜଣେଇଲେ ନୀତା ଅମ୍ବାନୀ

ରିଲାଏନ୍ସ ଗୃପରେ ପ୍ରାୟ ଛଅ ଲକ୍ଷ କର୍ମଚାରୀ କାର୍ଯ୍ୟ କରନ୍ତି । ଏହି କର୍ମଚାରୀମାନଙ୍କ ପରିବାର ଲୋକଙ୍କୁ ମିଶାଇଲେ ମୋ’ଟ ସଂଖ୍ୟା ୧୯ ଲକ୍ଷରୁ ଅଧିକ ହେଉଛି । ପରିବାର ଲୋକଙ୍କ ଟିକାକରଣ ଖର୍ଚ୍ଚ ବି ବହନ କରିବ କମ୍ପାନୀ ।

ରିଲାଏନ୍ସ ନିଜ ସବୁ କର୍ମଚାରୀଙ୍କ କରୋନା ଟିକାକରଣର ମୂଲ୍ୟ ବହନ କରିବ, ଜଣେଇଲେ ନୀତା ଅମ୍ବାନୀ
ନିଜ ପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର CMD ମୁକେଶ ଅମ୍ବାନୀଙ୍କ ସହ ରିଲାଏନ୍ସର ନିର୍ଦ୍ଦେଶକ ନୀତା ଅମ୍ବାନୀ
  • News18 Odia
  • Last Updated: March 5, 2021, 12:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କର୍ପୋରେଟ୍ ଜଗତ ବି ବର୍ତ୍ତମାନ ନିଜ କର୍ମଚାରୀମାନଙ୍କୁ କରୋନା ଭାଇରସ୍ (Coronavirus) ବିରୁଦ୍ଧରେ କୋଭିଡ୍ ଟିକାକରଣ (Covid Vaccination) ଯୋଗାଇବା ପାଇଁ ଦେଇଥିବା ପ୍ରତିଶୃତି ପୂରଣ କରିବା ଦିଗରେ ଗତି କରୁଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର (Reliance Industries) ନିର୍ଦ୍ଦେଶକ ନୀତା ଅମ୍ବାନୀ (Nita Ambani) ରିଲାଏନ୍ସ କର୍ମଚାରୀଙ୍କୁ ଏକ ଚିଠି ଲେଖି ଜଣେଇଛନ୍ତି ଯେ ସବୁ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଟିକାକରଣର ସମସ୍ତ ମୂଲ୍ୟ ରିଲାଏନ୍ସ ବହନ କରିବ ।

ରିଲାଏନ୍ସର ଯୋଗ୍ୟ କର୍ମଚାରୀମାନେ ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କାର୍ଯ୍ୟକ୍ରମରେ ଯଥା ଶୀଘ୍ର ନିଜକୁ ଓ ନିଜ ପରିବାରକୁ ପଞ୍ଜୀକୃତ କରାନ୍ତୁ ବୋଲି ନିତା ଅମ୍ବାନୀ ଚିଠିରେ ଅନୁରୋଧ କରିଛନ୍ତି। ନିଜ ପ୍ରତିଶୃତିକୁ ଦୋହରାଇ ନୀତା ଅମ୍ବାନୀ କହିଛନ୍ତି ଯେ କରୋନା ବିରୋଧରେ ଲଢ଼େରେ ସେ ଦେଶର ସରକାରଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା

ଏହା ପୂର୍ବରୁ ଡିସେମ୍ବର ୨୦୨୦ର ଶେଷରେ 'ରିଲାଏନ୍ସ ଫ୍ୟାମିଲି ଡେ' ଅବସରରେ ନୀତା ଅମ୍ବାନୀ ଓ ତାଙ୍କ ପତି ତଥା ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ (Mukesh Ambani) କହିଥିଲେ ଯେ ଆବଶ୍ୟକ ଅନୁମତି ମିଳିବା ମାତ୍ରେ ସେ ରିଲାଏନ୍ସର ସବୁ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବେ ।

‘‘ମୁକେଶ ଓ ମୁଁ ବିଶ୍ୱାସ କରୁଁ ଯେ କେବଳ ନିଜ ପ୍ରିୟଜନଙ୍କ ସୁଖ ଓ ସ୍ୱାସ୍ଥ୍ୟର ଯତ୍ନ ନେବା ଦ୍ୱାରା ପରିବାର ଗଠନ ହୁଏ, ଆଉ ଏହି ବଡ଼ ପରିବାରର ନାଁ ହେଉଛି ‘ରିଲାଏନ୍ସ ଫ୍ୟାମିଲି‘,’’ କର୍ମଚାରୀମାନଙ୍କୁ ନିଜ ଚିଠିରେ ଲେଖିଛନ୍ତି ନୀତା ଅମ୍ବାନୀ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଶ୍ୱର ସର୍ବବୃହତ କରୋନା ଟିକାକରଣ ଅଭିଯାନ ବିଷୟରେ ଉଲ୍ଲେଖ କରି ନୀତା ଅମ୍ବାନୀ କହିଛନ୍ତି, ‘‘ଦେଶ କରୋନା ବିରୋଧରେ ଯୁଦ୍ଧରେ ଜିତିବାର ଏବେ ସମୟ ଆସିଗଲାଣି । ଆଶା, ବିଶ୍ୱାସ ଓ ଆନନ୍ଦ ସହିତ ଦେଶ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିବ ।”

ରିଲାଏନ୍ସ ଗୃପରେ ପ୍ରାୟ ଛଅ ଲକ୍ଷ କର୍ମଚାରୀ କାର୍ଯ୍ୟ କରନ୍ତି । ଏହି କର୍ମଚାରୀମାନଙ୍କ ପରିବାର ଲୋକଙ୍କୁ ମିଶାଇଲେ ମୋ’ଟ ସଂଖ୍ୟା ୧୯ ଲକ୍ଷରୁ ଅଧିକ ହେଉଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ କମ୍ପାନୀର କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ‘‘ଆପଣମାନଙ୍କ ସମସ୍ତଙ୍କ ସହଯୋଗ ମିଳିଲେ ଆମେ ଶୀଘ୍ର ଏହି ମହାମାରୀରୁ ମୁକ୍ତି ପାଇଯିବୁ ।’’ ସେ ଚେତାବନୀ ଦେଇ କହିଛନ୍ତି ଯେ କରୋନା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଚାଲି ଯାଇ ନାହିଁ, ଆମକୁ କରୋନା ବିରୋଧରେ ସମ୍ପୂର୍ଣ୍ଣ ଯତ୍ନ ଓ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

‘‘ଆମେ କରୋନା ସହିତ ସଂଗ୍ରାମର ଶେଷ ପର୍ଯ୍ୟାୟରେ ଅଛୁ ଏବଂ ଏହାକୁ ଶୀଘ୍ର ଦୂର କରିବୁ,’’ ଚିଠି ଶେଷ କରି ନୀତା ଅମ୍ବାନୀ କହିଛନ୍ତି । ‘‘ମୁଁ ବିଶ୍ୱାସ କରେ ଯେ କରୋନା ହାରିଯିବ, ଭାରତ ଜିତିବ!’’



(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand Shankar Thankur Das
First published: March 5, 2021, 12:49 PM IST