Relianceର Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ତଦାରଖ କରୁଛନ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର CMD ମୁକେଶ ଅମ୍ବାନୀ ଓ ତାଙ୍କ ଧର୍ମପତ୍ନୀ ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ନୀତା ଅମ୍ବାନୀ ନିଜେ ଗୃପ୍ ଦ୍ୱାରା ଜାରି ଥିବା କରୋନା ମୁକାବିଲା କାର୍ଯ୍ୟର ତଦାରଖ କରୁଛନ୍ତି ।

Relianceର Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ତଦାରଖ କରୁଛନ୍ତି
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର CMD ମୁକେଶ ଅମ୍ବାନୀ ଓ ତାଙ୍କ ଧର୍ମପତ୍ନୀ ନୀତା ଅମ୍ବାନୀ
  • News18 Odia
  • Last Updated: April 30, 2021, 11:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶ ବର୍ତ୍ତମାନ କରୋନା ଭାଇରସର (Coronavirus) ଦ୍ୱିତୀୟ ଲହର ବିରୋଧରେ ମୁକାବିଲା କରୁଥିବାରୁ ଦେଶରେ ଅମ୍ଳଜାନର (Oxygen) ଚାହିଦା ବହୁତ ବୃଦ୍ଧି ପାଇଛି ଓ ଏହାର ଅଭାବ ମଧ୍ୟ ଦେଖାଦେଇଛି । ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited) କରୋନା ଭାଇରସ୍‌ ସଂକ୍ରମଣ ବିରୋଧରେ ଲଢ଼େଇରେ ଏକ ପ୍ରମୁଖ ଯୋଗଦାନ ଦେଇଛି । ବାସ୍ତବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ଜାମନଗର ରିଫାଇନାରୀ ଜରିଆରେ ବିଭିନ୍ନ ରାଜ୍ୟକୁ ତରଳ ମେଡିକାଲ୍ ଅମ୍ଳଜାନ (Liquid Medical Oxygen, LMO) ଯୋଗାଇ ଦେଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏହି ପଦକ୍ଷେପକୁ ସୁପ୍ରିମ୍‌ କୋର୍ଟରେ ବି ସ୍ୱାଗତ କରାଯାଇଛି । ଏକ ମାମଲାର ଶୁଣାଣି କରିବା ସମୟରେ ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ସାମ୍ନାରେ ଅତିରିକ୍ତ ସଚିବ ସୁମିତା ଡାୱରା କହିଛନ୍ତି, ‘‘ଜଣେ ପ୍ରଶାସକ ଭାବରେ ଏହା ଜାଣି ମୋ’ ଆଖି ଖୋଲିଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଜାମନଗର ରିଫାଇନାରୀ ମାଧ୍ୟମରେ କେମିତି ତରଳ ମେଡିକାଲ୍‌ ଅମ୍ଳଜାନ ଉତ୍ପାଦନ କଲା । ବର୍ତ୍ତମାନ ଏହା ଆହୁରି ୭୦୦ ମିଲିଅନ୍‌ ଟନକୁ (MT) ବୃଦ୍ଧି ପାଇଛି ।’’

ଏହା ବି ପଢ଼ନ୍ତୁ | କରୋନା ବେକାବୁ: ଦେଶରେ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ; ଆମେରିକାରୁ ଆସିଲା ରିଲଫ୍ସାମଗ୍ରୀ



ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) ଓ ତାଙ୍କ ଧର୍ମପତ୍ନୀ ତଥା ରିଲାଏନ୍ସ ଫାଉଣ୍ଡେସନର (Reliance Foundation) ପ୍ରତିଷ୍ଠାତା ନୀତା ଅମ୍ବାନୀ (Nita Ambani) ନିଜେ ଗୃପ୍‌ ଦ୍ୱାରା ଜାରି ଥିବା କରୋନା ମୁକାବିଲା କାର୍ଯ୍ୟକୁ ତଦାରଖ କରୁଛନ୍ତି । ଏହି ବିଷୟରେ ଜାଣିଥିବା ବ୍ୟକ୍ତିମାନେ କହିଛନ୍ତି ଯେ ରିଲାଏନ୍ସର ଜାମନଗର ମେଗା-ରିଫାଇନାରୀ ଓ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସରେ ଚାଲିଥିବା କୋଭିଡ-୧୯ ରିଲିଫ୍‌ କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବା ପାଇଁ ମୁକେଶ ଅମ୍ବାନୀ ରବିବାର ବିଳମ୍ବିତ ରାତିରେ ଜାମନଗର ଅଭିମୁଖେ ଏକ ବିମାନରେ ଯାତ୍ରା କରିଥିଲେ ।

ଏହା ବି ପଢ଼ନ୍ତୁ | ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି

ରିଲାଏନ୍ସ ଫାଉଣ୍ଡେସନର (Reliance Foundation) ପ୍ରତିଷ୍ଠାତା ନୀତା ଅମ୍ବାନୀ


RIL ମେଡିକାଲ୍-ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ କରିବାର କ୍ଷମତାକୁ ଦିନକୁ ୧୦୦ଟନରୁ ବଢ଼ାଇ ୭୦୦ ଟନ୍ କରିଛି । ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଆସନ୍ତା ସପ୍ତାହ ସୁଦ୍ଧା ଏହାକୁ ଦିନକୁ ୧,୧୦୦ ଟନ ବୃଦ୍ଧି କରାଯିବ ବୋଲି କମ୍ପାନୀ କହିଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍ଲାଗିଛି, ହେଲେ ଆଗକୁ ହେବ?

ରିଲାଏନ୍ସ ଫାଉଣ୍ଡେସନ୍‌ ଅମ୍ଳଜାନ ଯୋଗାଣ ସହିତ ଗୁଜୁରାଟର ଜାମନଗରରେ (Jamnagar) ୧,୦୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର୍‌ ସୁବିଧା (COVID care facility) ଚଳାଇବାକୁ ଯାଉଛି । ସେଠାରେ ଲୋକଙ୍କୁ କୋଭିଡ ଚିକିତ୍ସା ସୁବିଧା ମାଗଣା ଚିକିତ୍ସା ଦିଆଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନି

ଏହି କୋଭିଡ ଚିକିତ୍ସା କେନ୍ଦ୍ର ଆରମ୍ଭ ହେବା ଦ୍ୱାରା ଜାମନଗର, ଖମ୍ଭଲିଆ, ଦ୍ୱାରକା, ପୋରବନ୍ଦର ଓ ସୌରାଷ୍ଟ୍ରର ଅନ୍ୟାନ୍ୟ ଅଞ୍ଚଳ ଉପକୃତ ହେବେ । ଏହି କୋଭିଡ୍ ସେଣ୍ଟର୍‌ ପ୍ରତିଷ୍ଠା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ବୋଲି କହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

୧,୦୦୦ ବେଡ୍‌ ମଧ୍ୟରୁ ୪୦୦ ବେଡ୍‌ ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ର ସପ୍ତାହକ ମଧ୍ୟରେ ଜାମନଗରର ସରକାରୀ ଡେଣ୍ଟାଲ୍‌ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେବ । ୬୦୦ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କୋଭିଡ୍ ହସପିଟାଲ୍‌ ଜାମନଗରରେ ଅନ୍ୟ ଏକ ସ୍ଥାନରେ ଆରମ୍ଭ ହେବ । ଏହି ସମସ୍ତ ସେବା ପାଇଁ ରିଲାଏନ୍ସ ଦ୍ୱାରା ମାନବ ସମ୍ବଳ, ଚିକିତ୍ସା ସହାୟତା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ବ୍ୟବହାରଯୋଗ୍ୟ ସାମଗ୍ରୀ ଉପଲବ୍ଧ ଯୋଗାଇଦିଆଯିବ । ଏହି ଚିକିତ୍ସା କେନ୍ଦ୍ରରେ ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ ।



(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand ST Das
First published: April 30, 2021, 11:14 PM IST