Reliance ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏହି ଯୋଜନା ଅଧୀନରେ ଦେଶର ୮୮୦ଟି ସହରରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବ । କର୍ମଚାରୀମାନଙ୍କ ସମେତ ସେମାନଙ୍କ ସବୁ ପରିବାର ସଦସ୍ୟ ବି ଏହି ଯୋଜନାରେ ଅନ୍ତର୍ଭୁକ୍ତ ।

ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ

ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ

  • Share this:
News18 Odia Digital

ନୂଆ ଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ରୋକିବା ପାଇଁ ଟିକାକରଣ (vaccination) ଅଭିଯାନ ଜୋରଦାର କରାଯାଇଛି । ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ କରାଯାଉଛି । ଏହାରି ମଧ୍ୟରେ ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited) ଦେଶକୁ କରୋନା ମୁକ୍ତ କରିବା ପାଇଁ ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ କରିଛି । ଏହା ଅଧୀନରେ କମ୍ପାନୀ ନିଜର ସବୁ କର୍ମଚାରୀ, ସହଯୋଗୀ, ଅଂଶୀଦାର (ବିପି, ଗୁଗୁଲ୍ ଇତ୍ୟାଦି) ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି ।

ରିଲାଏନ୍ସର ଏହି ପଦକ୍ଷେପ ଟିକାକରଣ ଅଭିଯାନରେ ରାଜ୍ୟମାନଙ୍କୁ ସାହାଯ୍ୟ କରିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏହି ଯୋଜନା ଅଧୀନରେ ଦେଶର ୮୮୦ଟି ସହରରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବ । କର୍ମଚାରୀମାନଙ୍କ ସମେତ ସେମାନଙ୍କ ସବୁ ପରିବାର ସଦସ୍ୟ, ଅର୍ଥାତ୍ ପତି-ପତ୍ନୀ, ପିତାମାତା, ଜେଜେବାପା, ଶାଶୁ, ଯୋଗ୍ୟ ଶିଶୁ ଓ ଭାଇଭଉଣୀମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀବାତ୍ୟା ଆଗରୁ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା

ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ବି ଟିକା ଦିଆଯିବ

ରିଲାଏନ୍ସ କମ୍ପାନୀର ଏହି ଅଭିଯାନ କେବଳ ଏହାର ବର୍ତ୍ତମାନର କର୍ମଚାରୀମାନଙ୍କ ମଧ୍ୟରେ ସୀମିତ ନୁହେଁ । ରିଲାଏନ୍ସ ଏହି ଟିକାକରଣ କାର୍ଯ୍ୟକ୍ରମକୁ ନିଜ ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ବି ବିସ୍ତାର କରିଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସାମ୍ନାରେ ଜଗନ୍ନାଥଙ୍କ ବିଗ୍ରହ, ପରଦାରେ ବାତ୍ୟାର ଗତି ପଥ: ‘ୟାସ୍ବିଷୟରେ ଖବର ରଖୁଥିଲେ CM ନବୀନ ପଟ୍ଟନାୟକ

ସମସ୍ତ ଯୋଗ୍ୟ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ କୋୱିନ୍ ଆପରେ (CoWin app) ପଞ୍ଜୀକରଣ କରିବାକୁ ପଡି଼ବ, ଯାହା ପରେ ସେମାନେ ଯେଉଁ ସ୍ଥାନରେ ଟିକା ନେବାକୁ ଚାହୁଁଛନ୍ତି ତାହା ଜିଓର ଅନଲାଇନ୍ ସ୍ୱାସ୍ଥ୍ୟ ସେବା ପ୍ଲାଟଫର୍ମ ହେଲଥ୍ ହବରେ (Jio Health Hub) ଦେଇ ସ୍ଲଟ୍ ବୁକ୍ କରିପାରିବେ ।

ଏହା ବି ପଢ଼ନ୍ତୁ | ଆଉ ନାହାଁନ୍ତି ପ୍ରବଚକ ପଣ୍ଡିତ ଚାରଣ ରାମ ଦାସ; କରୋନା ସଂକ୍ରମଣରେ ତାଙ୍କର ପରଲୋକ ହେଲା

ରିଲାଏନ୍ସର ଏହି ଟିକାକରଣ କାର୍ଯ୍ୟକ୍ରମ ସରକାରଙ୍କ କର୍ମକ୍ଷେତ୍ର ଟିକାକରଣ ନୀତିର ଏକ ଅଂଶ । ଏଥିରେ ୮୦୦ରୁ ଅଧିକ ସହରରେ ଥିବା ରିଲାଏନ୍ସର ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ର (OHC) ଯଥା ଜାମନଗର, ବଡ଼ୋଦରା, ହାଜିରା, ଦହେଜ, ପାତାଲଗଙ୍ଗା, ନାଗୋଥାନେ, କାନିକାଡ଼ା, ଗାଡି଼ମୋଗା, ସାହଡୋଲ, ବାରାବାଙ୍କି ଓ ହୋସଆରପୁର ବ୍ୟତୀତ ରିଲାଏନ୍ସ ହସ୍ପିଟାଲ ଓ ପାର୍ଟନର ହସ୍ପିଟାଲ ଏବମ ଆପୋଲୋ, ମ୍ୟାକ୍ସ ଓ ମଣିପାଲ ପରି ଡାକ୍ତରଖାନାରେ ଏହି ଟିକାକରଣ ହେବ ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଏ ପର୍ୟ୍ୟନ୍ତ ରିଲାଏନ୍ସ ନିଜର ୩.୩୦ ଲକ୍ଷରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେଇସାରିଛି । କମ୍ପାନୀ କହିଛି ଯେ ଟିକା ପାଇଥିବା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଟିକାକରଣରେ ହେଉଥିବା ଖର୍ଚ୍ଚ ସମ୍ପୂର୍ଣ୍ଣ ରୂପେ ଫେରସ୍ତ କରାଯାଉଛି ।

ଏହା ବି ପଢ଼ନ୍ତୁ | , , … : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତାପରେ ସାନ ପୁଅ, ତାପରେ ବଡ଼ ପୁଅ

ରିଲାଏନ୍ସ ଜୁନ୍ ୧୫ ତାରିଖ ସୁଦ୍ଧା ନିଜର ସବୁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ସବୁ RIL କର୍ମଚାରୀଙ୍କ ସମେତ ପ୍ରାୟ ୧୩,୦୦୦ ଖୁଚୁରା ଓ ଜିଓ ଷ୍ଟୋ‌ର କର୍ମଚାରୀଙ୍କୁ ବି ଟିକାକରଣ କରାଯିବ । ଏହି ଅଭିଯାନ ପାଇଁ କମ୍ପାନୀ ଉଭୟ ସେରମ୍ ଇନଷ୍ଟିଚ୍ୟୁଟ୍ର ଅଫ୍‌ ଇଣ୍ଡିଆରୁ କୋଭିଶିଲ୍ଡ ଭ୍ୟାକ୍ସିନ୍‌ (Covishield) ଓ ଭାରତ ବାୟୋଟେକରୁ କୋଭାକ୍ସିନ୍ ଭ୍ୟାକ୍ସିନ୍‌ (Covaxin) କିଣିଛି ।



(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by:Anand S.T. Das
First published: